Odisha Elections 2024
Posted inଫୁରସତ

ଏହି ଦେଶରେ ବାପା ହେଲେ ପୁରୁଷଙ୍କୁ ମିଳିଥାଏ ସର୍ବାଧିକ ଛୁଟି

ସାଧାରଣତଃ ପିଲା ଜନ୍ମ ଦେଲେ କାର୍ଯ୍ୟସ୍ଥଳରେ ମା’ଙ୍କୁ ଛୁଟି ମିଳିଥାଏ। ମାତ୍ର କେଉଁଠି ବାପାଙ୍କୁ ଛୁଟି ମିଳୁଥିବାର ଶୁଣିଛନ୍ତି। ଆଜ୍ଞା ହଁ, ଏମିତି ଏକ ଦେଶ ହେଉଛି ଜାପାନ। ଯେଉଁଠି ସନ୍ତାନ ଜନ୍ମ ହେଲେ ବାପାଙ୍କୁ କାର୍ଯ୍ୟସ୍ଥଳରେ ସର୍ବାଧିକ ଛୁଟି ମିଳିଥାଏ। ବାପା ହେଲେ ଏଠି ୩୦ ସପ୍ତାହ ଛୁଟି ମିଳିଥାଏ। ତାହା ପୁଣି ପୂରା ଦରମା ସହ। ଏହି କାରଣରୁ ଏଠାରେ ୫ ପ୍ରତିଶତ ପୁରୁଷ ଛୁଟିରେ ରହିଥାନ୍ତି। ଖାଲି ଜାପାନ ନୁହେଁ, କୋରିଆରେ ମଧ୍ୟ କାର୍ଯ୍ୟସ୍ଥଳରୁ ପୁରୁଷମାନଙ୍କୁ ଛୁଟି ମିଳିଥାଏ। ଏଠି ୧୭ ସପ୍ତାହ ଛୁଟି ମିଳିବା ସହ ପୂରା ଦରମା ମିଳିଥାଏ। ଏଠାରେ କମ୍‌ ସଂଖ୍ୟକ ପୁରୁଷ ଛୁଟି ନେଇଥାନ୍ତି। ପର୍ତ୍ତୁଗାଲରେ କେହି ବାପା ହେଲେ ବିନା ବେତନରେ ୨୦ ଦିନ ଛୁଟି ମିଳିଥାଏ। ସେହିପରି ଆଉ ଏକ ଦେଶ ହେଉଛି ସ୍ବିଡେନ୍‌। ଏଠାରେ କେହି ବାପା ହେଲେ ତାଙ୍କୁ କାର୍ଯ୍ୟାଳୟରୁ ୯୦ ଦିନ ଛୁଟି ମିଳିଥାଏ। ଏହି ତାଲିକାରେ ଭାରତର ନାଁ ୧୩ ନଂ.ରେ ରହିଛି। ୨୦୧୭ ମସିହାରୁ ଭାରତରେ କେହି ବାପା ହେଲେ କିଛି କାର୍ଯ୍ୟସ୍ଥଳରୁ ପୁରୁଷମାନଙ୍କୁ ୧୫ ଦିନ ଛୁଟି ମିଳିବା ସହ ପୂରା ଦରମା ମିଳିଥାଏ।   କାର୍ଯ୍ୟସ୍ଥଳର


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଜାତୀୟ ଡେଙ୍ଗୁ ଦିବସ

ଆମେ ସମ୍ମୁଖୀନ ହେଉଥିବା ସ୍ବାସ୍ଥ୍ୟ ସମସ୍ୟାଗୁଡ଼ିକ ମଧ୍ୟରେ ଡେଙ୍ଗୁ ଅନ୍ୟତମ। ଏଡିସ୍‌ ମଶା ହେଉଛି ଏହାର ବାହକ। ପ୍ରାରମ୍ଭରୁ ଡେଙ୍ଗୁର ଚିକିତ୍ସା କରା ନ ଗଲେ...

ଭାରତ ପ୍ରେମରେ ଜାପାନୀ ସିଇଓ

ବେଙ୍ଗାଲୁରୁ: ଟେକ୍‌ ଜାପାନ କମ୍ପାନୀର ପ୍ରତିଷ୍ଠାତା ତଥା ସିଇଓ ନାଓତାକା ନିଶିୟାମା ଗତ ମାସେ ହେବ ଭାରତ ଗସ୍ତରେ ରହିଛନ୍ତି। ଭାରତରେ ସଂସ୍କୃତି, ମୂଲ୍ୟବୋଧ ଓ ବିବିଧତାକୁ...

୨୦ବର୍ଷ ଧରି ବୋର୍ଡରେ ଖବର ଲେଖୁଛନ୍ତି ସରୋଜ ଚର୍ଚ୍ଚି

ଖବରକାଗଜ ସାଧାରଣତଃ ଛପା ଯାଇଥାଏ। ବିଭିନ୍ନ ଅଞ୍ଚଳରୁ ପ୍ରକାଶନ ହେଉଥିବା ଦୈନିକ, ସାପ୍ତାହିକ, ମାସିକ, ପାକ୍ଷିକ ଆଦି ବିଭିନ୍ନ ଭାଷାର ଏକାଧିକ ସଂସ୍କରଣ ରହିଛି। ଆଞ୍ଚଳିକ,...

ଆଧୁନିକ ନାରୀଙ୍କ ପାଇଁ ଦୃଷ୍ଟାନ୍ତ ‘ନନ୍ଦିନୀ’

ଓଡ଼ିଶା ମାଟିର ସୁଯୋଗ୍ୟା ସନ୍ତାନ ସେ । ଜଣେ ପ୍ରତିଷ୍ଠିତ ଲେଖିକା ହେବା ସହ ରାଜନୀତିରେ ବି ସେ ଥିଲେ ବେଶ୍‌ ପାରଙ୍ଗମ। ଯାହା ତାଙ୍କୁ...

ମା’ ଖୁସି ପାଇଁ..ସବୁ ଖୁସି ପାଦ ତଳେ ଥୋଇ ଦେଇଥିବା ସୁଯୋଗ୍ୟ ସନ୍ତାନ…

ମା’;  ଯାହାର ଜୀବନ ନାଟିକା ତା’ ସନ୍ତାନ ପାଖରେ ଅଟକିଥାଏ। ଯାହାର ସବୁ ସୁଖଦୁଃଖ ତା’ ପିଲା ପାଖରୁ ଆରମ୍ଭ ହୋଇ ତାଙ୍କଠି ହିଁ ସରିଯାଏ।...

ଆଜି ବିଶ୍ୱ ମାତୃ ଦିବସ

ବିଶ୍ୱ ମାତୃ ଦିବସ ହେଉଛି ଏକ ବିଶ୍ୱସ୍ତରୀୟ ଉତ୍ସବ ଯାହାକି ମା’ ଏବଂ ମାତୃଭାଷାଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ ପାଳନ କରାଯାଏ। ଏହା ଜଣେ ମା’ର...

ଚଳନ୍ତା ବିମାନରେ ମାରପିଟ

ସାନ୍‌ ଫ୍ରାନ୍ସିସ୍କୋ: ସାମ୍ପ୍ରତିକ ସମୟରେ ବିମାନରେ ଯାତ୍ରା କରିବାବେଳେ ଯାତ୍ରୀଙ୍କ ମଧ୍ୟରେ ଝଗଡ଼ା ଓ ମାରପିଟ ଲାଗିବାର ଅନେକ ଖବର ସାମ୍‌ନାକୁ ଆସିଛି। ସୋସିଆଲ ମିଡିଆର ଯୁଗ...

ହେଲିକପ୍ଟର ଭିତରେ ଅନନ୍ୟ ହୋଟେଲ: ଏଥିରେ ଯାହା ସବୁ ରହିଛି, ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ଯେତେବେଳେ ଆପଣ କୌଣସି ସ୍ଥାନକୁ ଯାଆନ୍ତି ସେତେବେଳେ ସ୍ଥାନ କିମ୍ବା ହୋଟେଲରେ ରହିବାକୁ ଚାହାନ୍ତି। ଯାହାର ଆଖପାଖ ପରିବେଶ ଆରାମଦାୟକ ହୋଇଥିବା ଦରକାର। ମାତ୍ର ସବୁବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri