ଏସ୍‌ଇଜେଡ୍‌ ସଂସ୍ଥାଙ୍କ ଅନୁପାଳନ ନିୟମ କୋହଳ

 

ନୂଆଦିଲ୍ଲୀ,୩୧। ୩: ଲକ୍‌ଡାଉନ ପ୍ରଭାବରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି । ଏହାବାଦ୍‌ କେତେକ ଜରୁରିକାଳୀନ ସେବା ଅଳ୍ପ କିଛି କର୍ମଚାରୀଙ୍କ ସହାୟତାରେ ପ୍ରଦାନ କରାଯାଉଛି। ଏଭଳି ସ୍ଥିତିରେ ବିଭିନ୍ନ ସମସ୍ୟାର ସମାଧାନ କରିବା ପାଇଁ କେନ୍ଦ୍ର ବାଣିଜ୍ୟ ମନ୍ତ୍ରଣାଳୟ ସ୍ବତନ୍ତ୍ର ଆର୍ଥତ୍କ ଜୋନ(ଏସ୍‌ଇଜେଡ୍‌)ରେ କାର୍ଯ୍ୟରତ ବିଭିନ୍ନ ୟୁନିଟ ପାଇଁ କୋହଳ ନିୟମ ଘୋଷଣା କରିଛନ୍ତି। ସ୍ବତନ୍ତ୍ର ଆର୍ଥତ୍କ ଜୋନରେ ୫ ବର୍ଷ ସମ୍ପୂର୍ଣ୍ଣ କରିବାକୁ ଯାଉଥିବା ବା ବାଣିଜି୍ୟକ କାରବାର ଆରମ୍ଭ କରିବାକୁ ଯାଉଥିବା ୟୁନିଟ ପାଇଁ ବାର୍ଷିକ କାର୍ଯ୍ୟଦକ୍ଷତା ରିପୋର୍ଟ ବା ଅନୁମୋଦନ ପ୍ରମାଣପତ୍ରର ଅବଧି ନେଇ ରିହାତି ଘୋଷଣା କରାଯାଇଛି। ଏହି ସ୍ଥାନଗୁଡିକରେ କାର୍ଯ୍ୟରତ କମ୍ପାନୀ ଏବଂ ସଂସ୍ଥାଗୁଡିକ ଅବଧି ଶେଷ ହେଉଥିଲେ ମଧ୍ୟ କୌଣସି ଆବଶ୍ୟକ ପ୍ରମାଣପତ୍ର ଦାଖଲ କରିପାରୁ ନ ଥିଲେ ସେମାନଙ୍କ ପ୍ରତି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ। ଏ ନେଇ ସ୍ବତନ୍ତ୍ର ଆର୍ଥତ୍କ ଜୋନର ଉନ୍ନୟନ ଆୟୁକ୍ତମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅନୁମୋଦନପତ୍ରର ଅବଧି ଶେଷ ହେବାକୁ ଯାଉଥିଲେ ସେଗୁଡିକୁ ଅନ୍‌ଲାଇନରେ ସମୟକ୍ରମେ ଅନୁମୋଦନ କରିବାକୁ କୁହାଯାଇଛି। ଯେଉଁଠାରେ ଇ-ଆପ୍ରୁଭାଲ ସମ୍ଭବ ନୁହେଁ ସେଠାରେ ସଂସ୍ଥାକୁ ବ୍ୟକ୍ତିଗତ ଭାବେ ହାଜର ହେବାର ଆବଶ୍ୟକତା ରହିଛି। ଅବଧି ପୂରଣ ହୋଇଥିଲେ ମଧ୍ୟ ଯେଭଳି କୌଣସି ଅସୁବିଧା ନ ଉପୁଜେ ସେ ପ୍ରତି ଧ୍ୟାନ ରଖିବାକୁ ଆୟକ୍ତମାନଙ୍କୁ କୁହାଯାଇଛି। ଆବଶ୍ୟକ ସ୍ଥଳେ ଜୁନ୍‌ ୩୦ ଯାଏ ସାମୟିକ ଅନୁମୋଦନ ଦେବା କିମ୍ବା ଚୂଡ଼ାନ୍ତ ନିଷ୍ପତ୍ତି ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବେଦାନ୍ତ ଆଲୁମିନିୟମରେ ଓ୍ବାର୍ଲଡ ଆର୍ଥ ଡେ

ନୂଆଦିଲ୍ଲୀ,୨୩।୪: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପରିସରରେ ଓ୍ବାର୍ଲଡ ଆର୍ଥ ଡେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ...

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ନୂତନ ସିଏଚ୍‌ଡି ଉଦ୍‌ଘାଟିତ

ଭୁବନେଶ୍ୱର,୨୩।୪: ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଇଣ୍ଡିଆ ବା ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ଲିମିଟେଡର ନୂତନ କମ୍ୟୁନିଟି ହେଲ୍‌ଥ ଡିସ୍‌ପେନ୍‌ସାରି (ସିଏଚ୍‌ଡି) ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି...

ରିଲାଏନ୍ସ ଜିଓର ନେଟ ଲାଭ ୨୦,୪୬୬ କୋଟି

ନୂଆଦିଲ୍ଲୀ,୨୩।୪: ଦେଶର ସର୍ବବୃହତ୍‌ ଦୂରସଞ୍ଚାର ସେବା ପ୍ରଦାନକାରୀ କମ୍ପାନୀ ତଥା ରିଲାଏନ୍ସ ଜିଓ ଇନ୍‌ଫୋକମ ଲିମିଟେଡ୍‌ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୩ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ, ଜାଣନ୍ତୁ ବଜାର ଦାମ୍

ନୂଆଦିଲ୍ଲୀ, ୨୨।୪: ନିକଟ ଅତୀତରେ ଭାରତରେ ସୁନା ଓ ରୂପା ମୂଲ୍ୟରେ ବହୁତ ବୃଦ୍ଧି ଘଟିଛି। କିନ୍ତୁ ସୋମବାର ଏଥିରେ କିଛି ମାତ୍ରାରେ ହ୍ରାସ ପାଇଛି।...

ସର୍ବୋତ୍ତମ ପ୍ରଯୁକ୍ତିକୁ ଗୁରୁତ୍ୱ

ଭୁବନେଶ୍ୱର,୨୨ା୪: ବ୍ରିଜ୍‌ଷ୍ଟୋନ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ନୂତନ ଉତ୍ପାଦ ‘ତୁରଞ୍ଜା ୬ଆଇ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଯାତ୍ରୀବାହୀ ଯାନ ସେଗ୍‌ମେଣ୍ଟ ପାଇଁ ବ୍ରାଣ୍ଡ୍‌...

ଶ୍ରୀଲେଦର୍ସ ପ୍ରତିଷ୍ଠାତାଙ୍କ ପ୍ରତିମୂର୍ତ୍ତି ଅନାବରଣ

ଭୁବନେଶ୍ୱର,୨୨ା୪: ଦେଶର ପ୍ରମୁଖ ସୁଜ୍‌ ବ୍ରାଣ୍ଡ୍‌ ଶ୍ରୀଲେଦର୍ସର ପ୍ରତିଷ୍ଠାତା ତଥା ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ସୁରେଶ ଚନ୍ଦ୍ର ଦେଙ୍କର ୧୧୩ତମ ଜନ୍ମବାର୍ଷିକୀ ରବିବାର ପାଳିତ...

ଶପର୍ସ ଷ୍ଟପ୍‌ ସହ ଆକ୍ସିସ ବ୍ୟାଙ୍କର ସହଭାଗିତା

ଭୁବନେଶ୍ୱର,୨୨ା୪: ଆକ୍ସିସ୍‌ ବ୍ୟାଙ୍କ ଏବଂ ଶପର୍ସ ଷ୍ଟପ୍‌ସ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ନିକଟରେ ସ୍ଥାପନ ହୋଇଛି। ଏପରିକି ଉଭୟ ସଂସ୍ଥାର ମିଳିତ ସହଭାଗିତାରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri