ଏହି ଅଭିନେତ୍ରୀଙ୍କ ବିବାହରେ ନିଜ ଶରୀରରେ ସିଗାରେଟ୍‌ ଚେଙ୍କ ଦେଇଥିଲେ ରାଜ କପୁର: ନର୍ଗିସ୍‌, ସିନେମା ଓ ମଦ୍ୟପାନ ଥିଲା ୩ ଦୁର୍ବଳତା

ମୁମ୍ବାଇ: ବଲିଉଡ୍‌ର କିମ୍ବଦନ୍ତୀ ପୁରୁଷ ରାଜ କପୁରଙ୍କ ୯୫ ତମ ଜନ୍ମ ବାର୍ଷିକୀ ଶନିବାର ପାଳିତ ହେଉଛି। ସେ ୧୯୨୪ ଡିସେମ୍ବର ୧୪ରେ ପେଶାଓ୍ବାରରେ ଜନ୍ମ ଗ୍ରହଣ କରିଥିଲେ। ୧୦ ବର୍ଷ ବୟସରୁ ସେ ଆରମ୍ଭ କରିଥିଲେ ନିଜର ଫିଲ୍ମ ଯାତ୍ରା। ୨୪ ବର୍ଷ ବୟସରେ ସେ ନିର୍ଦ୍ଦେଶକ ଭାବେ ଆଗ୍‌ ଫିଲ୍ମ ନିର୍ମାଣ କରିଥିଲେ। ତାଙ୍କ ଜୀବନରେ ଥିଲା ୩ଟି ଦୁର୍ବଳତା। ଏସମ୍ପର୍କରେ ଋଷି କପୁର ନିଜ ଆତ୍ମ ଜୀବନୀ ପୁସ୍ତକରେ ଏହା ଉଲ୍ଲେଖ କରିଛନ୍ତି। ସେଥିମଧ୍ୟରେ ପ୍ରଥମ ଦୁର୍ବଳତା ଅଭିନେତ୍ରୀ ନର୍ଗିସ୍‌ ଥିବାବେଳେ ଦ୍ୱିତୀୟ ଦୁର୍ବଳତା ସିନେମା ଏବଂ ତୃତୀୟ ଦୁର୍ବଳତା ଥିଲା ମଦ୍ୟପାନ। ନର୍ଗିସ୍‌ଙ୍କୁ ରାଜକପୁର ଭଲ ପାଉଥିଲେ। ଏହି ଯୋଡ଼ି ୯ ବର୍ଷ ମଧ୍ୟରେ ୧୪ଟି ଫିଲ୍ମରେ ଅଭିନୟ କରିଥିଲେ। ଆର.କେ.ଷ୍ଟୁଡିଓ ଲୋଗୋରେ ନର୍ଗିସ୍‌ଙ୍କୁ ସଂଯୁକ୍ତ କରାଯାଇଥିଲା। ତେଣୁ ତାଙ୍କୁ ଇନ୍‌ ଡ଼ାଇସ୍‌ ହିରୋଇନ୍‌ କୁହାଯାଉଥିଲା। ୧୯୫୬ରେ ରିଲିଜ୍‌ ହୋଇଥିବା ଫିଲ୍ମ ଚୋରି ଚୋରି ରାଜ କପୁର ଏବଂ ନର୍ଗିସ୍‌ ଯୋଡିଙ୍କର ଶେଷ ଫିଲ୍ମ ଥିଲା। ନର୍ଗିସ୍‌ଙ୍କ ବିବାହ ଖବର ଶୁଣି ରାଜକପୁର ସାଙ୍ଗମାନଙ୍କ ଆଗରେ ଜୋର୍‌ରେ କାନ୍ଦିବା ସହିତ ଏହା ସ୍ବପ୍ନକି ସତ୍ୟ ଜାଣିବା ପାଇଁ ନିଜ ଦେହରେ ସିଗାରେଟ୍‌ ଚେଙ୍କ ଦେଇଥିଲେ। ୧୯୮୮ ଜୁନ୍‌ ୨ରେ ରାଜ କପୁର ଦେହତ୍ୟାଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri