ଓଡ଼ିଆ ବିଶ୍ୱବିଦ୍ୟାଳୟ ଶିଳାନ୍ୟାସକୁ ବର୍ଷେ ପୂରିଲା: ଇଟା ଖଣ୍ଡିଏ ଯୋଡ଼ା ହେଲାନି

ପୁରୀ ଅଫିସ/ସାକ୍ଷୀଗୋପାଳ, (ଡି.ଏନ.ଏ.)୧୦ା୧୦: ପଞ୍ଚସଖା ଓଡ଼ିଆ ନବଜାଗରଣର ଯେଉଁ ସ୍ବପ୍ନ ଦେଖୁଥିଲେ ଓଡ଼ିଆ ବିଶ୍ୱବିଦ୍ୟାଳୟ ତାହାକୁ ଆହୁରି ଆଗକୁ ନେବ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାରରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିବ। ଠିକ୍‌ ବର୍ଷକ ତଳେ ପଞ୍ଚସଖାଙ୍କ କର୍ମପୀଠ ବକୁଳବନ ପରିସରରେ ଓଡ଼ିଆ ବିଶ୍ୱବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଥିଲେ। ଇତିମଧ୍ୟରେ ବର୍ଷେ ଅତିକ୍ରାନ୍ତ ହୋଇଯାଇଛି, ହେଲେ ଆଜି ପର୍ଯ୍ୟନ୍ତ ଇଟା ଖଣ୍ଡିଏ ଯୋଡ଼ା ଯାଇପାରିଲା ନାହିଁ। ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଏକପ୍ରକାର ଅନିଶ୍ଚିତତା ଆଡକୁ ଠେଲି ହୋଇଯାଉଥିବା ବେଳେ ପୁଣି ଆଶା ଦେଖାଇଛନ୍ତି ସରକାର। ଗତ ୩ ତାରିଖରେ କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର ଅନୀଲ କୁମାର ସାମଲ ଏବଂ ଜିଲାପାଳ ବଲୱନ୍ତ ସିଂ ପ୍ରସ୍ତାବିତ ଜମି ବୁଲି ଦେଖିଥିବାବେଳେ ଗୁରୁବାର ବିଶ୍ୱବିଦ୍ୟାଳୟ ନିମନ୍ତେ ଜମି କିଣାଯିବା ଲାଗି ଦିନ ଧାର୍ଯ୍ୟ ହୋଇଛି। ତେବେ ଏହି ବିଳମ୍ବକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ଓଡ଼ିଆ ଭାଷାପ୍ରେମୀ।
ଗତବର୍ଷ ଅକ୍ଟୋବର ୯ ତାରିଖରେ ମୁଖ୍ୟମନ୍ତ୍ରୀ ଏହାର ଶିଳାନ୍ୟାସ କରିଥିଲେ। ସତ୍ୟବାଦୀ ଗୋପୀନାଥ ଦେବଙ୍କ ଜମିରେ ଏହା ପ୍ରତିଷ୍ଠା କରାଯିବାକୁ ସ୍ଥିର ହୋଇଥିଲା। ସତ୍ୟବାଦୀ ତହସିଲ ଅନ୍ତର୍ଗତ ଫୁଲଅଳସା ମୌଜାର ୨୮ ଏକର ୭୪ ଡେସିମିଲ ଜମିରେ ବିଶ୍ୱବିଦ୍ୟାଳୟ ତିଆରି କରାଯିବା ଲାଗି ପ୍ରଥମରୁ ଚିହ୍ନଟ ହୋଇଥିଲା। ଜମିର ମାଲିକ ସତ୍ୟବାଦୀ ଗୋପୀନାଥ ଦେବ ହୋଇଥିବାରୁ ରାଜ୍ୟ ସରକାର ଏହି ଜମି କିଣିବାକୁ ଦେବୋତ୍ତର କମିଶନରଙ୍କୁ ଆବେଦନ କରିଥିଲେ। ଓଡ଼ିଶା ହିନ୍ଦୁ ଦେବୋତ୍ତର ଆଇନର ଧାରା-୧୯ ମୁତାବକ ଜମି କିଣିବା ଲାଗି ଆବେଦନ ହୋଇଥିଲା । ମାତ୍ର ସାକ୍ଷୀଗୋପାଳଙ୍କ ଗୁପ୍ତ ବୃନ୍ଦାବନ ଲୀଳାକ୍ଷେତ୍ର ତଥା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେନାପଟା ଲାଗି ନୀତି ସହିତ ଜଡ଼ିତ ବକୁଳବନକୁ ସଂରକ୍ଷିତ ରଖିବାକୁ ସତ୍ୟବାଦୀର ଅଧୀବାସୀମାନେ ଜିଲାପାଳଙ୍କୁ ଅନୁରୋଧ କରିଥିଲେ। ଏଥିପାଇଁ ଗତ ମେ ୩୧ ତାରିଖରେ ଏକ ବୈଠକ ବସିଥିଲା। ଜନସାଧାରଣଙ୍କ ଅନୁରୋଧକୁ ରକ୍ଷା କରାଯାଇ ବକୁଳବନକୁ ବାଦ୍‌ ଦିଆଯାଇ ଖାତା ନଂ. ୧୦୦ରେ ରହିଥିବା ବାକି ୯ ଏକର ୬୦ ଡେସିମିଲ ଜମିରେ ବିଶ୍ୱବିଦ୍ୟାଳୟ ନିର୍ମାଣ ଲାଗି ନିଷ୍ପତ୍ତି ହୋଇଥିଲା। ଜମି କ୍ରୟ ପାଇଁ ଉଚ୍ଚଶିକ୍ଷା ବିଭାଗ ୧୧ କୋଟି ୩୩ଲକ୍ଷ ୫୮ ହଜାର ଟଙ୍କା ପ୍ରଦାନ କରିଛି। ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ୧୩/୨୦୧୯ ରିଭିଜନ ପିଟିଶନ ଦେବୋତ୍ତର କମିଶନରଙ୍କ ମଞ୍ଜୁରୀ ମିଳିବା ପରେ ରାଜ୍ୟ ଆଇନ ବିଭାଗ ମଧ୍ୟ ସ୍ବୀକୃତି ପ୍ରଦାନ କରିଛନ୍ତି। ଫଳରେ ଜମି ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି। ସୂଚନା ଅନୁଯାୟୀ, ଗୁରୁବାର ସାକ୍ଷୀଗୋପାଳ ସବ୍‌ରେଜିଷ୍ଟ୍ରାର କାର୍ଯ୍ୟାଳୟରେ କବଲା କରାଯିବ। ସାକ୍ଷୀଗୋପାଳ ୟୁନିୟନ ବ୍ୟାଙ୍କ ଶାଖାରେ ଉଚ୍ଚଶିକ୍ଷା ବିଭାଗ ଗତ ୪ତାରିଖରେ ୧୧ କୋଟି ୩୩ଲକ୍ଷ ୫୮ ହଜାର ଟଙ୍କା ଜମା କରିଛି। ଜମି କିଣାବିକା ନିମନ୍ତେ ସରକାର ଷ୍ଟାମ୍ପ ଡ୍ୟୁଟି ମଧ୍ୟ ଛାଡ଼ କରିଛନ୍ତି । ସାକ୍ଷୀଗୋପାଳ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାସ ଚନ୍ଦ୍ର ମିଶ୍ର ଗୋପୀନାଥ ଦେବଙ୍କ ପକ୍ଷରୁ ଜମି ବିକ୍ରେତା ଭାବେ ଦଲିଲ ସମ୍ପାଦନ କରିବେ । ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ ତଥା ଓଡ଼ିଆ ବିଶ୍ୱବିଦ୍ୟାଳୟର ସ୍ବତନ୍ତ୍ର ଅଧିକାରୀ (ଓଏସ୍‌ଡି) ଜୟନ୍ତ କୁମାର ଷଡ଼ଙ୍ଗୀ ଜମିର କ୍ରେତା ଭାବେ ରହିବା ଲାଗି ବିକ୍ରି ପତ୍ର ନକଲ ପ୍ରସ୍ତୁତ କରାଯାଇଥିବା ଜଣାପଡିଛି। ତେବେ ଏହି ବିଳମ୍ବକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ଓଡ଼ିଆ ଭାଷା ସଂଗ୍ରାମ ସମିତିର ଆବାହକ ତଥା ଓଡ଼ିଆରେ ଶାସନ ମନ୍ତ୍ରୀସ୍ତରୀୟ ସଭାର ସଂଯୋଜକ ସଦସ୍ୟ ଶଙ୍କର୍ଷଣ ପରିଡ଼ା। ସେ କହିଛନ୍ତି, ଏ ସରକାର ଗୋଟିଏ ପ୍ରତିଶ୍ରୁତିର ସରକାର। ଓଡ଼ିଶାରେ ପ୍ରଥମଥର ଲାଗି ପୁରୀରେ ଭାଷା ଓ ସାହିତ୍ୟ ପାଇଁ ସମର୍ପିତ ସ୍ବତନ୍ତ୍ର ମନ୍ତ୍ରୀ ସଭାରେ ଗୃହୀତ ବିଂଶସୂତ୍ରୀ କାର୍ଯ୍ୟକ୍ରମକୁ ଖୁଲମଖୁଲା ଉଲ୍ଲଂଘନ କରାଯାଇଛି। ଭାଷା, ସାହିତ୍ୟ ଓ ସଂସ୍କୃତି ପାଇଁ ଗଠିତ ଐତିହ୍ୟ କ୍ୟାବିନେଟ ଏବଂ ଓଡ଼ିଆ ଭଷାରେ ଓଡ଼ିଶାରେ ଶାସନ ପାଇଁ ଗଠିତ ମନ୍ତ୍ରୀସ୍ତରୀୟ କମିଟି କାହାରି ପରାମର୍ଶ ନ ନେଇ ଓଡ଼ିଆ ବିଶ୍ୱବିଦ୍ୟାଳୟକୁ ରାଜନୈତିକ କର୍ମୀଙ୍କ ଗହଣରେ ଉଦ୍‌ଘାଟନ କରାଇବା ଯେତିକି ଲଜ୍ଜାଜନକ ତା’ଠୁ ବେଶି ଲଜ୍ଜାଜନକ ବର୍ଷେ ବିତିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟ ପାଇଁ ଇଟାଖଣ୍ଡିଏ ଯୋଡ଼େଇ ନ ହେବା।


Enter your email to get our daily news in your inbox.

All Right Reserved By Dharitri.Com

ଏହି ୪ ରାଶିର ଫିଟିବ ଭାଗ୍ୟ: ଏପ୍ରିଲ ୧୧ରୁ ମିଳିବ ବଡ଼ ସଫଳତା

ନୂଆଦିଲ୍ଲୀ,୧୦।୪: ମୀନ ରାଶିରେ ବୁଧଙ୍କ ଗୋଚର ଏପରି ଏକ ସମୟ, ଯେଉଁଠାରେ ଲୋକଙ୍କର ଚିନ୍ତା ଶକ୍ତି ଭାବନା ଏବଂ କଳ୍ପନା ଦ୍ୱାରା ପ୍ରଭାବିତ ହେବ। ୧୧ ଏପ୍ରିଲ…

କୃଷି ଜମି ବିକ୍ରୟ କଲେ ଦେବାକୁ ପଡିବ କି ଟ୍ୟାକ୍ସ? ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ,୧୦।୪: ଲୋକମାନେ ପ୍ରାୟତଃ ବିବାହ ପାଇଁ ପାଣ୍ଠି ଯୋଗାଡିବା, ଘର ନିର୍ମାଣ କରିବା କିମ୍ବା ଜରୁରୀକାଳୀନ ପରିସ୍ଥିତିର ସମାଧାନ କରିବା ପାଇଁ ନିଜର କୃଷି ଜମି ବିକ୍ରି…

IPL ମଧ୍ୟରେ ଦୁଃଖଦ ଖବର: ପରଲୋକରେ ପୂର୍ବତନ ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ,୧୦।୪: ପୂର୍ବତନ ଭାରତୀୟ କ୍ରିକେଟର ଚିଙ୍ଗଲପୁତ ଦୋରାଇକାନୁ ଗୋପୀନାଥ (ସିଡି ଗୋପୀନାଥ)ଙ୍କର ୯୬ ବର୍ଷ ବୟସରେ ପରଲୋକ ଘଟିଛି। ସେ ୧୯୫୨ରେ ଇଂଲଣ୍ଡ ବିପକ୍ଷରେ ଭାରତର ପ୍ରଥମ…

ସରକାରଙ୍କ ବଡ଼ ଘୋଷଣା: ଦୁର୍ଘଟଣାଗ୍ରସ୍ତଙ୍କୁ ମିଳିବ କ୍ୟାସ୍‌ଲେସ ଚିକିତ୍ସା

ଭୁବନେଶ୍ୱର,୧୦।୪: ଏଣିକି ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ମିଳିବ କ୍ୟାସ୍‌ଲେସ ଚିକିତ୍ସା। ପ୍ରଧାନମନ୍ତ୍ରୀ ରାହତ୍‌ ଯୋଜନା ମାଧ୍ୟମରେ ମାଗଣା ଚିକିତ୍ସା ମିଳିବ। ଏନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ସମସ୍ତ ଜିଲା SP,…

ଘୋଡାହାଡ ନଦୀକୁ ଗାଧୋଇବାକୁ ଯାଇ ନିଖୋଜ ଥିଲେ ବୃଦ୍ଧ: ଆଜି ମିଳିଲା ମୃତଦେହ, କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ

ଦିଗପହଣ୍ଡି,୧୦।୪(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ…

ଲୋମଟାଙ୍କୁରା ଘଟଣା; ନିଶାରେ ଯୁବତୀଙ୍କୁ ଗଣବଳାତ୍କାର କଲେ ୪ ଯୁବକ, ପ୍ରମାଣ ନଷ୍ଟ କରିବା ପାଇଁ ଫାଶୀ ଦେଇଦେଲେ

ହାଇଦ୍ରାବାଦ,୧୦।୪: ତେଲଙ୍ଗାନାର ୱାରାଙ୍ଗଲ ଜିଲାରେ ଜଣେ  ୨୧ବର୍ଷୀୟା ଆଦିବାସୀ ଯୁବତୀଙ୍କୁ ଗଣବଳାତ୍କାର ଏବଂ ହତ୍ୟା ମାମଲା ସାମ୍ନାକୁ ଆସିଛି । ଯାହା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅପରାଜିତା, ପ୍ରକଳ୍ପ ବନ୍ଦ ନିଷ୍ପତ୍ତି ନେଇ…

ଭୁବନେଶ୍ୱର,୧୦ା୪: ରାଜ୍ୟରେ ପୁଣି ଜୋର୍‌ ଧରିଛି ମେଟ୍ରୋ ପ୍ରକଳ୍ପ ରାଜନୀତି। ମେଟ୍ରୋ ପ୍ରକଳ୍ପକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଏମ୍‌ପି ଅପରାଜିତା ଷଡ଼ଙ୍ଗୀ। ପ୍ରକଳ୍ପ ବନ୍ଦ ନିଷ୍ପତ୍ତି…

ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଇରାନର ବଡ଼ ନିଷ୍ପତ୍ତି: ରଖିଲା ଏମିତି ସର୍ତ୍ତ, ବିଶ୍ୱ ବଜାରରେ ହଇଚଇ

ଓ୍ବାଶିଂଟନ୍‌,୧୦।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି ପରେ ବିଶ୍ୱ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଇରାନ ହର୍ମୁଜ ପ୍ରଣାଳୀ ଦେଇ ତେଲ ଏବଂ ଗ୍ୟାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri