ଓଡ଼ଗାଁ ରାମ ନବମୀ ଯାତ୍ରାର ଚତୁର୍ଥ ସନ୍ଧ୍ୟା: ଧନୁଭଗ୍ନ ପାଇଁ ଶ୍ରୀରାମଙ୍କ ଗଙ୍ଗା ପାର

୧୭ା୩(ସ୍ବ.ପ୍ର.)-ନୟାଗଡ ଜିଲା ଓଡ଼ଗାଁ ଶ୍ରୀରଘୁନାଥଜୀଉଙ୍କ ପୀଠରେ ଅନୁଷ୍ଠିତ ହେଉଥିବା ପ୍ରସିଦ୍ଧ ଶ୍ରୀରାମ ନବମୀ ଯାତ୍ରାର ମଙ୍ଗଳବାର ହେଉଛି ଚତୁର୍ଥ ସନ୍ଧ୍ୟା| ପ୍ରଭୁ ଶ୍ରୀରାମ,  ଅନୁଜ ଲକ୍ଷ୍ମଣ ଓ ଋଷି ବିଶ୍ୱାମିତ୍ରଙ୍କ ସହିତ ପୁରାଣ ବର୍ଣ୍ଣିତ ଜନକପୁରୀ ଗମନ ସମୟରେ ପ୍ରଭୁ  ଅନ୍ୟ ଏକ ଲୀଳା ପ୍ରକଟ କରିଛନ୍ତି ା ସନ୍ଧ୍ୟା ଆଳତୀ ନିମନ୍ତେ ମନ୍ଦିର ଦୁଆର ଖୋଲିବା ମାତ୍ରେ ପ୍ରଭୁ ଗଙ୍ଗା ପାର ଦୃଶ୍ୟରେ ଶ୍ରଦ୍ଧାଳୁଙ୍କୁ ଭକ୍ତି ବିଭୋର କରିଛନ୍ତି ା ପାଷାଣୀ ଅହଲ୍ୟା ଶାପମୁକ୍ତ ହୋଇ  ନାରୀ ପାଲଟିଯିବା ପରେ ବିଜ୍ଞାନୀ କୈବର୍ତ୍ତ ପ୍ରଭୁଙ୍କୁ ଡଙ୍ଗାରେ ବସାଇବାକୁ ଅମଙ୍ଗ ହୋଇଥିଲେ ା କାଳେ ପ୍ରଭୁଙ୍କ ପଦ ସ୍ପର୍ଶରେ ନଉକା ନାରୀ ପାଲଟିଯିବ ା ତେଣୁ ପ୍ରଭୁଙ୍କ ପଦ ଧୌତପୂର୍ବକ ଡଙ୍ଗାରେ ବସାଇବାକୁ କୈବର୍ତ୍ତ ସର୍ତ୍ତ ରଖିଥିଲେ ା ଭକ୍ତର  ନିବେଦନକୁ ସାଦରେ ଗ୍ରହଣ କରି  ବେନିପାଦ ଧୌତ ନିମନ୍ତେ ଶ୍ରୀରାମ ପଦ ବଢ଼ାଇ ଦେଇଥିଲେ ା ନିଜକୁ ଧନ୍ୟ ମନେକରିଛନ୍ତ ଭକ୍ତ କୈବର୍ତ୍ତ। ଶ୍ରୀରାମ ଗଙ୍ଗାପାର ପରେ ଜନକପୁରୀରେ ଆତିଥ୍ୟ ଗ୍ରହଣ କରିଛନ୍ତି। ବୁଧବାର ସନ୍ଧ୍ୟାରେ ପ୍ରଭୁଙ୍କ ଧନୁଭଗ୍ନ ତଥା ସୀତାବିବାହ ଉତ୍ସବ ନିମନ୍ତେ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛିି ା ସୀତା ବିବାହ ମହାସମାରୋହରେ ଆୟୋଜନ ନିମନ୍ତେ  ବାଜା, ଲୋକନୃତ୍ୟ ଆଦିର ପ୍ରସ୍ତୁତି ହୋଇଛି ା ପ୍ରଶାସନ ପକ୍ଷରୁ ଏଥିପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି। ଏହି ଦିବସରେ ଦମୟନ୍ତକ ଯାତ୍ରା ଥିବାରୁ ପ୍ରଭୁଙ୍କ ଆଜ୍ଞାମାଳ ପାଇବା ପରେ ଶ୍ରୀଜୀଉ ମଣିବିମାନରେ ବିଜେ କରି ପଟୁଆରରେ ରାଧାକାନ୍ତ ମଠକୁ ଗମନ କରିଥିଲେ ା ମଠରେ ଭୋଗଲାଗି ସହିତ ଆଳତି  ପରେ ସୀତାରାମ, ଲକ୍ଷ୍ମଣ ଆଦି ଜୀଉମାନେ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରି ରତ୍ନ ସିଂହାସନକୁ ବିଜେ କରିଥିଲେ ା ପୂଜକ ଓ ସେବକ ପରିଷଦଙ୍କ ସହିତ ମନ୍ଦିର ପରିଚାଳକ ଜିତେନ୍ଦ୍ର କୁମାର ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି ା