Coronavirus blood test concept. Doctor hands in medical gloves holding test tube with blood for Coronavirus analysis over laboratory desk. 2019-nCoV Coronavirus originating in Wuhan, China
ଭୁବନେଶ୍ୱର,୨୦ା୩(ବ୍ୟୁରୋ): ଓଡିଶାରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗୁରୁବାର ଭୁବନେଶ୍ୱରସ୍ଥିତ ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର(ଆର୍ଏମ୍ଆର୍ସି)କୁ ୧୪ଟି ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା। ସେଥିରୁ ଗୋଟିଏ କୋଭିଡ-୧୯ ପଜିଟିଭ ଥିବା ଜଣାପଡିଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। ଏହି ସଂକ୍ରମିତ ବ୍ୟକ୍ତିଜଣକ କରୋନା ପ୍ରଭାବିତ ଦେଶରୁ ଆସିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ତାଙ୍କ ସଂସ୍ପର୍ଶରେ କେଉଁ ବ୍ୟକ୍ତିମାନେ ଆସିଛନ୍ତି, ସେମାନଙ୍କୁ ଚିହ୍ନଟ କରିବା ପାଇଁ ଷ୍ଟେଟ ସର୍ଭେଲାନ୍ସ ୟୁନିଟ ପକ୍ଷରୁ ଉଦ୍ୟମ ଜାରି ରହିଛି। ତେବେ ଏହି ବ୍ୟକ୍ତି ଜଣକ କେଉଁ ଅଞ୍ଚଳର ତାହା ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଜଣାପଡି ନାହିଁ। କିନ୍ତୁ ସଂକ୍ରମିତ ହୋଇଥିବା ଓଡ଼ିଶାର ଏହି ଦ୍ୱିତୀୟ ବ୍ୟକ୍ତିଙ୍କ ବୟସ ୨୦ବର୍ଷ ବୋଲି ଅନୁମାନ କରାଯାଉଛି। ସେ ବ୍ରିଟେନ୍ ଫେରନ୍ତା ବୋଲି କୁହାଯାଉଛି। ସୂଚନାଯୋଗ୍ୟ ଯେ ପ୍ରଥମ କରୋନା ରୋଗୀ ମାର୍ଚ୍ଚ ୧୫ ତାରିଖରେ ଚିହ୍ନଟ ହୋଇଥିଲେ। ତାଙ୍କୁ କ୍ୟାପିଟାଲ ହସ୍ପିଟାଲର ଆଇସୋଲେଶନ ଓ୍ବାର୍ଡରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ବଡଗଡ ଅଞ୍ଚଳର ଏହି ବ୍ୟକ୍ତି ଇଟାଲିରୁ ଫେରିଥିଲେ।