ଓଏନ୍‌ଜିସି ସବୁଠୁ ଲାଭ ହାସଲକାରୀ ରାଷ୍ଟ୍ରାୟତ୍ତ କମ୍ପାନୀ

ନୂଆଦିଲ୍ଲୀ,୩-୬: ଇଣ୍ଡିଆନ ଅଏଲ କର୍ପୋରେଶନ ଲିମିଟେଡ(ଆଇଓସିଏଲ୍‌)କୁ ପଛରେ ପକାଇ ଅଏଲ ଆଣ୍ଡ ନାଚୁରାଲ ଗ୍ୟାସ୍‌ କର୍ପୋରେଶନ(ଓଏନ୍‌ଜିସି) ଲାଭ ହାସଲ କରିବାରେ ସର୍ବବୃହତ ରାଷ୍ଟ୍ରାୟତ୍ତ କମ୍ପାନୀ ହୋଇଛି। ଷ୍ଟକ୍‌ ମାର୍କେଟରେ ତାଲିକାଭୁକ୍ତ କମ୍ପାନୀଙ୍କ ଫଳାଫଳ ଅନୁଯାୟୀ, ଆର୍ଥିକ ବର୍ଷ ୨୦୧୮-୧୯ରେ ଓଏନ୍‌ଜିସିର ନିଟ୍‌ ଲାଭ ୩୪% ବୃଦ୍ଧି ପାଇ ୨୬,୭୧୬ କୋଟି ଟଙ୍କାରେ ପହଞ୍ଚତ୍ଛି। ଏହି ଅବଧିରେ ଆଇଓସିଏଲ୍‌ର ନିଟ୍‌ ଲାଭ ୧୭,୨୭୪ କୋଟି ଟଙ୍କା ହୋଇଛି। ଏଥିପୂର୍ବରୁ କ୍ରମାଗତ ୨ ଆର୍ଥିକ ବର୍ଷରେ ଓଏନ୍‌ଜିସିଠାରୁ ଆଇଓସିଏଲ୍‌ ଅଧିକ ଲାଭ ହାସଲ କରୁଥିଲା। ତେଲ ଦର ହ୍ରାସ ପାଇବା କାରଣରୁ ଆଇଓସିଏଲ୍‌ର ଲାଭ ପରିମାଣ ହ୍ରାସ ପାଇଛି। ଏହି କାରଣରୁ ଏହା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ନିକଟରେ ସର୍ବବୃହତ କାରବାର କରୁଥିବା କମ୍ପାନୀ ମାନ୍ୟତା ହରାଇଛି। ଆର୍ଥିକ ବର୍ଷ ୨୦୧୭-୧୮ରେ ଇଣ୍ଡିଆନ ଅଏଲର ନିଟ୍‌ ଲାଭ ୨୧,୩୪୬ କୋଟି ଟଙ୍କା ଥିଲା। ଏହି ସମୟରେ ଓଏନ୍‌ଜିସିର ଲାଭ ୧୯,୯୪୫ କୋଟି ଟଙ୍କା ଥିଲା। ଅନ୍ୟପକ୍ଷରେ ଲାଭ ହାସଲ କରିବାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ କ୍ରମାଗତ ଚତୁର୍ଥ ବର୍ଷ ଶୀର୍ଷ କର୍ପୋରେଟ ହୋଇଛି। ୨୦୧୮-୧୯ ଆର୍ଥିକ ବର୍ଷରେ ଏହା ୩୯,୫୮୮ କୋଟି ଟଙ୍କାର ନିଟ୍‌ ଲାଭ ହାସଲ କରିପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠାରୁ ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ! ଇନ୍ଧନ ଦରରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ, ୧୨।୮: ଅନ୍ତର୍ଜାତୀୟ ବଜାରରେ କଞ୍ଚା ତେଲ (କ୍ରୁଡ ଅଏଲ) ର ଦର କ୍ରମାଗତ ଭାବେ ବୃଦ୍ଧି ପାଉଛି ଏବଂ ବ୍ରେଣ୍ଟ କ୍ରୁଡ ୯୦ ଡଲାର ପ୍ରତି…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରତିମାସରେ କେତେ ଦରମା ମିଳେ? ବଙ୍ଗଳା-ଭତ୍ତା ଛଡା ବେସିକ୍‌ ସାଲାରୀ କେତେ ଜାଣିଲେ ଚମକି ପଡିବେ…

ନୂଆଦିଲ୍ଲୀ, ୧୧।୮: ଆପଣ ଡାକ୍ତର, ଇଞ୍ଜିନିୟର ଏବଂ ସରକାରୀ କର୍ମଚାରୀଙ୍କ ଭଳି ବିଭିନ୍ନ ବୃତ୍ତିଗତଙ୍କ ଦରମା ବିଷୟରେ ଶୁଣିଥିବେ। ଏହି ପରିପ୍ରେକ୍ଷୀରେ, ଭାରତର ପ୍ରଧାନମନ୍ତ୍ରୀଙ୍କ ଦରମା କେତେ…

ବଢ଼ିବ ଡିଜେଲ ଦାମ! ସରକାରଙ୍କ ଏଭଳି ନିଷ୍ପତ୍ତି ପରେ ବଢିଲା…

ନୂଆଦିଲ୍ଲୀ, ୧୧।୮: ଦେଶରେ ପେଟ୍ରୋଲ ପରେ ଡିଜେଲରେ ମଧ୍ୟ ଏଥାନଲ ମିଶାଇବା ଯୋଜନା ଉପରେ ସରକାର ବର୍ତ୍ତମାନ ପାଇଁ ରୋକ ଲଗାଇ ଦେଇଛନ୍ତି। ତେଲ ବିପଣନ କମ୍ପାନୀଗୁଡ଼ିକ…

ସାଧାରଣ ଲୋକଙ୍କ ପାଇଁ ଖୁସିଖବର, କମିଗଲା…

ନୂଆଦିଲ୍ଲୀ,୧୫।୧୨: ନଭେମ୍ୱର ମାସରେ ଭାରତର ପାଇକାରୀ ମୁଦ୍ରାସ୍ଫୀତି ହାର ନକାରାତ୍ମକ ହୋଇଗଲା, ଯାହା ବର୍ଷ ବର୍ଷ ଧରି 0.32% ହ୍ରାସ ପାଇଲା। ଏହି ହ୍ରାସ ମୁଖ୍ୟତଃ ଖାଦ୍ୟ…

ସରକାର ବଢାଇଲେ EV ସବସିଡି, ୫ହଜାର ଯାଏ ମିଳିବ ପ୍ରୋତ୍ସାହନ ରାଶି; ଜାଣନ୍ତୁ ଡେଡ୍‌ଲାଇନ କେବେ…

ନୂଆଦିଲ୍ଲୀ, ୧୧।୮: ଇରାନ-ଆମେରିକା ଯୁଦ୍ଧ ପରେ ଲୋକମାନେ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ଦେଖିବାକୁ ପାଇଥିଲେ। ଏହା ପରେ କେନ୍ଦ୍ର ସରକାର ଦେଶରେ ଇଲେକ୍ଟ୍ରିକ୍ ଗାଡ଼ିଗୁଡ଼ିକୁ ପ୍ରୋତ୍ସାହିତ କରିବା…

ଭାରତରେ ଏହିଦିନ ଲଞ୍ଚ୍‌ କରିବ ୧୦ ଆଉ ୨୦ଟଙ୍କିଆ ପ୍ଲାଷ୍ଟିକ୍‌ ନୋଟ୍‌! ମୋଦି ସରକାର ଦେଲେ ମଞ୍ଜୁରୀ…

ନୂଆଦିଲ୍ଲୀ, ୧୧।୮: କାଗଜର ଚିରା-ଫଟା, ପୁରୁଣା ଏବଂ ଓଦା ହୋଇଯାଇଥିବା ନୋଟ୍‌କୁ ନେଇ ଅସୁବିଧାରେ ପଡ଼ୁଥିବା ଲୋକଙ୍କ ପାଇଁ ଏକ ବଡ଼ ଏବଂ ଖୁସି ଖବର ସାମ୍ନାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri