Posted inଖେଳ

ଏସିଆ ରଗ୍‌ବୀ ସେଭେନ୍ସ ଟ୍ରଫି:ଭାରତୀୟ ମହିଳା ଦଳରେ ଓଡ଼ିଶାରୁ ୪

ଭୁବନେଶ୍ୱର, ୬ା୮ (ସ୍ପୋଟର୍‌ସ ବ୍ୟୁରୋ)- ଏସିଆ ରଗ୍‌ବୀ ସେଭେନ୍ସ ଟ୍ରଫି ଅଗଷ୍ଟ ୧୦ ଓ ୧୧ ଦୁଇ ଦିନ ଧରି ଇଣ୍ଡୋନେସିଆର ଜାକର୍ତ୍ତାସ୍ଥିତ ଜି.ବି.କେ. କମ୍ପ୍ଲେକ୍ସଠାରେ ଅନୁଷ୍ଠିତ ହେବ। ଏଥିଲାଗି ସୋମବାର ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ ପରିସରରେ ରଗ୍‌ବୀ ଇଣ୍ଡିଆ ପକ୍ଷରୁ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଉଭୟ ଭାରତୀୟ ମହିଳା ଓ ପୁରୁଷ ଦଳ ଘୋଷଣା କରାଯାଇଛି। ଉଭୟ ଦଳରେ ୧୨ ଜଣ ଲେଖାଏ ଖେଳାଳି ସ୍ଥାନ ପାଇଥିବାବେଳେ ବିକାଶ ଖତ୍ରି ଓ ବାବିଜ୍‌ ବାରୁଚାଙ୍କୁ ଯଥାକ୍ରମେ ପୁରୁଷ ଓ ମହିଳା ଦଳର ନେତୃତ୍ୱ ପ୍ରଦାନ କରାଯାଇଛି। ଘୋଷିତ ଭାରତୀୟ ମହିଳା ଦଳରେ ଓଡ଼ିଶାର ୪ ଜଣ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ସୁମିତ୍ରା ନାୟକ, ହୁପି ମାଝି, ଶୁଭଲକ୍ଷ୍ମୀ ବାରିକ ଓ ମୀରାରାଣୀ ହେମ୍ବ୍ରମ। ଉଭୟ ଭାରତୀୟ ମହିଳା ଓ ପୁରୁଷ ଦଳର ଖେଳାଳିଙ୍କୁ ନେଇ ଗତ ୨୩ରୁ କିଟ୍‌ ପରିସରରେ ୧୫ ଦିନିଆ ଜାତୀୟ ଶିବିର ଅନୁଷ୍ଠିତ ହେଉଛି। ଗତ ମାସରେ ବିହାରର ପାଟନାଠାରେ ଅନୁଷ୍ଠିତ ହୋଇଥିବା ସୋସାଇଟ୍‌ ଜେନେରାଲ ସିନିୟର ରଗ୍‌ବୀ ସେଭେନ୍ସ ଚାମ୍ପିୟନଶିପ୍‌ରୁ ସମ୍ଭାବ୍ୟ ଖେଳାଳି ଏହି ଶିବିର ପାଇଁ ଚୟନ କରାଯାଇଥିଲା। ୧୫ ଦିନି ଧରି ଚାଲିଥିବା ଏହି ଜାତୀୟ ଶିବିରକୁ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବ୍ୟାପାର ବିଭାଗ ସମେତ କିଟ୍‌ ଓ କିସ୍‌ ତରଫରୁ ସମ୍ପୂର୍ଣ୍ଣ ସହଯୋଗ କରାଯାଇଥିଲା। ଭାରତୀୟ ଦଳ ବୁଧବାର ଜାକର୍ତ୍ତା ଅଭିମୁଖେ ଗସ୍ତ କରିବ ବୋଲି ଜଣାପଡ଼ିଛି।
ଇଣ୍ଡିଆ ପକ୍ଷରୁ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିବା ଏହି ଖବରଦାତା ସମ୍ମଳିନୀରେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ସମେତ କ୍ରୀଡ଼ା ସଚିବ ବିଶାଳ କୁମାର ଦେବ, ପୂର୍ବତନ ଭାରତୀୟ ରଗ୍‌ବୀ ଖେଳାଳି ତଥା ଅଭିନେତା ରାହୁଲ ବୋଷ, କୋଚ୍‌ ଲୁଡ୍‌ଓ୍ବିଚେ, ଓଡ଼ିଶା ରଗ୍‌ବୀ ଆସୋସିଏଶନ ସଭାପତି ଉପେନ୍ଦ୍ର ମହାନ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ। କ୍ରୀଡ଼ାମନ୍ତ୍ରୀ ଏହି ଅବସରରେ ଉଭୟ ଭାରତୀୟ ମହିଳା ଓ ପୁରୁଷ ଦଳକୁ ଆଗାମୀ ଟୁର୍ନାମେଣ୍ଟ ଲାଗି ଅଭିନନ୍ଦନ ଜଣାଇବା ସହ ସେମାନେ ସଫଳତା ହାସଲ କରିବେ ବୋଲି କାମନା କରିଥିଲେ। ସେହିଭଳି କ୍ରୀଡ଼ା ସଚିବ ବିଶାଳ ଦେବ ଭାରତୀୟ ଦଳ ପାଇଁ ମନୋନୀତ ହୋଇଥିବା ମହିଳା ଓ ପୁରୁଷ ଦଳର ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଥିଲେ। ରାଜ୍ୟ ସରକାର ରଗ୍‌ବୀ କ୍ରୀଡ଼ାକୁ ସହାୟତା କରୁଥିବାରୁ ଏହା ଆମ ପାଇଁ ଖୁସିର ଖବର। ଆଗାମୀ ଦେଢ଼ରୁ ୨ ବର୍ଷ ମଧ୍ୟରେ ରାଜ୍ୟ ସରକାରଙ୍କ ସହାୟତାରେ ଓଡ଼ିଶାରେ ରଗ୍‌ବୀ ହାଇପରଫର୍‌ମାନ୍ସ ସେଣ୍ଟର ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖିଥିବା କ୍ରୀଡ଼ା ସଚିବ ଏହି ଅବସରରେ ସୂଚନା ଦେଇଛନ୍ତି। ଭାରତୀୟ ଦଳରେ ସ୍ଥାନ ପାଇଥିବା ୪ ଓଡ଼ିଶା ଖେଳାଳିଙ୍କୁ ସେ ଅଭିନନ୍ଦନ ଜଣାଇବା ସହ ଆଗାମୀ ଦିନରେ ପୁରୁଷ ଦଳରେ କିଭଳି ଭାବେ ଓଡ଼ିଆ ଖେଳାଳିଙ୍କ ପ୍ରତିନିଧିତ୍ୱ ରହିବ ସେଥିପ୍ରତି ଦୃଷ୍ଟି ଦେବାକୁ ସେ ରାହୁଲ ବୋଷ ଓ କୋଚ୍‌ଙ୍କୁ ଅନୁରୋଧ କରିଥିଲେ। ଭାରତୀୟ ଖେଳାଳିଙ୍କ ଶିବିର ଆୟୋଜନ କରିବାରେ ରାଜ୍ୟ ସରକାର ଏବଂ କିଟ୍‌ ଯେଉଁ ସମର୍ଥନ ଓ ସହାୟତା ପ୍ରଦାନ କରିଛନ୍ତି ସେଥିଲାଗି ପୂର୍ବତନ ଖେଳାଳି ରାହୁଲ ବେଶ୍‌ ପ୍ରଶଂସା କରିଛନ୍ତି।
ଭାରତୀୟ ପୁରୁଷ ଦଳ: ବିକାଶ ଖତ୍ରି (ଅଧିନାୟକ), ନୀରଜ ଖତ୍ରି, ଦୀପକ ପୁନିଆ, ପ୍ରିନ୍ସ ଖତ୍ରି, ମୋହିତ୍‌ ଖତ୍ରି (ସମସ୍ତେ ହରିୟାଣା), ସୁରିନ୍ଦର ସିଂ, ଜୋଶାଙ୍ଗଜୁଆଲ, ପାଉଲସାମି ଉଥୟ ଶଙ୍କର (ସର୍ଭିସେସ), ସୁକୁମାର ହେମ୍ବ୍ରମ, ରାଜଦୀପ ଶାହ (ଉଭୟ ପଶ୍ଚିମବଙ୍ଗ), ଜାକିର ହୁସେନ (ଦିଲ୍ଲୀ)।
ଭାରତୀୟ ମହିଳା ଦଳ: ବାବିଜ୍‌ ଭରୁଚା (ଅଧିନାୟିକା, ମହାରାଷ୍ଟ୍ର), ଶ୍ୱେତା ଶାହି, ସୁଇଟି କୁମାରୀ (ଉଭୟ ବିହାର), ସୁମିତ୍ରା ନାୟକ, ହୁପି ମାଝି, ଶୁଭଲକ୍ଷ୍ମୀ ବାରିକ, ମୀରାରାଣୀ ହେମ୍ବ୍ରମ (ସମସ୍ତେ ଓଡ଼ିଶା), ଶୀତଲ ଶର୍ମା, ନେହା, ପ୍ରିୟା ବଂଶଲ, ଶିଖା ଯାଦବ (ଦିଲ୍ଲୀ), ସନ୍ଧ୍ୟାରାଣୀ (ପଶ୍ଚିମବଙ୍ଗ)। କୋଚ୍‌- ଲୁଡ୍‌ଓ୍ବିଚେ ଭାନ୍‌ ଡେଭେଣ୍ଟର ଓ ଲୁଇସ୍‌ ବୋଶୋଫ୍‌, ମ୍ୟାନେଜର- ମାନସ କୁମାର ଜେନା ଓ ଧୀରେନ କୁମାର ରାଉତ। ଫିଜିଓ- ରାଜେଶ ମାଳି ଓ ଅବଦୁଲ୍ଲ ଓ୍ବାହିଦ୍‌ ଖାଁ ପଠାନ।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ଫାଇନାଲରେ ଏହି ୩ ପାକିସ୍ତାନୀ ଖେଳାଳି ଭାରତ ପାଇଁ କାଳ! ମ୍ୟାଚର ମୋଡ଼ ପଲଟାଇବାରେ ମାହିର, ଜାଣନ୍ତୁ ସେମାନେ କିଏ…

ନୂଆଦିଲ୍ଲୀ,୧।୧୦: ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ ମ୍ୟାଚ ହେଲେ ରୋମାଞ୍ଚର କୌଣସି ଅଭାବ ରହେ ନାହିଁ। ଏବେ ଏସିଆନ ଗେମ୍ସ ୨୦୨୬ର ଫାଇନାଲରେ ଦୁଇ ଦଳ…

କ୍ରିକେଟରେ ବଡ଼ ନିୟମ ପରିବର୍ତ୍ତନ: ICC ଜାରି କଲା ନୂଆ ଗାଇଡଲାଇନ, ଏଣିକି ରନ୍‌ଆଉଟ୍‌ରେ…

ନୂଆଦିଲ୍ଲୀ,୧।୧୦: କ୍ରିକେଟରେ ଆଉ କିଛି ନିୟମ ବଦଳିଛି। ଆଇସିସି ପକ୍ଷରୁ ଘୋଷଣା କରାଯାଇଥିବା ଏହି ନୂଆ ନିୟମଗୁଡ଼ିକ ଅକ୍ଟୋବର ୧ କିମ୍ବା ଏହା ପରେ ଆରମ୍ଭ ହେଉଥିବା…

ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜରୁ ବାଦ ପଡ଼ିଲେ ଏହି ଖେଳାଳି; BCCI ପକ୍ଷରୁ ରିପ୍ଲେସମେଣ୍ଟ ଖେଳାଳିଙ୍କ ନାମ ଘୋଷଣା, ପ୍ରଶଂସକ ଚକିତ

ନୂଆଦିଲ୍ଲୀ,୧।୧୦: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଭାରତୀୟ ଦଳରେ ହଠାତ ଏକ ପରିବର୍ତ୍ତନ କରିଛି। ବିଶେଷ ଭାବରେ, ୱେଷ୍ଟଇଣ୍ଡିଜ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦…

ସାନଖେମୁଣ୍ଡିରେ ବ୍ୟାପୁଛି ହଇଜା; ପୁଣି ଜଣେ ମୃତ, ଜିଲା ସ୍ବାସ୍ଥ୍ୟ ଟିମର ଅନୁଧ୍ୟାନ

ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ପଞ୍ଚାୟତ ମାର୍ଥାପୁର, ରାଜନାପଲ୍ଲୀ ଓ ଟି.ଗୋବିନ୍ଦପୁର ପଞ୍ଚାୟତ ଢିମିରାପଲ୍ଲୀ ଗାଁରେ ଗତ ୫ ଦିନ ହେଲା…

କନିଷ୍ଠ ଶିକ୍ଷକଙ୍କୁ ନେଇ ସରକାରଙ୍କ ବଡ଼ ଘୋଷଣା, ୨୦୨୩-୨୪ ବର୍ଷରେ ନିୟୋଜିତ….

ଭୁବନେଶ୍ବର,୧ା୧୦: ଓଡ଼ିଶାର କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ଙ୍କ ନିୟମିତକରଣ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ଅଧିକାରିକ ବିଜ୍ଞପ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?