ଓଡ଼ଗାଁରୁ ଚୋରି ଗାଡ଼ି ରଣପୁରରୁ ଜବତ

ରଣପୁର,୨।୮ (ସ୍ବ.ପ୍ର.)-ନୟାଗଡ ଜିଲା ଓଡଗାଁ ଥାନା ଅଞ୍ଚଳରୁ ଗତ ଜୁଲାଇ ୩୦ ତାରିଖରେ ଚୋରି ହୋଇଥିବା ଏକ ବୋଲେରୋକୁ ରଣପୁର ପୋଲିସ ଗୁରୁବାର ରଣପୁର ଅନ୍ତର୍ଗତ ଅସୁରକୁମାରୀ ପୀଠରୁ ଜବତ କରିଛି। ପରେ ଓଡଗାଁ ପୋଲିସକୁ ହସ୍ତାନ୍ତର କରିଛି।
ଯେ, ଓଡ଼ଗାଁ ଥାନା ଅନ୍ତର୍ଗତ ଘସାଦେଈପୁର ଗ୍ରାମର ବୈକୁଣ୍ଠ ନାଥ ବାଘଙ୍କ ଘର ଆଗରେ ରଖାଯାଇଥିବା ଏକ ବୋଲେରୋ (ନଂ ଓଆର୍‌ ୦୨ ଏସି ୭୯୩୧)କୁ ଗତ ୩୦ତାରିଖ ରାତିରେ କେହି ଦୁର୍ବୃତ୍ତ ଚୋରିକରି ନେଇଯାଇଥିଲେ। ୩୧ ତାରିଖରେ ଓଡଗଁା ଥାନାରେ ବୈକୁଣ୍ଠ ଲିଖିତ ଅଭିଯୋଗ କରିଥିଲେ ା ଏନେଇ ପୋଲିସ ନଂ୧୨୧/୧୯ରେ ଏକ ମାମଲା ରୁଜୁ କରି ତଦନ୍ତ କରିଥିଲେ ମଧ୍ୟ ଚୋରି ଯାଇଥିବା ଗାଡିର କୌଣସି ପତ୍ତା ମିଳି ନ ଥିଲା। ରଣପୁର ଥାନା ସବ୍‌ଇନ୍ସପେକ୍ଟର ପ୍ରୀତିରଞ୍ଜନ ମହାନ୍ତି ଗୁରୁବାର ସକାଳେ ପାଟ୍ରୋଲିଂ କରୁଥିବାବେଳେ ବଜ୍ରକୋଟ ଗ୍ରାମସ୍ଥିତ ଅସୁର କୁମାରୀ ପୀଠ ଠାରେ ଥିବା ବନ୍ଧ ଉପରେ ପରିତ୍ୟକ୍ତ ଅବସ୍ଥାରେ ଏକ ଗାଡି ରହିଥିବା ଦେଖିବାକୁ ପାଇଥିଲେ। ଏ ନେଇ ସନ୍ଦେହ ହେବାରୁ ବିଭିନ୍ନ ଥାନାକୁ ଏ ସଂକ୍ରାନ୍ତରେ ଜଣାଇଥିଲେ ା ଓଡଗଁା ଥାନା ଅଧିକାରୀ ଜ୍ୟୋତିପ୍ରକାଶ ପଣ୍ଡା, ସବ୍‌ଇନ୍ସପେକ୍ଟର ସଞ୍ଜୟ ପରିଡା ଓ ଗାଡିର ମାଲିକ ବୈକୁଣ୍ଠ ଘଟଣା ସ୍ଥଳରେ ପହଞ୍ଚି ଥିଲେ ା ସେଠାରୁ ଗାଡିଟିକୁ ଜବତ କରି ଓଡ଼ଗଁା ଥାନାକୁ ନେଇଯାଇଥିଲେ ା ଦୁବୃର୍ତ୍ତମାନେ ଗାଡିର ବିଭିନ୍ନ ଯନ୍ତ୍ରାଂଶ କାଢି ନେଇଥିବା ପୋଲିସ ପ୍ରକାଶ କରିଛି ା ଏଠାରେ ପ୍ରକାଶ ଯେ, ରଣପୁର ଅଞ୍ଚଳର କିଛି ଦୁର୍ବୃତ୍ତ ଗାଡି ଚୋରି ର଼୍ୟାକେଟ୍‌ରେ ସାମିଲ ଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ବି ଆସେ ମୃତ୍ୟୁ: ରାତିରେ ଖାଇପିଇ ଶୋଇଲେ ସକାଳକୁ…

ପାତ୍ରପୁର,୩।୪(ଉମାଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ କୋଳିହଳା ଗ୍ରାମର ବାସୁଦେବ ବେହେରା(୪୫)କୋଏମ୍ବାଟୁରର ଏକ ସୁତା କଳରେ ଦାଦନ ଖଟୁଥିବା ବେଳେ ଗୁରୁବାର ରାତିରେ ହୃଦଘାତରେ ତାଙ୍କର…

ବନ୍ଧୁ ମିଳନ ନାମରେ ବଳ କଷିଲେ ଯୁବ ଗୋଷ୍ଠୀ: ସାମିଲ ହେଲେ ଶହ ଶହ…

ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

ସ୍ତ୍ରୀଙ୍କ ସହ ଯାଇଥିଲେ ଶ୍ୱଶୁର ଘର: ଘରେ ବୁଲିଲା କଳାକନା

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ୱୃତ୍ତମାନେ କଳାକନା…

ଶପଥ ନେଲେ ନବନିର୍ବାଚିତ ବାର ଆସୋସିଏଶନ କର୍ମକର୍ତ୍ତା, ଜାଣନ୍ତୁ ସେମାନେ କିଏ…

ଭଞ୍ଜନଗର,୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନର ନବ ନିର୍ବାଚିତ କର୍ମକର୍ତ୍ତାମାନେ ଶୁକ୍ରବାର ଶପଥ ନେଇଛନ୍ତି। ନିର୍ବାଚନ ଅଧିକାରୀ ଲଡ଼ୁ କିଶୋର ଅଳତିଆ ନବନିର୍ବାଚିତ କର୍ମକର୍ତ୍ତାଙ୍କୁ…

ମାମୁଁ ଘରକୁ ଆସିଥିଲେ: କେନାଲରୁ ମିଳିଲା ନାବାଳିକାଙ୍କ ମୃତଦେହ

ରାଜନଗର,୩।୪: କେନ୍ଦ୍ରପଡ଼ା ଜିଲା ରାଜନଗର ଥାନା ଚାନ୍ଦିବାଉଁଶମୂଳ ପଞ୍ଚାୟତ ଅଞ୍ଚଳରୁ ଶୁକ୍ରବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏକ କେନାଲରୁ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର…

ଗାଁ ରେ ମା ’ ବୁଢ଼ୀ ଠାକୁରାଣୀ ଯାତ୍ରା: ଏପଟେ ତାଲାଭାଙ୍ଗି ନେଇଗଲେ ସୁନା,ରୁପା ଅଳଙ୍କାର

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ବୃତ୍ତମାନେ କଳାକନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri