ଏହିଦିନ ରାମ ମନ୍ଦିର ଉପରେ ଆକ୍ରମଣ କରିବାକୁ ଧମକ ଦେଲା ଖଲୀସ୍ତାନୀ ଆତଙ୍କବାଦୀ ଗୁରୁପନ୍ତ ସିଂ ପନ୍ନୁ

ନୂଆଦିଲ୍ଲୀ,୧୧।୧୧: ଖଲିସ୍ତାନୀ ଆତଙ୍କବାଦୀ ଗୁରୁପନ୍ତ ସିଂ ପନ୍ନୁ ଅଯୋଧ୍ୟାରେ ରାମ ମନ୍ଦିର ସମେତ ହିନ୍ଦୁ ମନ୍ଦିରକୁ ଟାର୍ଗେଟ କରି ଆକ୍ରମଣ କରିବାକୁ ଧମକ ଦେଇଛନ୍ତି। ଏକ ଭିଡିଓରେ ପନ୍ନୁନ୍ ନଭେମ୍ବର ୧୬ ଏବଂ ୧୭ ରେ ଆକ୍ରମଣ କରିବାକୁ ଚେତାବନୀ ଦେଇଛନ୍ତି। ହିନ୍ଦୁ ମନ୍ଦିରଗୁଡିକୁ କ୍ଷତିଗ୍ରସ୍ଥ କରିବାକୁ ଏହି ଧମକ ଦିଆଯାଇଛି।

ଏହି ଭିଡିଓରେ ପନ୍ନୁ କହିଛି, ”ଆମେ ଅଯୋଧ୍ୟାର ମୂଳଦୁଆ ଦୋହଲେଇଦେବୁ, ଯାହା ଉଗ୍ର ହିନ୍ଦୁବାଦୀ ବିଚାରଧାରାର ଉତ୍ପତ୍ତିସ୍ଥଳ। ଚଳିତବର୍ଷ ଜାନୁଆରୀ ମାସରେ ହୋଇଥିବା ଉଦଘାଟନ ସମୟର ମୋଦିଙ୍କ ଫଟୋ ଏହି ଭିଡିଓରେ ଦେଖିବାକୁ ମିଳିଛି। ଅର୍ଥାତ ଖଲୀସ୍ତାନୀ ପକ୍ଷରୁ ହିନ୍ଦୁ ଧର୍ମର ଏକ ପବିତ୍ର ସ୍ଥଳକୁ ଖୋଲାଖୋଲି ଧମକ ମିଳିଛି। ଏଥିସହିତ କାନାଡ଼ାରେ ଥିବା ହିନ୍ଦୁ ଲୋକମାନେ ଖଲୀସ୍ତାନି ଆକ୍ରମଣଠାରୁ ଦୁରେଇ ରହିବାକୁ କୁହାଯାଇଛି।”

ଗତମାସରେ ପନ୍ନୁନ୍ ଧମକ ଦେଇଥିଲା ଯେ, ନଭେମ୍ବର ୧ ତାରିଖରୁ ୧୯ ମଧ୍ୟରେ ଏୟାର ଇଣ୍ଡିଆରେ ଯାତ୍ରା କଲେ ହେବାକୁ ଥିବା ଘଟଣା ପାଇଁ ସତର୍କ ଥିବେ। ଯାହା ସେମାନେ ୧୯୮୪ରେ ହୋଇଥିବା ଶିଖଙ୍କ ବିରୋଧରେ ହୋଇଥିବା ହିଂସାର ୪୦ ତମ ବାର୍ଷିକୀ ଉପଲକ୍ଷେ ଘଟାଇବେ। ଏଥିସହିତ ଭାରତୀୟ କୂଟନୀତିଜ୍ଞଙ୍କ ବିରୋଧରେ ହିଂସା ପାଇଁ ପନ୍ନୁନ୍ ଆହ୍ୱାନ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

Sunetra Pawar: NCP ବିଧାୟକ ଦଳର ନେତା ନିର୍ବାଚିତ ହେଲେ ସୁନେତ୍ରା, ସନ୍ଧ୍ୟା ୫ଟାରେ ଉପ ମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ

ମୁମ୍ବାଇ,୩୧।୧: ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (NCP) ବୈଠକରେ ନିଷ୍ପତ୍ତି ହୋଇଛି। ସୁନେତ୍ରା ପାୱାର ଉପମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବେ ଏବଂ ସା ୫ଟାରେ ଶପଥ ଗ୍ରହଣ କରିବେ।…

ସୁନେତ୍ରାଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେନାହିଁ ଶରଦ ପାଓ୍ବାର, ସାମ୍ନାକୁ ଆସିଲା ବଡ଼ କାରଣ…

ମୁମ୍ବାଇ,୩୧ା୧: ଦିବଂଗତ ଏନ୍‌ସିପି(ଅଜିତ) ନେତା ତଥା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ସ୍ଥାନ ଗ୍ରହଣ କରିବେ ତାଙ୍କ ସ୍ତ୍ରୀ ସୁନେତ୍ରା ପାଓ୍ବାର। ଆଜି ଅର୍ଥାତ୍‌ ଶନିବାର ସୁନେତ୍ରା…

CM ଦେବେନ୍ଦ୍ର ଫଡ଼ନଭିସଙ୍କ ପାଖରେ ରହିବ ଅର୍ଥ ବିଭାଗ, Deputy CM ସୁନେତ୍ରାଙ୍କ ଶପଥ ଗ୍ରହଣ ପୂର୍ବରୁ ରାଜନୀତି ସରଗରମ

ମୁମ୍ବାଇ,୩୧।୧: ଶନିବାର ମହାରାଷ୍ଟ୍ର ରାଜନୀତିରେ ଏକ ବଡ଼ ଘଟଣା ଘଟୁଛି। ପାୱାର ପରିବାର ଏବଂ ଏନସିପି ମଧ୍ୟରେ ଆଭ୍ୟନ୍ତରୀଣ ରାଜନୈତିକ ଅସ୍ଥିରତା ମଧ୍ୟରେ, ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ…

ଭୟଙ୍କର ଦୁର୍ଘଟଣା: ହଳଦିଆପଦର ଓଭରବ୍ରିଜରେ ଟ୍ରକ ଧକ୍କାରେ ୫ମୃତ, ଜଣେ ଗୁରୁତର 

ବ୍ରହ୍ମପୁର,୩୧।୧(ସୁବାସ ଚନ୍ଦ୍ର ପାଢ଼ୀ): ସଡ଼କ ଦୁର୍ଘଟଣା ହ୍ରାସ  ପାଇଁ ଅନେକ ଯୋଜନା କରାଯାଉଛି। ତାହାସତ୍ତ୍ବେ ଦୁର୍ଘଟଣା ଜନିତ ମୃତ୍ୟୁ ଘଟିବାରେ ଲାଗିଛି। ଶନିବାର ମଧ୍ୟାହ୍ନରେ ହଳଦିଆପଦର ଓଭରବ୍ରିଜରେ…

ଆମେରିକାରେ ପୁଣି ହେଲା ଶଟ୍‌ଡାଉନ, ଜାଣନ୍ତୁ କାହିଁକି…

ଓ୍ବାଶିଂଟନ୍‌,୩୧।୧: ଆମେରିକା ଉପରେ ପୁଣିଥରେ ତାଲାବନ୍ଦୀ ଅର୍ଥାତ୍‌ ଶଟ୍‌ଡାଉନ ହୋଇଛି। କାରଣ ସିନେଟରେ ଫଣ୍ଡିଂ ବିଲ୍‌ ଅଟକି ରହିଛି, ଯାହା ଫଳରେ ରାଷ୍ଟ୍ରପତି ଟ୍ରମ୍ପ ଚାପରେ ପଡ଼ିଛନ୍ତି।…

NCPର ବଡ଼ ଦାଦି, ସୁନେତ୍ରା ଉପ ମୁଖ୍ୟମନ୍ତ୍ରୀ, ପାର୍ଥ ପାଓ୍ବାରଙ୍କୁ ରାଜ୍ୟ ସଭାରେ ମିଳିବ ସିଟ୍‌!

ମୁମ୍ବାଇ,୩୧।୧: ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (NCP) ମହାରାଷ୍ଟ୍ର ରାଜନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଅଜିତ ପାୱାରଙ୍କ ହଠାତ ମୃତ୍ୟୁ ପରେ ସୃଷ୍ଟି ହୋଇଥିବା ନେତୃତ୍ୱ ସଙ୍କଟକୁ…

Pakistan PM: ‘ଆମକୁ ଲାଜ ଲାଗୁଛି’, କାହିଁକି ଏମିତି କହିଲେ ଶହବାଜ ସରିଫ? ଜାଣନ୍ତୁ ଏହା ପଛର କାରଣ

ଇସଲାମାବାଦ,୩୧।୧: ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ ସରିଫ ବିଦେଶରୁ ଋଣ ନେବା ପାଇଁ ଲଜ୍ଜା ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଟଙ୍କା ମାଗିବା ଜାତୀୟ ଗର୍ବକୁ କ୍ଷତି…

ସୁନେତ୍ରା ଉପମୁଖ୍ୟମନ୍ତ୍ରୀ ହେବା ନେଇ ଏମିତି କହିଦେଲେ ଶରଦ ପାଓ୍ବାର: ତେଜିଲା ବିବାଦ

ପୁଣେ,୩୧।୧: ମହାରାଷ୍ଟ୍ରର ରାଜନୀତିର ଚକ ପୁଣି ଥରେ ଘୂର୍ଣ୍ଣନ ଆରମ୍ଭ କରିଛି। ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ପରେ ପରିବର୍ତ୍ତିତ ପରିସ୍ଥିତି ରାଜନୈତିକ କାର୍ଯ୍ୟକଳାପକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri