ଏସଆଇଙ୍କ ମଣିଷପଣିଆ: ବୃଦ୍ଧାଙ୍କୁ ବୁଝାଇସୁଝାଇ ଖୁଆଇଲେ

ମଣିଷପଣିଆ ଦେଖାଇବାକୁ ଟଙ୍କା, ପଇସା ଦରକାର ନାହିଁ । ଏହାକୁ ବିନା ମୂଲ୍ୟରେ ବି ଖର୍ଚ୍ଚ କରାଯାଇ ପାରେ । ଆଉ ଯିଏ ନିଜର ମଣିଷପଣିଆକୁ ଖୁସିରେ ଖର୍ଚ୍ଚ କରି ଶିଖିଛି, ସେ ହେଉଛି ପ୍ରକୃତ ମଣିଷ । ଅନ୍ୟକୁ ଟିକେ ସାହାର୍ଯ୍ୟ କରିବା ପରେ ବୋଧହୁଏ ଶାନ୍ତିରେ ନିଃଶ୍ୱାସ ନେଇ ହୁଏ, ସବୁ ଦୁଃଶ୍ଚିନ୍ତା ଦୂର ହୋଇଯାଏ । ନିଜର ମଣିଷପଣିଆକୁ ଖର୍ଚ୍ଚ କଲେ କିଛି କ୍ଷତି ନାହିଁ । ଏ କଥା କହିଛନ୍ତି କଟକ ମହିଳା ଥାନାରେ କାର୍ଯ୍ୟରତ ସବଇନିସପେକ୍ଟର (ଏସଆଇ ) ବର୍ଷା ମହାନ୍ତି । ଗୁରୁବାର ସନ୍ଧ୍ୟାରେ ବର୍ଷା ଜଣେ ବୃଦ୍ଧାଙ୍କୁ ବୁଝାଇସୁଝାଇ ଖୁଆଇ ଦେଉଥିବାର ଦୃଶ୍ୟ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଏହି ଘଟଣା ପରେ ଏସ୍‌ଆଇ ବର୍ଷାଙ୍କ ମାନବିକତାକୁ ନେଇ ସହରରେ ବେଶ ଚର୍ଚ୍ଚା ମଧ୍ୟ ଚାଲିଛି ।

କଟକ ଅଫିସ,୧୮।୪- ଖାକି ପୋଷାକ ଦେଖିଲେ ସାଧାରଣରେ ମନକୁ ଏକ ଭୟ ଆସେ । ଖାକି ପିନ୍ଧିବା ପରେ ପୋଲିସ ଯେପରି କର୍ତ୍ତବ୍ୟ ଭିତରେ ବାନ୍ଧି ହୋଇଯାଏ ବୋଲି କୁହାଯାଏ । ହେଲେ ଏହି ଘଡ଼ିସନ୍ଧି ମୂହୁର୍ତ୍ତରେ ମହିଳା ଥାନାରେ କାର୍ଯ୍ୟରତ ଏସ୍‌ଆଇ ବର୍ଷା ସମାଜ ପାଇଁ ଏକ ଭିନ୍ନ ବାର୍ତ୍ତା ଦେଇଛନ୍ତି । ଦରଘାବଜାର ଛକରେ ଜଣେ ପାଗେଳୀଙ୍କ ପାଖରେ ବସି ମା’ ବୋଲି ସମ୍ବୋଦନ କରି ତାଙ୍କୁ ଖୁଆଇ ଦେଉଥିବା ଘଟଣାକୁ ବିଭିନ୍ନ ବର୍ଗରୁ ପ୍ରଶଂସା କରାଯାଉଛି ।
ମର୍କତନଗର ଥାନା, ବାଦାମବାଡ଼ି ଥାନାରେ କାର୍ଯ୍ୟ କରିବା ପରେ ବର୍ଷା ଏବେ ମହିଳା ଥାନାରେ ନିଯୁକ୍ତ ହୋଇଛନ୍ତି । ଗୁରୁବାର ସନ୍ଧ୍ୟା ପ୍ରାୟ ୮:୩୦ ସମୟରେ ପୋଲିସ ପକ୍ଷରୁ ଦରଘାବଜାର ଅଞ୍ଚଳରେ ଖାଦ୍ୟ ବଣ୍ଟନ କରାଯାଉଥିଲା । ଏହି ସମୟରେ ରାସ୍ତା କଡ଼ରେ ବସିଥିବା ଜଣେ ବୃଦ୍ଧା ହଠାତ୍‌ ରାସ୍ତା ଉପରକୁ ଚାଲି ଆସିଥିଲେ । ଜଣେ ପୋଲିସ କର୍ମଚାରୀ ତାଙ୍କୁ ନେଇ ଖାଦ୍ୟ ପୁଡ଼ିଆ ଦେଇଥିଲେ । ହେଲେ ବୃଦ୍ଧା ଜଣଙ୍କ ଏହାକୁ ନ ଧରି ବିଚ୍‌ ରାସ୍ତା ଉପରେ ବସି ପଡ଼ିଥିଲେ । ତାଙ୍କ ଚାଲିଚଳନରୁ ସେ ଜଣେ ମାନସିକ ବିକୃତ ବୋଲି ଠଉରାଇଥିଲା ପୋଲିସ । ଏଣୁ କୌଣସି ପୋଲିସ କର୍ମଚାରୀ ତାଙ୍କ ପାଖକୁ ଯାଇ ନଥିଲେ । ହେଲେ ବର୍ଷା କିଛି ସମୟ ଦୂରରେ ରହି ଦେଖିବା ପରେ ବୃଦ୍ଧାଙ୍କ ନିକଟକୁ ଯାଇଥିଲେ । ବୃଦ୍ଧା ଖାଇବା ପାଇଁ କହିଥିଲେ ସୁଦ୍ଧା ସେ କିଛି ଉତ୍ତର ଦେଇ ନ ଥିଲେ । ବୃଦ୍ଧା ଜଣଙ୍କ ହିନ୍ଦୀ ଭାଷାରେ କଥାବାର୍ତ୍ତା କରୁଥିଲେ ବୋଲି ବର୍ଷା କୁହନ୍ତି । ବୃଦ୍ଧାଙ୍କ ପାଟିକୁ କିଛି ସମୟ ନିରେଖି ଦେଖିବା ପରେ ସେ ଭୋକିଲା ଅଛନ୍ତି ବୋଲି ବର୍ଷା ଅନୁଭବ କରିଥିଲେ । ଏହା ପରେ ବର୍ଷା ନିଜେ ଖାଦ୍ୟ ପୁଡ଼ିଆକୁ ଖୋଲି ବୃଦ୍ଧାଙ୍କ ପିଠି ଥାପୁଡ଼ାଇ ତାଙ୍କୁ ଖୁଆଇ ଦେଇଥିଲେ । ଅଳ୍ପ ଟିକେ ଖାଇବାକୁ ବୃଦ୍ଧା ଜଣଙ୍କ ଅନେକ ସମୟ ନେଇଥିଲେ ବୋଲି ବର୍ଷା କୁହନ୍ତି । ହେଲେ ତାଙ୍କୁ ଭୋକ ଲାଗୁଥିଲେ ସୁଦ୍ଧା ସେ ଆମ ହାତରୁ ଖାଇବାକୁ ଯେପରି ଅରାଜି ଥିଲେ ବୋଲି ବର୍ଷା କୁହନ୍ତି । ପରେ ପାଣି ବୋତଲ ଓ କିଛି ବିସ୍କୁଟ ପ୍ୟାକେଟ ବୃଦ୍ଧାଙ୍କୁ ଦେଇ ଘରକୁ ଫେରିଥିଲେ ଏସ୍‌ଆଇ ବର୍ଷା । ବୃଦ୍ଧାଙ୍କ ପ୍ରତି ତାଙ୍କର ଏହି ସହାନୁଭୂତି ସମ୍ପର୍କରେ ବର୍ଷା କୁହନ୍ତି, କିଛି ସମୟ ତାଙ୍କୁ ଦେଖିବା ପରେ ମନ ବିଚଳିତ ହୋଇଥିଲା । ଭୋକରେ ଥିଲେ ସୁଦ୍ଧା ସେ କାହିଁକି ପେଟପୁରା ଖାଇ ନ ଥିଲେ ନେଇ ମୋ ଭିତରେ ଅନେକ ପ୍ରଶ୍ନ ଆସୁଛି ବୋଲି ବର୍ଷା କୁହନ୍ତି । ସୂଚନା ଥାଉକି, ବର୍ଷାଙ୍କ ସ୍ବାମୀ ଜ୍ଞାନରଞ୍ଜନ ମହାପାତ୍ର ଭୁବନେଶ୍ୱର ଧଉଳିଥାନାର ଏସ୍‌ଆଇ ।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଦୋଳନରେ ସୁଇପର, ଅଳିଆ ଆବର୍ଜନାରେ ପୂରିଛି ସହର

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ): ୧୨ଟି ଓ୍ବାର୍ଡକୁ ନେଇ ଗଠିତ ଗଞ୍ଜାମ ଏନ୍‌ଏସି ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ୩ ଦିନରୁ ଊର୍ଦ୍ଧ୍ୱ ହେବ ସଫେଇ କାର୍ଯ୍ୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ଖରାଦିନେ ଆବଶ୍ୟକତାଠୁ ଅଧିକ ପାଣି ପିଉଛନ୍ତି କି? ହୋଇପାରେ ଗୁରୁତର ସମସ୍ୟା

ନୂଆଦିଲ୍ଲୀ,୨।୪: ପ୍ରଚୁର ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । କାରଣ ଏହା ଶରୀରକୁ ହାଇଡ୍ରେଟ୍ ରଖେ, ଚର୍ମର ରଙ୍ଗକୁ ଉନ୍ନତ କରେ ଏବଂ ବିଷାକ୍ତ ପଦାର୍ଥ…

IPL ମଧ୍ୟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଏହି ଷ୍ଟାର ବ୍ୟାଟସ୍‌ମ୍ୟାନ, ୩୭ ବର୍ଷ ବୟସରେ…

ନୂଆଦିଲ୍ଲୀ,୨।୪: କ୍ରିକେଟ ଜଗତ ବର୍ତ୍ତମାନ IPL ୨୦୨୬ ଉପରେ ଧ୍ୟାନ ଦେଇଛି। ଇଣ୍ଡିଆନ ପ୍ରିମିୟର ଲିଗ ୨୮ ମାର୍ଚ୍ଚରୁ ଆରମ୍ଭ ହୋଇଛି ଏବଂ ପ୍ରତିଦିନ ପ୍ରମୁଖ ମ୍ୟାଚ…

ବୋର୍ଡ ସଭାପତିଙ୍କ ବଡ଼ ଘୋଷଣା; ଆଜି ସରିବ ମାଟ୍ରିକ ପରୀକ୍ଷା ଖାତା ଦେଖା, କେବେ ରେଜଲ୍ଚ ବାହାରିବ ଜାଣନ୍ତୁ

ଭୁବନେଶ୍ବର,୨।୪: ମେ’ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ବାହାରିବ ମାଟ୍ରିକ ରେଜଲ୍ଟ । ଏନେଇ ସୂଚନା ଦେଲେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ।  ଆଜି ମାଟ୍ରିକ…

ଆଜିଠୁ ପୁଣି କଡ଼ାକଡ଼ି PUCC ଯାଞ୍ଚ: ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ୧୦ ହଜାର ଫାଇନ

ଭୁବନେଶ୍ୱର,୨।୪: ଆଜିଠୁ ପୁଣି କଡ଼ାକଡ଼ି ହେବ PUCC ଯାଞ୍ଚ। ପଲ୍ୟୁଶନ ସାର୍ଟିଫିକେଟ ନଥିଲେ ଫାଇନ ଦେବାକୁ ପଡ଼ିବ। PUCC ଯାଞ୍ଚ ପାଇଁ ଦିଆଯାଇଥିବା ଡେଡଲାଇନ ଶେଷ ହୋଇଛି।…

ଭାରତକୁ ବନ୍ଧୁତାର ହାତ ବଢାଇଲା ଏହି ଦେଶ: ପାକିସ୍ତାନ ଛାନିଆ

ନୂଆଦିଲ୍ଲୀ,୨।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି। ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ୩୦ ଦିନରୁ ଅଧିକ ସମୟ ବିତିଗଲାଣି। କୌଣସି ପକ୍ଷ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ; ୧୩୦୦୦ କମିଲା….

ନୂଆଦିଲ୍ଲୀ,୨।୪: ଆଜି ସୁନା ଏବଂ ରୂପା ବଜାରରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଯାହା ନିବେଶକ ଏବଂ କ୍ରେତା ଉଭୟଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri