ଏସବୁ ରୋଗ ଦୂର କରେ ଜହ୍ନି

ଆଜିକାଲି ଖାଦ୍ୟପେୟରେ ଅନିୟମିତତା ଯୋଗୁ ନାନା ରୋଗ ଗ୍ରାସ କରୁଛି। ଅଧିକାଂଶ ଲୋକଙ୍କଠାରେ ଗ୍ୟାସ୍‌ଟ୍ରିକ୍‌, ହୃଦଜନିତ ରୋଗ, ଉଚ୍ଚ ରକ୍ତଚାପ, ମେଦବହୁଳତା ପରି ସମସ୍ୟା ଦେଖାଦେଉଛି। ତେବେ ଏଥିରୁ ମୁକ୍ତି ପାଇବା ପାଇଁ ଜହ୍ନି ମହୌଷଧି ପରି କାମ କରିଥାଏ। ପୋଷକତତ୍ତ୍ୱରେ ଭରପୂର ଜହ୍ନି ଖାଇଲେ ଅନେକ ରୋଗରୁ ମୁକ୍ତି ମିଳିବ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଏଥିରେ ଭିଟାମିନ୍‌ ସି, କାର୍ବୋହାଇଡ୍ରେଟ୍‌, ପ୍ରୋଟିନ୍‌ ଏବଂ ଫାଇବର ରହିଛି। ଏଥିରେ ଥିବା ବି’ କମ୍ପ୍ଲେକ୍ସ ଏବଂ ଫଲିକ୍‌ ଏସିଡ୍‌ ଗର୍ଭବତୀଙ୍କ ପାଇଁ ବହୁତ ଲାଭଦାୟକ। ଏଥିରେ କ୍ୟାଲୋରୀ କମ୍‌ ରହିଛି। ଯାହା ଓଜନ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ। ଜହ୍ନି ହୃଦ୍‌ରୋଗୀ ଏବଂ ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ସବୁଠୁ ଭଲ। ଏହାକୁ ଖାଦ୍ୟରେ ସାମିଲ କଲେ ଗ୍ୟାସ ଏବଂ ପାଚନ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ମିଳିଥାଏ। ଏଥିରେ ଭିଟାମିନ୍‌ ‘ଏ’ ରହିଛି। ଯାହାକୁ ଖାଇଲେ ଦୃଷ୍ଟିଶକ୍ତି ପ୍ରଖର ହୋଇଥାଏ।