ଏୟାର ଏସିଆର ଟ୍ରାଭେଲ ଫେୟାର ଆରମ୍ଭ;ଗ୍ରାହକଙ୍କ ପସନ୍ଦ ବାଲି, ବ୍ୟାଙ୍କକ୍‌

ଭୁବନେଶ୍ୱର,୩-୮(ବ୍ୟୁରୋ): ପର୍ଯ୍ୟଟନ ବିକାଶକୁ ଧ୍ୟାନରେ ରଖି ପ୍ରମୁଖ ବିମାନ ସେବା ପ୍ରଦାନକାରୀ କମ୍ପାନୀ ଏୟାର ଏସିଆ ପକ୍ଷରୁ ସ୍ଥାନୀୟ ଏସ୍‌ପ୍ଲାନେଡ ଓ୍ବାନ ମଲ୍‌ଠାରେ ‘ଟ୍ରାଭେଲ ଫେୟାର’ ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ଏହା ତିନିଦିନ ବ୍ୟାପି ଚାଲିବାକୁ ଥିବା ବେଳେ ଦେଶ ତଥା ଅନ୍ତର୍ଜାତୀୟ ଉଡାଣ ଲାଗି ବୁକିଂ ଉପରେ ସିଧାସଳଖ ୨୦% ରିହାତି ଉପଲବ୍ଧ ହେଉଛି। ବୁକିଂ ବେଳେ ଭୁବନେଶ୍ୱରର ଗ୍ରାହକମାନେ ବାଲି ଏବଂ ବ୍ୟାଙ୍କକ ଭଳି ପର୍ଯ୍ୟଟନ ସ୍ଥାନଗୁଡିକୁ ଅଧିକ ପସନ୍ଦ କରୁଥିବା କମ୍ପାନି ସେଲ୍‌ସ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ସେ କହିଛନ୍ତି, ଅଫରର ଲାଭ ନେବାକୁ ଲୋକଙ୍କୁ ଫେୟାର ପରିଦର୍ଶନ ନେଇ ଆମନ୍ତ୍ରଣ କରାଯାଉଛି। ଆକର୍ଷଣୀୟ ଡିଲ ସହ ବିଭିନ୍ନ ସୁବିଧା ସୁଯୋଗ ଗ୍ରାହକଙ୍କ ଲାଗି ରହିଛି। ଗତ ବର୍ଷ ଏଭଳି ଫେୟାର ଉକ୍ତ ମଲ୍‌ରେ ଆୟୋଜନ କରିଥିଲୁ। ଏହା ଭଲ ରେସପନ୍ସ ପାଇଥିଲା। ବୁକିଂ ଉପରେ ଆକର୍ଷଣୀୟ ରିହାତି ଥିବାରୁ ଲୋକମାନେ ଏଠାକୁ ଆସି ବୁଝୁଛନ୍ତି। ଗ୍ରାହକଙ୍କୁ ସବୁ ପ୍ରସଙ୍ଗରେ ଜଣାଇବା ଲାଗି ସ୍ବତନ୍ତ୍ର ଟିମ୍‌ ଏଠାରେ ରହିଛି। ଡିଲ୍‌ ନେଇ ଲୋକଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ରଖୁଛୁ। ପ୍ରଥମ ଦିନରେ ବୁକିଂ ଭଲ ରହିଛି। ବୁକିଂ ଉପରେ କୌଣସି ପ୍ରୋସେସିଂ ଫି ରଖାଯାଇ ନାହିଁ। ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭଲ ବୁକିଂ ମିଳିବା ନେଇ ଆଶାବାଦୀ ଥିବା ସେ ପ୍ରକାଶ କରିଛନ୍ତି।
ସେ ଆହୁରୀ ମଧ୍ୟ କହିଛନ୍ତି, ଏହାବାଦ ଅନ୍ୟ ପ୍ରମୁଖ ପର୍ଯ୍ୟଟନ ଡେଷ୍ଟିନେଶନଗୁଡିକ ମଧ୍ୟରେ କାମ୍ବୋଡିଆ, ଫିଲିପାଇନ୍ସ, ଅଷ୍ଟ୍ରେଲିଆ ଏବଂ ଇଣ୍ଡୋନେସିଆ ଭଳି ସ୍ଥାନ ରହିଛି। କେବଳ ଓଡ଼ିଶା ନୁହେଁ ସାରା ଦେଶରେ ବାଲି ଏବଂ ବ୍ୟାଙ୍କକ ଭଳି ସ୍ଥାନଗୁଡିକ ଲାଗି ଗ୍ରାହକଙ୍କ ଅଧିକ ବୁକିଂ ଲାଭ କରୁଥିବା ସେ ସ୍ପଷ୍ଟ କରିଛନ୍ତି। ଏୟାର ଏସିଆ ଇଣ୍ଡିଆ ୨୨ ବିମାନ ସହଳ ସେବା ଯୋଗାଉଥିବା ବେଳେ ଏୟାର ଏସିଆ ଗ୍ରୁପ ୩୦୦ରୁ ଅଧିକ ବିମାନ ସହ ସେବା ପ୍ରଦାନ କରୁଛି। ଅନ୍ୟ ବିମାନ କମ୍ପାନୀ ତୁଳନାରେ ଭଡା କମ୍‌ ରଖିଛୁ। ଇଭ୍ରି ଓ୍ବାନ କ୍ୟାନ ଫ୍ଲାଏ ( ସମନ୍ତେ ଉଡନ୍ତୁ) ନୀତି ଉପରେ କାର୍ଯ୍ୟ କରୁଛୁ। ଯାହାକୁ ନେଇ ଲୋକଙ୍କର ଭଲ ରେସପନ୍ସ ପାଉଛୁ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କ ଫଟୋକୁ ଏଡିଟିଂ କରି ଅଶ୍ଲିଳ ଫଟୋ ଭାଇରାଲ କରିଥିଲା ଯୁବକ, ଅଭିଯୁ୍‌କ୍ତ ଗିରଫ

ଦେବଗଡ,୫।୪(ଶଶାଙ୍କ ଶେଖର ଝାଙ୍କର): ଜଣେ ୧୫ ବର୍ଷିୟା ନାବାଳିକାଙ୍କ ଫଟୋକୁ ଏଡିଟିଂ ମାଧ୍ୟମରେ ବିକୃତ କରି ଅଶ୍ଲିଳ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରୁଥିଲା ଯୁବକ ।…

ମହୁଲ ଗୋଟାଉଥିବା ବେଳେ କଚାଡି ଦେଲା ଦନ୍ତା, ଆକ୍ରମଣରେ ୩….

ପରଜଙ୍ଗ୫।୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧିନ କନ୍ତୋର ଓ ବାରିହାପୁର ଗାଁରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ରବିବାର ଭୋର୍…

ସ୍କୁଲ ଚୟନ ଅଧିକାର ଶିକ୍ଷାଧିକାରରେ ନାହିଁ: ହାଇକୋର୍ଟ

ନୂଆଦିଲ୍ଲୀ,୫।୪: ଶିକ୍ଷା ଅଧିକାର ଆଇନ ଅନୁଯାୟୀ ଜଣେ ପିଲାର ଶିକ୍ଷା ଗ୍ରହଣ କରିବାର ଅଧିକାର ରହିଛି, କିନ୍ତୁ ନାମଲେଖା ପାଇଁ ଏକ ନିର୍ଦ୍ଦିଷ୍ଟ ସ୍କୁଲକୁ ଚୟନ କରିବା…

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ସମ୍ପର୍କରେ ଲାଗିଲା କଳଙ୍କ: ଜ୍ୱାଇଁଙ୍କ ସହ ଶାଶୁ ଫେରାର, ମୋବାଇଲ ଲୋକେସନ ଖୋଲିଦେଲା ସବୁ ଗୁମର

ରାଞ୍ଚି,୪ା୪: ଝାଡ଼ଖଣ୍ଡର ଦୁମକା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଶାଶୁ-ଜ୍ୱାଇଁଙ୍କ ପରି ପବିତ୍ର ସମ୍ପର୍କରେ କଳଙ୍କ ଲଗାଇଛି। ସରିଆହାଟ ଥାନା ଅଞ୍ଚଳର ମଥାକେସୋ…

F-୧୫ ଖସାଇବା ପରେ ବଡ଼ ଘୋଷଣା କଲା ଇରାନ, ଆମେରିକୀୟ ପାଇଲଟଙ୍କୁ ଧରିଲେ ମିଳିବ ୫୫ ଲକ୍ଷ

ତେହରାନ,୪ା୪:: ଶୁକ୍ରବାର ଦିନ ଇରାନ ଏକ ଆମେରିକୀୟ F-15 ଲଢ଼ୁଆ ବିମାନକୁ ଖସାଇ ଦେଇଥିବା ଦାବି କରିଛି । ଏହି ଘଟଣା ପରେ ଜଣେ ଆମେରିକୀୟ ପାଇଲଟ୍…

ଭାରତ ପାଇଁ ହେବ ଦ୍ୱିତୀୟ ମଧ୍ୟପ୍ରାଚ୍ୟ! ପ୍ରଚୁର ପରିମାଣରେ ଆସିବ LPG ସହ ପେଟ୍ରୋଲ, ହର୍ମୁଜକୁ ନେଇ ଆଉ ରହିବ ନାହିଁ ଚିନ୍ତା

ଓ୍ବାଶିଂଟନ,୪।୪: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ‘ଷ୍ଟ୍ରେଟ ଅଫ ହର୍ମୁଜ’ ପ୍ରଭାବଶାଳୀ ଭାବରେ ଅବରୋଧିତ ରହିଛି। ଇରାନ ବନ୍ଧୁତ୍ୱପୂର୍ଣ୍ଣ ରାଷ୍ଟ୍ରଗୁଡ଼ିକୁ ଏହି ପ୍ରଣାଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri