ଓଏଏସ୍‌ସ୍ତରରେ ଅଦଳବଦଳ,ପକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର,୧୦।୯(ବ୍ୟୁରୋ): ରାଜ୍ୟ ସରକାର ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌)ସ୍ତରରେ ମଙ୍ଗଳବାର ଅଦଳବଦଳ କରିଛନ୍ତି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ଅଧିକାରୀମାନେ ହେଲେ ଇନ୍ଦ୍ରମଣୀ ତ୍ରିପାଠୀ, ବିଶ୍ୱନାଥ ସାହୁ, ତୁଷାରକାନ୍ତ ମହାନ୍ତି, ପ୍ରଦୀପ କୁମାର ଗରଡ଼ିଆ, ଚିତ୍ତରଞ୍ଜନ ପାତ୍ର, ପ୍ରତାପ କୁମାର ମିଶ୍ର, ଶୁଭେନ୍ଦୁ କୁମାର ନାୟକ, ଶିବ ନାରାୟଣ ସାହୁ, ଲିନା କୁମାରୀ ଜେସ୍‌, ସୁବ୍ରତ କୁମାର ନାୟକ, ଲଗ୍ନଜିତ୍‌ ରାଉତ, ଅରୁଣ କୁମାର ମଲ୍ଲିକ, ସରୋଜ କୁମାର ବେହେରା, ଅଞ୍ଜଲିନା ପ୍ରଧାନ ଏବଂ ସୁଧାଂଶୁ କୁମାର ମହାନ୍ତି।