ଏହି ରୋଗ ସହ ୪ ବର୍ଷ ସଂଘର୍ଷ କରିଥିଲେ ସୁସ୍ମିତା

ମୁମ୍ବାଇ: ବଲିଉଡ୍‌ ନାୟିକା ସୁସ୍ମିତା ସେନ୍‌ ଏବେ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ ରହୁଛନ୍ତି। ଏବେ ଲକ୍‌ଡାଉନ ସମୟରେ ସେ ତାଙ୍କ ପରିବାର ସହ ସମୟ କାଟୁଥିବା ବେଳେ ଅଧିକାଂଶ ଖବରକୁ ସେ ତାଙ୍କ ଫ୍ୟାନଙ୍କ ସହ ଶେୟାର ମଧ୍ୟ କରୁଛନ୍ତି। ନିକଟରେ ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ସ୍ପଷ୍ଟ କରିଛନ୍ତି କି ୬ ବର୍ଷ ପୂର୍ବେ ସେ ଏଡିଶନ ନାମକ ଏକ ରୋଗରେ ପୀଡ଼ିତ ହୋଇଥିଲେ। ହେଲେ ତାଙ୍କର ଦୃଢ ଇଚ୍ଛା ଶକ୍ତି ଓ ନନ ଚାକ ଓ୍ବାର୍କ ଆଉଟ ତାଙ୍କୁ ଏହି ରୋଗ କବଳରୁ ରକ୍ଷା କରିଛି ବୋଲି ସେ କହିଛନ୍ତି। ହେଲେ ଏଥିପାଇଁ ତାଙ୍କୁ ଦୀର୍ଘ ୪ ବର୍ଷ ସଂଘର୍ଷ କରିବାକୁ ପଡିଛି। ସୁସ୍ମିତା ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ ଏକ ଭିଡିଓ ଶେୟାର କରିଛନ୍ତି। ଯେଉଁଥିରେ ସେ ନନ ଚାକ ସହ ଓ୍ବାର୍କ ଆଉଟ କରୁଥିବା ଦେଖାଯାଉଛି। ଏହି ଭିଡିଓ ସହ ସୁସ୍ମିତା ଏକ ଲମ୍ବା ଚଉଡା ପୋଷ୍ଟ ମଧ୍ୟ ଲେଖିଛନ୍ତି। ଏଥିରେ ସେ ତାଙ୍କୁ ହୋଇଥିବା ଏଡିଶନ ରୋଗ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି ଏହି ରୋଗ ହେବା ପରେ ତାଙ୍କ ରୋଗପ୍ରତିରୋଧକ ଶକ୍ତି ସମ୍ପୂର୍ଣ୍ଣ ଦୁର୍ବଳ ହୋଇଯାଇଥିଲା। ୨୦୧୪ରେ ତାଙ୍କୁ ଏକ ଅଟୋ ଇମ୍ୟୁନୋ ସମ୍ପର୍କିତ ରୋଗ ହୋଇଥିଲା ଯାହାର ନାଁ ଥିଲା ଏଡିଶନ ବୋଲି ସେ ଲେଖିଛନ୍ତି। ଏହାପରେ ସେ ଅନୁଭବ କରିଥିଲେ ଯେମିତି ତାଙ୍କ ଶରୀରରେ ଆଦୌ ପ୍ରତିରୋଧକ ଶକ୍ତି ନାହିଁ। ସବୁବେଳେ ଥକ୍କା ଲାଗିବା ସହ ଆଖି ତଳ କଳାପଡିବା ଆରମ୍ଭ ହୋଇଯାଇଥିଲା। ଏହାକୁ ନେଇ ବହୁତ ଚିନ୍ତିତ ହୋଇପଡିବା ପରେ ସେ ନିଜ ମନକୁ ଦୃଢ କରିଥିଲେ ବୋଲି କହିଛନ୍ତି। ଏହି ରୋଗ ସହ ସଂଘର୍ଷ କରି ୨୦୧୯ରେ ତାଙ୍କର ଏଡ୍ରିନାଲ ଗ୍ଲାଣ୍ଡ ଆକ୍ଟିଭ ହୋଇଯାଇଥିବା ସେ ପ୍ରକାଶ କରିଛନ୍ତି। ଏହାପରେ ସେ ଲେଖିଛନ୍ତି ଆମ ସମସ୍ତଙ୍କ ଭିତରେ ଜଣେ ଯୋଦ୍ଧା ରହିଛି। ତେଣୁ ଦୃଢ ମନୋବଳ ହିଁ ଆମକୁ ସବୁ ପରିସ୍ଥିତିକୁ ସାମ୍ନା କରିବାକୁ ସାହସ ଦେବା ସହ ବଡ ବଡ ରୋଗକୁ ମଧ୍ୟ ଦୂରେଇ ଦେବ ବୋଲି ସେ କହିଛନ୍ତି। ଏବେ ସାରା ବିଶ୍ୱ କରୋନା ଭଳି ମହାମାରୀ ସହ ଲଢୁଥିବା ବେଳେ ସୁସ୍ମିତାଙ୍କ ଏହି କଥା କରୋନା ସଂକ୍ରମିତଙ୍କୁ ସାହସ ଯୋଗାଇବ ନିଶ୍ଚୟ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri