ଓଡ଼ିଶାର ୨୦% ଲୋକ ବୀମାଭୁକ୍ତ: ଏଲ୍‌ଆଇସି ଅଧ୍ୟକ୍ଷ

କଟକ, ୨୧-୭: ଓଡ଼ିଶାର ୨୦% ଲୋକ ବୀମାଭୁକ୍ତ ଅଛନ୍ତି। ଏଠାରେ ଆହୁରି ୮୦% ଲୋକଙ୍କୁ ବୀମାଭୁକ୍ତ କରାଇବାର ଆବଶ୍ୟକତା ରହିଛି। ଏ ଦିଗରେ ଅଂଶୀଦାରମାନେ କାର୍ଯ୍ୟ କରିବା ଉଚିତ ବୋଲି ଭାରତୀୟ ଜୀବନ ବୀମା ନିଗମ(ଏଲ୍‌ଆଇସି) ଅଧ୍ୟକ୍ଷ ଏମ୍‌ .ଆର୍‌. କୁମାର ଶନିବାର ଏହା କହିଛନ୍ତି। କଟକରେ କମ୍ପାନୀର ଅଧିକାରୀ ଏବଂ ଅଂଶୀଦାରଙ୍କୁ ଆହ୍ବାନ ଜଣାଇ କୁମାର କହିଛନ୍ତି ଯେ, ପଲିସି ଧାରକଙ୍କ ଆବଶ୍ୟକତାକୁ ଦେଖିବାକୁ ହେବ। ସେହି ଅନୁଯାୟୀ ବୀମା ବିକ୍ରି ଏବଂ ଏନ୍‌ଏସିଏଚ୍‌ ମାଧ୍ୟମରେ ଅଧିକ ସଂଖ୍ୟାରେ ପ୍ରିମିୟମ ଦେୟ ସଂଗ୍ରହ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।
କଟକ ମଣ୍ଡଳ କାର୍ଯ୍ୟାଳୟର ଆଧୁନିକୀକରଣ କାର୍ଯ୍ୟକୁ କୁମାର ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଅଧ୍ୟକ୍ଷ କୁମାରଙ୍କୁ ମଣ୍ଡଳ କାର୍ଯ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେ ଅଧିକାରୀ, କର୍ମଚାରୀ, ଯନ୍ତ୍ରୀ ଏବଂ ଅଭିକର୍ତ୍ତାଙ୍କୁ ଉଦ୍‌ବୋଧନ ସହ ଶୁଭେଚ୍ଛା ପ୍ରଦାନ କରିଥିଲେ। ସେହିଭଳି କଟକର ଏକ ହୋଟେଲରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ କୁମାର କଟକ ସମେତ ଭୁବନେଶ୍ୱର, ବ୍ରହ୍ମପୁର ଏବଂ ସମ୍ବଲପୁର ମଣ୍ଡଳର ସଫଳ ବିକାଶ ଅଧିକାରୀ, ସିଏଲ୍‌ଆଇଏ, ଅଭିକର୍ତ୍ତାଙ୍କୁ ଭେଟିଥିଲେ। କାର୍ଯ୍ୟକ୍ରମରେ ଇଡି ଡି.କେ.ବାନାର୍ଜି, ପୂର୍ବ ମଧ୍ୟକ୍ଷେତ୍ରୀୟ ପାଟନା କାର୍ଯ୍ୟାଳୟର ପ୍ରବନ୍ଧକ ମହେନ୍ଦ୍ର କୁମାର, ଆଞ୍ଚଳିକ ବିପଣନ ପ୍ରବନ୍ଧକ ଆର୍‌.ପି. ଗୁପ୍ତା ପ୍ରମୁଖ ଉପସ୍ଥିତ ଥିଲେ। କଟକ ମଣ୍ଡଳର ବରିଷ୍ଠ ମଣ୍ଡଳ ପ୍ରବନ୍ଧକ ଅଶୋକ କୁମାର ରାଉତରାୟଙ୍କୁ ଅଧ୍ୟକ୍ଷ ସମ୍ମାନୀତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

SBI ଆକାଉଣ୍ଟଧାରୀଙ୍କ ପାଇଁ ବଡ଼ ଖବର; ଲଗାତାର ୬ ଦିନ ବନ୍ଦ ରହିବ..

ନୂଆଦିଲ୍ଲୀ,୨୧।୫: ଦେଶ ସବୁଠାରୁ ନାମୀଦାମୀ ବ୍ୟଙ୍କରେ ୬ ଦିନ ଝୁଲିବ ତାଲା । ପାଖାପାଖି ୨୩୨୭୦ ଶାଖା, ୬୩୦୦୦ରୁ ଅଧିକ ATM ୫୦ କୋଟିରୁ ଅଧିକ ଗ୍ରାହକଙ୍କ…

ସାଧାରଣ ଲୋକଙ୍କୁ ପୁଣି ବଡ଼ ଝଟ୍‌କା! ପେଟ୍ରୋଲ ୫ଟଙ୍କା ପ୍ରତି ଲିଟର…

ନୂଆଦିଲ୍ଲୀ,୨୧।୫: ଯଦି ଆପଣ ଭାବୁଛନ୍ତି ଯେ ଗତ ସପ୍ତାହରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ପ୍ରତି ଲିଟର 4 ବୃଦ୍ଧି ପରେ ଆପଣଙ୍କୁ କିଛି ଆଶ୍ୱସ୍ତି ମିଳିବ,…

ଏବେ କେବଳ  Hello ପଠାଇବା ମାତ୍ରେ ମିଳିଯିବ PF  ଆକାଉଣ୍ଟର ସମସ୍ତ ସୂଚନା, ବଡ଼ ପଦକ୍ଷେପ ନେଲା… 

ନୂଆଦିଲ୍ଲୀ,୨୦।୫: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ଖୁବଶୀଘ୍ର କୋଟି କୋଟି ଆକାଉଣ୍ଟଧାରୀଙ୍କ ପାଇଁ ଏକ ବଡ଼ ଡିଜିଟାଲ ସୁବିଧା ଆରମ୍ଭ କରିବାକୁ ଯାଉଛି । ଏବେ…

କେବେ ମାର୍କେଟକୁ ଆସିଥିଲା Melody Toffees? ଯାହାକୁ ମେଲୋନିଙ୍କୁ ଗିଫ୍ଟ ଦେଲେ ମୋଦି

ନୂଆଦିଲ୍ଲୀ,୨୦।୫: ପ୍ରଧାନମନ୍ତ୍ରୀ ମୋଦୀ ବର୍ତ୍ତମାନ ପାଞ୍ଚଟି ଦେଶ ଗସ୍ତରେ ଅଛନ୍ତି: ନରୱେ, ସୱିଡେନ, ନେଦରଲ୍ୟାଣ୍ଡ, ୟୁଏଇ ଏବଂ ଇଟାଲୀ। ଏହି ଯାତ୍ରାର ଶେଷ ପର୍ଯ୍ୟାୟରେ, ସେ ଇଟାଲୀର…

ବ୍ୟାଙ୍କ୍‌ରୁ ଟଙ୍କା ଟ୍ରାନ୍ସଫର ପାଇଁ ଆସିବ ଦୁଇଟା OTP, ଜାଣନ୍ତୁ କ’ଣ କରିବେ…

ନୂଆଦିଲ୍‌ଲୀ,୨୦।୫: ଏବେ, ବ୍ୟାଙ୍କିଙ୍ଗ କାରବାର ସମୟରେ, ଏକ ପ୍ରମାଣୀକରଣ OTP କେବଳ ଆକାଉଣ୍ଟଧାରୀଙ୍କୁ ନୁହେଁ ବରଂ ସେମାନଙ୍କ ବିଶ୍ୱସ୍ତ ସମ୍ପର୍କ ଏବଂ ପରିବାର ସଦସ୍ୟଙ୍କ ମୋବାଇଲ ଫୋନକୁ…

ମୋଦି ସରକାରଙ୍କ ବଡ଼ ପ୍ଲାନ, ପେଟ୍ରୋଲରେ ଏବେ ମିଶିବ ୩୦% ଇଥାନଲ!

ନୂଆଦିଲ୍‌ଲୀ,୧୯।୫: ଭାରତ ଏବେ ପେଟ୍ରୋଲରେ ଇଥାନଲର ମିଶ୍ରଣ ବୃଦ୍ଧି କରିବା ଦିଗରେ ଦ୍ରୁତ ଗତିରେ ଅଗ୍ରସର ହେଉଛି। ବିଦ୍ୟମାନ E20 ଯୋଜନାରୁ ଆଗକୁ ବଢ଼ି, ସରକାର E22,…

ରୁଷରୁ ତେଲ କିଣିବା ପାଇଁ ପୁଣି ଥରେ ସମୟସୀମା ବଢାଇଲା ଆମେରିକା, ଭାରତ ପାଇଁ କେତେ ଲାଭ?

ନୂଆଦିଲ୍ଲୀ,୧୯।୫: ଆମେରିକା ସମୁଦ୍ର ପଥରେ ପରିବହନ ହେଉଥିବା ରୁଷୀୟ ତୈଳ ଉପରେ କଟକଣାରୁ ମୁକ୍ତିକୁ ଗୋଟିଏ ମାସ ପାଇଁ ବୃଦ୍ଧି କରିଛି। ସୋମବାର ରାତିରେ ଆମେରିକାର ଟ୍ରେଜେରୀ…

କମିବ କି ପେଟ୍ରୋଲ ରେଟ୍‌? ଅଶୋଧିତ ତୈଳ ଦରରେ ବଡ଼ ହ୍ରାସ!

ନୂଆଦିଲ୍ଲୀ,୧୯।୫: ବିଶ୍ୱ ବଜାର ଏବଂ ଘରୋଇ ଗ୍ରାହକ ଉଭୟଙ୍କ ପାଇଁ ଅନ୍ତର୍ଜାତୀୟ ବଜାରରୁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ପଶ୍ଚିମ ଏସିଆ (ମଧ୍ୟପ୍ରାଚ୍ୟ)ରେ ଦୀର୍ଘ ସମୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri