ଓଡ଼ିଶା ଫେରିବ କେନ୍ଦ୍ରୀୟ ପଣ୍ୟାଗାର କାର୍ଯ୍ୟାଳୟ

ଭୁବନେଶ୍ୱର,୧୯।୮(ବ୍ୟୁରୋ) :କେନ୍ଦ୍ରୀୟ ପଣ୍ୟାଗାର ନିଗମର ଆଞ୍ଚଳିକ କାର୍ଯ୍ୟାଳୟ ଓଡ଼ିଶା ଫେରିବ ବୋଲି ଜଣାପଡିଛି। ହାଇକୋର୍ଟ ଏନେଇ ସ୍ଥଗିତାଦେଶ ଦେବା ପରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏନେଇ ସୂଚନା ଦେଇଛନ୍ତି। କେନ୍ଦ୍ରୀୟ ପଣ୍ୟାଗାର ନିଗମର ଆଞ୍ଚଳିକ କାର୍ଯ୍ୟାଳୟ ବିହାରର ପାଟନାକୁ ସ୍ଥାନାନ୍ତର କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ। ଏହାପରେ ଏହାକୁ ଓଡ଼ିଶା ଫେରାଇ ଆଣିବା ପାଇଁ ରାଜ୍ୟ ସରକାର କସରତ କରିଥିଲେ। ଏବେ ଏନେଇ ଆହୁରି ଜୋର୍‌ଦାର ଉଦ୍ୟମ କରାଯିବ ବୋଲି ମନ୍ତ୍ରୀ ସ୍ବାଇଁ କହିଛନ୍ତି। ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟ ଯୋଗାଣ ମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଠି ଲେଖି ବିଭାଗୀୟ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ଶନିବାର ହାଇକୋର୍ଟ ଏହା ଉପରେ ସ୍ଥଗିତାଦେଶ ଶୁଣାଇଛନ୍ତି। କେନ୍ଦ୍ରର ଏଭଳି ନିଷ୍ପତ୍ତି ପରେ ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ। ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ହାଇକୋର୍ଟ ଏହା ଉପରେ ରହିତାଦେଶ ଶୁଣାଇଛନ୍ତି। ଗତ ଜୁଲାଇ ୨୬ରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ଆଞ୍ଚଳିକ କେନ୍ଦ୍ରୀୟ ପଣ୍ୟାଗାର କାର୍ଯ୍ୟାଳୟ ବିହାରର ପାଟନାରେ ରହିବ ବୋଲି ନିଷ୍ପତ୍ତି ହେଲା। ଏହା ଅଧୀନରେ ଓଡ଼ିଶା ରହିବ। ରାଜ୍ୟରେ ଥିବା କର୍ମଚାରୀଙ୍କୁ ବଦଳି କରାଯାଇଥିବା ଜଣାପଡିଛି। ଏହାସହ କାର୍ଯ୍ୟାଳୟର ବିଭିନ୍ନ କାଗଜପତ୍ରକୁ ସ୍ଥାନାନ୍ତର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ସ୍ବଚ୍ଛତାକୁ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ କରିବାକୁ ଅଧ୍ୟକ୍ଷଙ୍କ ଆହ୍ବାନ’

ଭଞ୍ଜନଗର,୫ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ସୋମବାର ସ୍ବଚ୍ଛ ଭାରତ ଅଭିଯାନ ମାଧ୍ୟମରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟ ଅଧ୍ୟକ୍ଷ ପ୍ରଦୀପ…

ସୌମ୍ୟ ହତ୍ୟା ମାମଲାରେ ବଡ଼ ଟୁଇଷ୍ଟ: ସମ୍ପୃକ୍ତ ଝିଅମାନଙ୍କର ହେବ…

ଭୁବନେଶ୍ୱର,୫।୧୦: ବାଲିଅନ୍ତାର ବହୁଚର୍ଚ୍ଚିତ ସୌମ୍ୟ ହତ୍ୟା ମାମଲାରେ ତଦନ୍ତକୁ ଆହୁରି ଆଗକୁ ବଢ଼ାଇଛି କ୍ରାଇମବ୍ରାଞ୍ଚ। ଘଟଣାରେ ଆକ୍ରମଣର ଶିକାର ହୋଇଥିବା ଝିଅମାନଙ୍କର ଲାଏ ଡିଟେକ୍ସନ ଟେଷ୍ଟ କରାଯିବ…

ଗାଁ ଭିତରେ ମଦ ବିକ୍ରିକୁ ବିରୋଧ, ଅବକାରୀ ଉପନିରୀକ୍ଷକଙ୍କ ନିକଟରେ ଅଭିଯୋଗ କରି…

କେସିଙ୍ଗା,୫ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ନୂନମାଠ ପଞ୍ଚାୟତ ଅଧିନସ୍ଥ ବିଜ ଖମନ ଗ୍ରାମ ଭିତରେ ଦେଶୀ ଓ ବିଦେଶୀ ମଦ ବେନିୟମ ଭାବେ ବିକ୍ରିକୁ…

ଲାଞ୍ଚ ନେଉଥିଲେ RI, ମାଡ଼ି ବସିଲା ଭିଜିଲାନ୍ସ

ଭୁବନେଶ୍ୱର, ୫।୧୦: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଭୁବନେଶ୍ୱର କେଶରୀ ନଗର ରାଜସ୍ୱ ନିରୀକ୍ଷକ (RI) ନିରଞ୍ଜନ ସିଂ। ସମ୍ପତ୍ତିର ମାଲିକାନାସ୍ୱତ୍ତ୍ୱ ପ୍ରଦାନ କରିବା…

ମନରେଗା ଜନଶୁଣାଣିରେ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ଗାଏବ: ସ୍ୱଚ୍ଛତା ନେଇ ପ୍ରଶ୍ନବାଚୀ

ଥୁଆମୂଳ ରାମପୁର,୫ା୧୦ (ଦୁର୍ଗା କୀର୍ତ୍ତି) : କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ମନରେଗା ଯୋଜନାର ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି…

Chanakya Niti: କେମିତି ନିବିଡ଼ ହେବ ସମ୍ପର୍କ, ଏହାକୁ ବଜାୟ ରଖିବାର ସହଜ କଳା…

ଭାରତୀୟ ସଂସ୍କୃତିରେ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିଶାସ୍ତ୍ରର ବିଶେଷ ମହତ୍ତ୍ୱ ରହିଛି। ଚାଣକ୍ୟ କେବଳ ରାଜନୀତି କିମ୍ବା କୂଟନୀତି ନୁହନ୍ତି, ବରଂ ମାନବୀୟ ସମ୍ପର୍କକୁ କିପରି ସୁନ୍ଦର ଓ…

୧୫ରେ ଛାତ୍ର ସଂସଦ ନିର୍ବାଚନ, କିଏ ଲଢ଼ିପାରିବେ? ଜାଣନ୍ତୁ ନିୟମ

ଭୁବନେଶ୍ବର,୫ା୧୦: ଆସନ୍ତା ଅକ୍ଟୋବର ୧୫ରେ ହେବ ଛାତ୍ର ସଂସଦ ନିର୍ବାଚନ । ୧୬ରେ ଶପଥଗ୍ରହଣ ସମାରୋହ ହେବା ନେଇ ସୋମବାର ଘୋଷଣା କରିଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ…

ମହାକାଳପଡ଼ାରେ ପୋଷଣ ମାସ: ଶିଶୁଙ୍କୁ ଭିଟାମିନ୍‌ଯୁକ୍ତ ଖାଦ୍ୟ ଦେବାକୁ ବିଡିଓଙ୍କ ଆହ୍ୱାନ

ମହାକାଳପଡ଼ା,୫ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ମିଶନ ଶକ୍ତି ସଭାଗୃହଠାରେ ‘ସୁସ୍ଥ ଶିଶୁ, ସୁସ୍ଥ ପରିବାର, ସମୃଦ୍ଧ ଓଡ଼ିଶା’ ବାର୍ତ୍ତା ନେଇ ୯ମ ରାଷ୍ଟ୍ରୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?