ଏସ୍‌ପ୍ଲାନେଡ୍‌ ମଲ୍‌ କର୍ତ୍ତୃପକ୍ଷଙ୍କ ଗୁଣ୍ଡାରାଜ: ମହିଳା ଖବରଦାତା, କ୍ୟାମେରାମ୍ୟାନଙ୍କୁ ଆକ୍ରମଣ; ପାର୍କିଂ ଫି ଉପରେ ଖବର ପ୍ରସାରଣ କରୁଥିଲେ

ଭୁବନେଶ୍ୱର, ୨୯ା୧୨(ବ୍ୟୁରୋ): ସୀମା ଟପିଲା ଏସ୍‌ପ୍ଲାନେଡ୍‌ ମଲ୍‌ କର୍ତ୍ତୃପକ୍ଷଙ୍କ ଦାଦାଗିରି। ଜଣେ ମହିଳା ଖବରଦାତା ଓ କ୍ୟାମେରାମ୍ୟାନଙ୍କୁ ମଲ୍‌ ଭିତରେ ଆକ୍ରମଣ କରାଯିବା ସହ ଏକ ବନ୍ଦ ଘରେ ଅକଥନୀୟ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ମହିଳା ଖବରଦାତାଙ୍କୁ ମଲ୍‌ କର୍ମଚାରୀ ଅସଦାଚରଣ କରିଥିବାବେଳେ କ୍ୟାମେରାମ୍ୟାନଙ୍କୁ ଗୋଇଠା ଓ ମାଡ଼ ମରାଯାଇଛି। ଏଥିସହ ତାଙ୍କ କ୍ୟାମେରା ଭାଙ୍ଗିବାକୁ ଉଦ୍ୟମ ହୋଇଥିବା ଶହୀଦନଗର ଥାନାରେ ମହିଳା ଖବରଦାତା ଜଣକ ଗୁରୁତର ଅଭିଯୋଗ କରିଛନ୍ତି।

ମଲ୍‌, ସିନେମା ହଲ୍‌, କଲ୍ୟାଣମଣ୍ଡପ ଆଦି ବ୍ୟବସାୟିକ ପ୍ରତିଷ୍ଠାନ ଲୋକଙ୍କୁ ମାଗଣା ପାର୍କିଂ ସୁବିଧା ଯୋଗାଇ ଦେବାକୁ ନିର୍ଦ୍ଦେଶ ରହିଛି। ହେଲେ ସେଠାରେ ବେଆଇନ ଭାବେ ମନଇଚ୍ଛା ପାର୍କିଂ ଫି ଆଦାୟ କରାଯାଉଥିବା ଅଭିଯୋଗ ହେବା ପରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) କଟକଣା ଜାରି କରିଥିଲେ। ହେଲେ କିଛିଦିନ ପର୍ଯ୍ୟନ୍ତ ପାର୍କିଂ ଫି ଆଦାୟ ବନ୍ଦ କରିବା ପରେ ଏବେ ଏସ୍‌ପ୍ଲାନେଡ୍‌ ମଲ୍‌ ହାଇକୋର୍ଟଙ୍କ ଅର୍ଡର ଆଳ ଦେଖାଇ ପୁଣି ଫି ଆଦାୟ ଆରମ୍ଭ କରିଥିବା ଜଣାପଡିଥିଲା। ଏ ସଂକ୍ରାନ୍ତରେ ଖବର ସଂଗ୍ରହ ପାଇଁ ଏକ ଓ୍ବେବ୍‌ ଚ୍ୟାନେଲର ମହିଳା ପ୍ରତିନିଧି ତାଙ୍କ କ୍ୟାମେରା ମ୍ୟାନ୍‌ ପ୍ରମୋଦ ମହାପାତ୍ରଙ୍କ ସହ ଶନିବାର ସନ୍ଧ୍ୟା ପ୍ରାୟ ୬ଟାରେ ଏସ୍‌ପ୍ଲାନେଡ୍‌ ମଲ୍‌ରେ ପହଞ୍ଚତ୍ ପାର୍କିଂ ଫି ଆଦାୟ ହେଉଥିବା କାଉଣ୍ଟର ନିକଟକୁ ଯାଇଥିଲେ। ସେଠାରେ ସେମାନେ ଲାଇଭ୍‌ ରିପୋର୍ଟିଂ କରୁଥିବାବେଳେ ମଲ୍‌ର ସିକ୍ୟୁରିଟି ସୁପରଭାଇଜର ଓ ମଲ୍‌ ମ୍ୟାନେଜର ଶ୍ୟାମା ଝା ପହଞ୍ଚତ୍ ପ୍ରଥମେ ମହିଳା ଖବରଦାତାଙ୍କୁ ଧକ୍କା ମାରିଥିଲେ। ସେ ତଳେ ପଡିଯାଇଥିବାବେଳେ ତାଙ୍କୁ କାଉଣ୍ଟର ପଛରେ ଥିବା ଏକ ଘର ଭିତରକୁ ନେଇଯାଇଥିଲେ। ଏହି ସମୟରେ ୩ଜଣ ସିକ୍ୟୁରିଟି ଗାର୍ଡ କ୍ୟାମେରା ମ୍ୟାନ ପ୍ରମୋଦଙ୍କୁ ଗୋଡ଼ାଇ ଗୋଡ଼ାଇ ମାଡ଼ ମାରିଥିଲେ। ଉଭୟଙ୍କୁ ଘର ଭିତରେ ପୂରାଇ କବାଟ ବନ୍ଦ କରି ନିର୍ଯାତନା ଆରମ୍ଭ କରିଥିଲେ। ସେମାନେ ମହିଳା ଖବରଦାତାଙ୍କୁ ଘର ଭିତରେ ଗୋଡ଼େଇ ଗୋଡ଼େଇ ଗୋଇଠା, ଲାତ ମାରିଥିଲେ। ଏପରି କି ଅସଦାଚରଣ କରିବା ସହ ଆଉ ଏପରି ଖବର ସଂଗ୍ରହ କଲେ ବଳାତ୍କାର କରିଦେବୁ ବୋଲି ଧମକ ଦେଇଥିଲେ। ଆଉ କେତେଜଣ କ୍ୟାମେରାମ୍ୟାନଙ୍କୁ ନିସ୍ତୁକ ମାଡ଼ ମାରିବା ସହ କ’ଣ ଶୁଟିଂ କରୁଛୁ ଶୀଘ୍ର ଡିଲିଟ୍‌ କର କହି କ୍ୟାମେରାକୁ ଭାଙ୍ଗି ଦେବାକୁ ଉଦ୍ୟମ କରିଥିଲେ। ୧୫ ମିନିଟ୍‌ ଧରି ଏପରି ଆକ୍ରମଣ ଚାଲିଥିବାବେଳେ କେତେଜଣ ସାମ୍ବାଦିକ ଓ ଲୋକ ସେଠାରେ ପହଞ୍ଚତ୍ ଉଭୟଙ୍କୁ ଉଦ୍ଧାର କରିଥିଲେ। ଏହି ଘଟଣାକୁ ନେଇ ବିଭିନ୍ନ ସାମ୍ବାଦିକ ସଂଘ ତୀବ୍ର ନିନ୍ଦା କରିବା ସହ ବିରୋଧ କରିଛନ୍ତି। ଖୋଦ୍‌ ରାଜଧାନୀରେ ଜଣେ କର୍ତ୍ତବ୍ୟରତ ମହିଳା ସାମ୍ବାଦିକଙ୍କୁ ଆକ୍ରମଣ ଓ ନିର୍ଯାତନା ଘଟଣା ସହରର ସୁରକ୍ଷା ବ୍ୟବସ୍ଥା ଏବଂ ଆଇନ୍‌କାନୁନ୍‌କୁ ନେଇ ପ୍ରଶ୍ନ ଉଠାଇଛନ୍ତି। ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ଜୋର୍‌ ଧରିଛି।

ଏନେଇ ଶହୀଦନଗର ଥାନା ଅଧିକାରୀ ବିରଞ୍ଚତ୍ ନାରାୟଣ ପତି କହିଛନ୍ତି, ଅଭିଯୋଗ ଆଧାରରେ ଆଇପିସି ଦଫା ୩୪୧, ୩୨୩, ୩୫୪, ୩୪୨, ୩୪ରେ ମାମଲା ( ନଂ-୭୦୦/୧୯) ରୁଜୁ କରାଯାଇ ତଦନ୍ତ ଚାଲିଛି। ସିସିଟିଭି ଓ କ୍ୟାମେରା ଭିଡିଓ ଯାଞ୍ଚ କରାଯାଇ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri