ଏସ୍‌ବିଆଇ ଲାଇଫର ଆଞ୍ଚଳିକ କାର୍ଯ୍ୟାଳୟ ଶୁଭାରମ୍ଭ

ଭୁବନେଶ୍ୱର,୧୮-୪: ଏସ୍‌ବିଆଇ ଲାଇଫ ଇନସ୍ୟୁରାନ୍ସ ପକ୍ଷରୁ ସ୍ଥାନୀୟ ଇନଫୋସିଟି ଇନଫିନିଆ ଟାଓ୍ବାରରେ ନୂଆ ଆଞ୍ଚଳିକ କାର୍ଯ୍ୟାଳୟ ଶୁଭାରମ୍ଭ ହୋଇଛି। ଏସ୍‌ବିଆଇ ଲାଇଫର ଏମ୍‌ଡି ତଥା ସିିଇଓ ସଞ୍ଜୀବ ନୌଟିଆଲ ଏହାର ଉନ୍ମୋଚନ କରିଥିଲେ। ନୂଆ କାର୍ଯ୍ୟାଳୟ ଦ୍ୱାରା ସମ୍ପୂର୍ଣ୍ଣ ସୁରକ୍ଷା ଉତ୍ପାଦ ସମାଧାନ ପୋର୍ଟଫୋଲିଓକୁ ଗ୍ରାହକଙ୍କୁ ପ୍ରଦାନ କରିବାକୁ କମ୍ପାନୀ ଯୋଜନା ରଖିଛି। ଓଡ଼ିଶାରେ ବୀମା ସମାଧାନ ଲୋକଙ୍କ ନିକଟରେ ଏତେଟା ପହଞ୍ଚି ନ ଥିବାରୁ ଅଭିନବ ଢଙ୍ଗରେ ବିଭିନ୍ନ ଉତ୍ପାଦ ଏବଂ ସେବା ଯୋଗାଣ ନେଇ ଉଦ୍ୟମ ଜାରି ରହିବ ବୋଲି ସିଇଓ ନୌଟିଆଲ କହିଛନ୍ତି। ଓଡ଼ିଶାରେ  ୩୮ଟି ସ୍ଥାନରେ ୪୦ ଶାଖା ସହ କମ୍ପାନୀ ଉପସ୍ଥିତିକୁ ସୁଦୃଢ କରୁଥିବା ନୌଟିଆଲ କହିଛନ୍ତି। ଏଥିରେ ଏସ୍‌ବିଆଇ ସିଜିଏମ୍‌ ପ୍ରବୀଣା କାଲା ଏସ୍‌ବିଆଇ ଜୋନ ୩ ସଭାପତି ରବୀନ୍ଦ୍ର କୁମାର, ଆକ୍‌ଚୁରିଆଲ ରିସ୍କ ମ୍ୟାନେଜମେଣ୍ଟ ସଭାପତି ସଞ୍ଜୀବ ପୂଜାରୀ, ଏସ୍‌ବିଆଇ ଲାଇଫର ଆଞ୍ଚଳିକ ନିର୍ଦ୍ଦେଶକ ସଞ୍ଜୟ ଭଟ୍ଟନାଗର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଣ କେନ୍ଦ୍ର କର୍ମଚାରୀଙ୍କୁ କରୋନା ସମୟରେ ଅଟକିଥିବା ୧୮ ମାସର DA ଏରିୟର ମିଳିବ? ଆସିଲା ବଡ଼ ଖବର!

ନୂଆଦିଲ୍ଲୀ,୩।୭: ଲକ୍ଷ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ (8ମ ବେତନ କମିଶନ) ଏବେ ପୂରା ଆକ୍ସନ ମୋଡ଼ରେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri