ଏସ୍‌ସିବି ମେଡିକାଲ ଆଉଟଡୋର କୋଠା ମରାମତି: ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଦୁର୍ନୀତି

କଟକ ଅଫିସ, ୨୬ା୧୨: ଏସ୍‌ସିବି ମେଡିକାଲରେ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଦୁର୍ନୀତି ଅଭିଯୋଗ ହୋଇଥିବାବେଳେ ଏହାର ତଦନ୍ତ ଦାବିରେ ୧ହଜାର ଲୋକଙ୍କ ଦସ୍ତଖତ ସମ୍ବଳିତ ପତ୍ର ଭିଜିଲାନ୍ସ ବିଭାଗକୁ ଦିଆଯାଇଥିଲା। ଇତିମଧ୍ୟରେ ୩ବର୍ଷ ବିତିଗଲାଣି। ମାତ୍ର କାର୍ଯ୍ୟାନୁଷ୍ଠାନ ତ ଦୂରର କଥା, ଏପର୍ଯ୍ୟନ୍ତ ତଦନ୍ତ ବି ଆରମ୍ଭ ହୋଇନାହିଁ। ତେଣୁ ମୋ’ ସରକାର ଓ ୫-ଟିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସାମାଜିକ କର୍ମୀ ଉମେଶ ବିଶ୍ୱାଳ, ଅଚ୍ୟୁତ ସାହୁ ଓ ଦୀପକ ଆଚାର୍ଯ୍ୟ। କେବଳ ସ୍ବଚ୍ଛ ଶାସନ ଓ ଉତ୍ତରଦାୟୀ ସରକାରର ମିଛ ପ୍ରଚାର ଉଦ୍ଦେଶ୍ୟରେ ସରକାର ଏଭଳି କାର୍ଯ୍ୟକ୍ରମ କରିଥିବା ଉପରୋକ୍ତ ସାମାଜିକ କର୍ମୀମାନେ ମତ ଦେଇଛନ୍ତି। ରାଜ୍ୟର ସର୍ବବୃହତ୍‌ ଚିକିତ୍ସାନୁଷ୍ଠାନ ଏସ୍‌ସିବି ମେଡିକାଲରେ ପୁରୁଣା କୋଠା ମରାମତି ନେଇ ହୋଇଥିବା ଏକ ଦୁର୍ନୀତି ପ୍ରସଙ୍ଗରେ ସେମାନେ ଏଭଳି ମତ ରଖିବା ସହ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରିବେ ବୋଲି କହିଛନ୍ତି।
ସୂଚନା ଅନୁଯାୟୀ, ଏସ୍‌ସିବି ମେଡିକାଲର ଆଉଟଡୋର କୋଠା ମରାମତିକୁ ନେଇ ଏହି ଦୁର୍ନୀତି ହୋଇଥିଲା। ୨୦୧୬ ଆରମ୍ଭରୁ ମେଡିକାଲ ଆଉଟଡୋର କୋଠା ମରାମତି ଆବଶ୍ୟକ କରୁଥିବା ସଂକ୍ରାନ୍ତ ଏକ ପ୍ରସ୍ତାବ ପାରିତ ହୋଇଥିଲା। କୋଠା ମରାମତି ପାଇଁ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରାଯାଇଥିଲା। ଏହା ସତ୍ତ୍ୱେ ୨୦୧୬ ନଭେମ୍ବର ୮ରେ ଏହି କୋଠାକୁ ବିପଦସଙ୍କୁଳ ଘୋଷଣା କରାଯାଇଥିଲା। ଏପରି କି, ଉକ୍ତ କୋଠାରେ କୌଣସି କାର୍ଯ୍ୟ ନ କରିବା ପାଇଁ ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ଏହା ପରେ ମେଡିକାଲ ପ୍ରଶାସନ ତୁରନ୍ତ ଉକ୍ତ କୋଠାରୁ ଆଉଟଡୋରକୁ ସ୍ଥାନାନ୍ତର କରିଥିଲା। ମାତ୍ର ଜାନୁୟାରୀ ମାସରେ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରାଯାଇ ମରାମତି କରାଯିବା ସତ୍ତ୍ୱେ ନଭେମ୍ବର ମାସରେ କିପରି କୋଠା ବିପଦସଙ୍କୁଳ ହେଲା ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ଏହି କାର୍ଯ୍ୟରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ଆଣି ଉପରୋକ୍ତ ସାମାଜିକ କର୍ମୀମାନେ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ସାଧାରଣ ଲୋକ, ରୋଗୀ ଓ ରୋଗୀ ସମ୍ପର୍କୀୟଙ୍କଠାରୁ ୧ହଜାର ଦସ୍ତଖତ ସମ୍ବଳିତ ଏକ ଦାବିପତ୍ର କଟକ ଭିଜିଲାନ୍ସ ଡିଭିଜନ ନିକଟରେ ଦାଖଲ କରିଥିଲେ। ଏହାପରେ ଏହି ଅଭିଯୋଗର ତଦନ୍ତ ଦାୟିତ୍ୱ ଭିଜିଲାନ୍ସର ଜଣେ ଇନ୍ସପେକ୍ଟରଙ୍କୁ ଦିଆଯାଇଥିଲା। ମାତ୍ର ସେ ତଦନ୍ତ ଆରମ୍ଭ କରିବା ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିଲା। ଏହା ପରେ ଅନ୍ୟ ଜଣେ ଇନ୍ସପେକ୍ଟରଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଥିଲା। ସେ ମଧ୍ୟ ଡିଏସ୍‌ପି ପାହ୍ୟାକୁ ପଦୋନ୍ନତି ପାଇ ଅନ୍ୟତ୍ର ବଦଳି ହୋଇ ଯାଇଥିଲେ। ଫଳରେ ଏହି ଦୁର୍ନୀତିର ପେଡ଼ି ସେମିତି ଭିଜିଲାନ୍ସ ପାଖରେ ପଡ଼ିରହିଛି। ଏ ସମ୍ପର୍କରେ ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗର ନିର୍ବାହୀ ଯନ୍ତ୍ରୀ ଏମ୍‌.ଆର୍‌. ଖାନ୍‌ କହିଛନ୍ତି, ମୁଁ ଯୋଗଦେବା ପୂର୍ବରୁ ଉକ୍ତ କାର୍ଯ୍ୟ ହୋଇଥିଲା। ତେଣୁ ସେଥିରେ କ’ଣ ହୋଇଛି ନ ହୋଇଛି ତାହା ମୋ’ ପକ୍ଷେ କହିବା କଷ୍ଟକର। ତେବେ ଏସ୍‌ସିବି ମେଡିକାଲର ପ୍ରଶାସନିକ ଅଧିକାରୀ କଳ୍ପତରୁ ବେହେରା କହିଛନ୍ତି, ଯିଏ ଦୁର୍ନୀତି କରିଥିବ ସିଏ ଦଣ୍ଡ ପାଇବ। ସେହିପରି କଟକ ଭିଜିଲାନ୍ସ ଡିଭିଜନ ଏସ୍‌ପି ଶଶିଭୂଷଣ ମିଶ୍ର କହିଛନ୍ତି, ଏସ୍‌ସିବି ମେଡିକାଲର ଅନେକ ଅଭିଯୋଗ ଉପରେ ଭିଜିଲାନ୍ସ ତଦନ୍ତ କରୁଛି। ଏହି ଅଭିଯୋଗ ସମ୍ପର୍କରେ ସବିଶେଷ ଜାଣିବା ପରେ ମତାମତ ଦେବି।
ଅନ୍ୟପକ୍ଷରେ ଜନସାଧାରଣ ସ୍ବାସ୍ଥ୍ୟ ବିଭାଗର ଏଭଳି କାର୍ଯ୍ୟକୁ ନେଇ ସନ୍ଦେହ ପ୍ରକଟ କରିଛନ୍ତି। ଏସ୍‌ସିବି ପୁରୁଣା ଆଉଟଡୋର କହିଲେ ଏହି ବହୁ ପୁରାତନ କୋଠାକୁ ବୁଝାଏ। ଊନବିଂଶ ଶତାବ୍ଦୀରେ ଏସ୍‌ସିବି ଏକ ଫାଷ୍ଟଏଡ୍‌ ସେଣ୍ଟର ଭାବେ ପରିଚିତ ଥିଲା। ୧୮୭୫ରେ ଏହା ମେଡିକାଲ ସ୍କୁଲ ଏବଂ ୧୯୪୪ରେ ମେଡିକାଲ କଲେଜର ମାନ୍ୟତା ପାଇଥିଲା। ଏହାପରେ ଉକ୍ତ କୋଠା ନିର୍ମାଣ ହୋଇଥିବା ଏହାର କଡିବରଗା ଛାତକୁ ଦେଖି ପୂର୍ତ୍ତ ବିଭାଗ ଯନ୍ତ୍ରୀମାନେ ଅନୁମାନ କରୁଛନ୍ତି। ତେବେ ଏହି ପୁରାତନ କୋଠା ମରାମତି ନଁାରେ ହୋଇଥିବା ଦୁର୍ନୀତିର ପର୍ଦ୍ଦାଫାଶକୁ ଜନସାଧାରଣ ଅପେକ୍ଷା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛୁଟିଦିନ ପାଇଁ ପିଲାଙ୍କୁ ମିଳିବ ଶୁଖିଲା ରାଶନ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ଛୁଟିଦିନ ପାଇଁ ଛାତ୍ରୀଛାତ୍ରଙ୍କୁ ପିଏମ୍‌ ପୋଷଣ ଯୋଜନାରେ ଚାଉଳ ଏବଂ ଅନ୍ୟାନ୍ୟ ସାମଗ୍ରୀ ଦିଆଯିବ। ମୋଟ ୧୨ଦିନର ମଧ୍ୟାହ୍ନ ଭୋଜନ ବାବଦକୁ ଶୁଖିଲା...

ଚମକାଇଲା ଅନୁଭବଙ୍କ ପୋଷ୍ଟ, ନବୀନଙ୍କୁ ମାଗିଲେ ଆର୍ଶୀବାଦ…

ଭୁବନେଶ୍ୱର,୨୪।୪: ଅନୁଭବ ମହାନ୍ତିଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବଢିଲା ଚର୍ଚ୍ଚା। ଗତ କିଛିଦିନ ପୂର୍ବରୁ ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିଲେ। ହେଲେ ବୁଧବାର...

ଝିଅ ନିର୍ବାଚନ ଲଢିବା ନେଇ ମୁହଁ ଖୋଲିଲେ ମହମ୍ମଦ ମୋକିମ

କଟକ, ୨୪।୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନ ୨୦୨୪ରେ ବାରବାଟୀ-କଟକ ଆସନକୁ ନେଇ କଂଗ୍ରେସକୁ ଘାରିଛି ଚିନ୍ତା। କଂଗ୍ରେସ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କ ଜାମିନକୁ ସୁପ୍ରିମକୋର୍ଟ ମଞ୍ଜୁର...

ଲୁଙ୍ଗିକୁ ନେଇ ରାଜ୍ୟ ରାଜ୍ୟନୀତିରେ ଚହଳ, ନବୀନ ପିନ୍ଧିଲେ ବୋଲି…

ଭୁବନେଶ୍ୱର,୨୪।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ଗ୍ରୀଷ୍ମଛୁଟିରେ ରୋଷ୍ଟର ଡ୍ୟୁଟି କରିବେ ଶିକ୍ଷକ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ରାଜ୍ୟରେ ଆସନ୍ତା ୨୫ ତାରିଖଠାରୁ ଗ୍ରୀଷ୍ମ ଛୁଟି ଆରମ୍ଭ ହେବ। ସମସ୍ତ ସରକାରୀ ଏବଂ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକ ଆଗୁଆ ଗ୍ରୀଷ୍ମ ଛୁଟି କରିବାକୁ...

ନିର୍ବାଚନ ଲଢିପାରିବେନି ମୋକିମ, ମଇଦାନକୁ ଓହ୍ଲାଇଲେ ଝିଅ!

ଭୁବନେଶ୍ୱର,୨୪।୪: ନିର୍ବାଚନ ଯେତେ ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି। ତେବେ ଲୋକ ସଭା ନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବାବେଳେ...

କନଫ୍ୟୁଜରେ ସୁର, ବଡ଼ପୁଅ ନା ସାନପୁଅ ପାଇଁ କରିବେ ପ୍ରଚାର

ଭୁବନେଶ୍ୱର,୨୪।୪: ରୋଚକ ମୋଡ ନେଇଛି ସୁରଙ୍କ ଫ୍ୟାମିଲି ପଲିଟିକ୍ସ । ସାନ ପୁଅ ବିଜେଡି ଟିକେଟ ନେଇ ମଇଦାନକୁ ଓହ୍ଲାଇଥିବା ବେଳେ ବଡ଼ ପୁଅକୁ ନିମାପଡ଼ା...

ଅବକାରୀ ଥାନା ପରିସରରେ ଭୟାବହ ଅଗ୍ନିକାଣ୍ଡ: କୋଟିଏରୁ ଉର୍ଦ୍ଧ୍ୱ ସମ୍ପତ୍ତି ନଷ୍ଟ

ବଡ଼ବିଲ,୨୪।୪ (ଦେବପ୍ରିୟ ରଣା):କେନ୍ଦୁଝର ବଡବିଲ ଅବକାରୀ ଥାନା ପରିସରରେ ମଙ୍ଗଳବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି କୋଟିଏରୁ ଉଦ୍ଧର୍‌ବ ଟଙ୍କାର ଜବତ ହୋଇ ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri