Posted inଜାତୀୟ

ଏଲ୍‌ଏସିରେ ଯୁଦ୍ଧ ଭଳି ସ୍ଥିତି

ନୂଆଦିଲ୍ଲୀ/ ଲେହ,୧୯ା୬:ଲଦାଖର ଗଲଓ୍ବାନ ଉପତ୍ୟକାରେ ଭାରତ ଓ ଚାଇନା ସେନା ମଧ୍ୟରେ ସଂଘର୍ଷ ଘଟି ଉଭୟ ପକ୍ଷର ସୈନ୍ୟ ମୃତାହତ ହେବା ପରେ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି)ରେ ଯୁଦ୍ଧ ଭଳି ସ୍ଥିତି ସୃଷ୍ଟି ହୋଇଛି। ଚାଇନାର ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ) ସୈନ୍ୟ ଚାଲାକି କରି ଭାରତୀୟ ଭୂଖଣ୍ଡକୁ ଅନୁପ୍ରବେଶ ଉଦ୍ୟମ କଲେ ସେମାନଙ୍କୁ କଡ଼ା ଜବାବ ଦେବା ପାଇଁ ଯବାନମାନେ ପ୍ରସ୍ତୁତ ହୋଇ ରହିଛନ୍ତି। ଏଲ୍‌ଏସିରେ ଲାଗି ରହିଥିବା ଚରମ ଉତ୍ତେଜନାକୁ ଦୃଷ୍ଟିରେ ରଖି ଓ୍ବାର-ଲାଇକ୍‌ ଆଲର୍ଟ ବା ଯୁଦ୍ଧ ଭଳି ସତର୍କତା ଜାରି କରାଯାଇଛି।
ସୋମବାର ଅପରାହ୍ନରେ ଗଲ୍‌ଓ୍ବନ ଉପତ୍ୟକାରେ ଚାଇନା ପକ୍ଷରୁ କରାଯାଇଥିବା ଏକ ଟେଣ୍ଟକୁ ହଟାଇବା ପାଇଁ ଭାରତୀୟ ଯବାନମାନେ ସେଠାକୁ ଯାଇଥିଲେ। ପିଏଲ୍‌ଏ ସୈନ୍ୟମାନେ ଯବାନଙ୍କୁ ଆକ୍ରମଣ କରିବା ପରେ ୬ ଘଣ୍ଟା ଧରି ରକ୍ତାକ୍ତ ସଂଘର୍ଷ ହୋଇଥିଲା। ଏଥିରେ ଭାରତର ୨୦ ଯବାନ ଶହୀଦ ହୋଇଥିବାବେଳେ ଚାଇନାର ୪୩ ସୈନ୍ୟ ମୃତାହତ ହୋଇଛନ୍ତି। ୩୪୮୮ କିମି ବିସ୍ତୃତ ଏଲ୍‌ଏସିକୁ ନେଇ ସୀମା ବିବାଦର ସମାଧାନ ପାଇଁ ଆଲୋଚନା ଚାଲିଛି ବୋଲି ଉଭୟ ପକ୍ଷରୁ କୁହାଯାଉଥିଲେ ହେଁ ବାସ୍ତବ ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ। ଏଲ୍‌ଏସିର ମୁଖ୍ୟତଃ ଗଲଓ୍ବାନ୍‌ ଉପତ୍ୟକା, ଦୌଲତ ବେଗ୍‌ ଓଲ୍ଡି, ଡେପସାଙ୍ଗ,ଚୁଶୁଲ ଓ ଅନ୍ୟ ଅଞ୍ଚଳରେ ଚାଇନା ଏହାର ସୈନ୍ୟ ସଂଖ୍ୟା ବଢ଼ାଇଛି। ଭାରତ ପକ୍ଷରୁ ଲଦାଖଠାରୁ ଅରୁଣାଚଳପ୍ରଦେଶ ପର୍ଯ୍ୟନ୍ତ ଏଲ୍‌ଏସିରେ ଯୁଦ୍ଧଭଳି ସତର୍କତା ଜାରି ହୋଇଥିବାବେଳେ ଯେକୌଣସି ସ୍ଥିତିର ମୁକାବିଲା ପାଇଁ ସେନା ପ୍ରସ୍ତୁତ ହୋଇ ରହିଛି। ଫରଓ୍ବାର୍ଡ ଅଞ୍ଚଳରେ ଭାରତ ୧୫,୦୦୦ରୁ ଅଧିକ ଯବାନ ମୁତୟନ କରିଥିବାବେଳେ ଏହାଠାରୁ ଅଧିକ ସୈନ୍ୟ ସେମାନଙ୍କୁ ସମର୍ଥନ ଦେବାକୁ ସଜାଗ ହୋଇ ରହିଛନ୍ତି। ସାଉଥ୍‌ ବ୍ଲକ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସେନାର ଶୀର୍ଷ ଅଧିକାରୀଙ୍କ ସହ ଲଦାଖ ସୀମା ସ୍ଥିତି ସମୀକ୍ଷା କରିବା ପରେ ଏହି ଖବର ସାମ୍‌ନାକୁ ଆସିଛି।
ସେପଟେ ଗଲଓ୍ବାନ ନଦୀପଥକୁ ଅବରୋଧ କରିବା ପାଇଁ ଚାଇନା ଉଦ୍ୟମ କରୁଥିବା ଜଣାପଡିଛି। ସଂଘର୍ଷ ସ୍ଥଳଠାରୁ ୧ କିଲୋମିଟର ଦୂରରେ ଚାଇନା ବୁଲ୍‌ଡୋଜର ଓ ଆର୍ଥମୁଭର ନିୟୋଜିତ କରିଥିବା ହାଇ ରିଜୋଲ୍ୟୁଶନ ସାଟେଲାଇଟ ଫଟୋରୁ ଦେଖିବାକୁ ମିଳିଛି।
ଲଦାଖ ସଂଲଗ୍ନ ଏଲ୍‌ଏସିରେ ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଜାରି ରହିଥିବାବେଳେ ଲେହରେ ଅନିଶ୍ଚିତତା ଓ ଭୟର ବାତାବରଣ ଦେଖାଦେଇଛି। ଗୁରୁବାର ଲେହ ସହରରେ ଦେଖାଦେଇଥିଲା ଅସ୍ବାଭାବିକ ନୀରବତା। ଦୋକାନ ବଜାର ବନ୍ଦ ରହିଥିବାବେଳେ କରୋନା ମହାମାରୀ ଯୋଗୁ ରାସ୍ତାରେ କ୍ୱଚିତ୍‌ ଲୋକଙ୍କୁ ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଗଜରାଜଙ୍କ ତାଣ୍ଡବ! ଜଣଙ୍କ ଜୀବନ ନେବା ପରେ ବି ଥମୁନି ଗୋଠଛଡ଼ା ଦନ୍ତାର ଉପଦ୍ରବ, ଚିନ୍ତାରେ ଗ୍ରାମବାସୀ

ବଞ୍ଚୋ,୧୭।୬(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ଆନନ୍ଦପୁର ଅଞ୍ଚଳରେ ଗଜରାଜଙ୍କ ଉପଦ୍ରବ ଥମିବାର ନାଁ ନେଉନାହିଁ । ପୁଣିଥରେ ଜନବସତି ମୁହାଁ ହୋଇଛି ଗୋଠଛଡ଼ା ଦନ୍ତା…

ଗମ୍ଭୀର ସ୍ନାୟୁ ରୋଗ ସହିତ ସଂଘର୍ଷ କରୁଛନ୍ତି ସୋନୁ ନିଗମ, ଯନ୍ତ୍ରଣାଦାୟକ ଭିଡ଼ିଓ ସେୟାର କରି….

ଗାୟକ ସୋନୁ ନିଗମ ଦୀର୍ଘ ଦିନ ଧରି ତାଙ୍କର ସୁମଧୁର କଣ୍ଠସ୍ୱର ପାଇଁ ଲୋକଙ୍କ ପ୍ରିୟ ହୋଇଆସିଛନ୍ତି, କିନ୍ତୁ ସେ ବର୍ତ୍ତମାନ ଏକ କଷ୍ଟକର ପର୍ଯ୍ୟାୟ ଦେଇ…

ଚାଷୀଙ୍କ ପ୍ରଶ୍ନବାଣରେ ଘାଇଲା ମନ୍ତ୍ରୀ: ଆଜିଠାରୁ ସବୁ ମଣ୍ଡିରୁ ଉଠିବ ଧାନ

ନୂଆପଡ଼ା,୧୭ା୬ (ମକାରୁ ବେମାଲ):ନୂଆପଡ଼ା ଜିଲା ଗସ୍ତରେ ଆସିଥିବା ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକଙ୍କୁ ଚାଷୀଙ୍କ ପ୍ରଶ୍ନବାଣର ସମ୍ମୁଖୀନ ହେବାକୁ ପଡିଛି। ଜିଲାରେ…

ଧାନବିକ୍ରି ଟୋକନ ନ ମିଳିଲେ ଆନ୍ଦୋଳନ: ଚାଷୀଙ୍କ ଚେତାବନୀ

ବରଗଡ଼,୧୭।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଚାଷକାର୍ଯ୍ୟ ସମୟ ଆସି ଯାଇଛି। ମାତ୍ର ଏପର୍ଯ୍ୟନ୍ତ ଟୋକନ ସମସ୍ୟା ଯୋଗୁ ଚାଷୀମାନେ ଗତ ରବିରେ ଅମଳ କରିଥିବା ଧାନ…

ଟୋଲ୍ ଟ୍ୟାକ୍ସ ଉପରେ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି! ଏମାନଙ୍କୁ ଦେବାକୁ ପଡ଼ିବନି ଟୋଲ ଟ୍ୟାକ୍ସ

ନୂଆଦିଲ୍ଲୀ,୧୭।୬: ଦେଶବ୍ୟାପୀ ଟୋଲ୍ ପ୍ଲାଜାରେ ଲମ୍ବା ଧାଡ଼ି ଏବଂ ବାରମ୍ବାର ଟୋଲ୍ ଦେୟ ଦେବାର ଅସୁବିଧାରୁ ମୁକ୍ତି ପାଇବାକୁ ଯାଉଛି । କେନ୍ଦ୍ର ସରକାର ଉନ୍ନତ ପ୍ରଯୁକ୍ତିବିଦ୍ୟା…

ମୋଦିଙ୍କ ସହ ସମ୍ପର୍କକୁ ନେଇ କହୁ କହୁ ଏମିତି କହିଲେ ମେଲୋନି: ସାରା ବିଶ୍ୱରେ ହେଉଛି ଚର୍ଚ୍ଚା

ଓ୍ବାଶିଂଟନ୍‌,୧୭।୬: ବିଶ୍ୱ ନେତାମାନେ ଜି-୭ ଶିଖର ସମ୍ମିଳନୀରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିବା ପାଇଁ ଫରାସୀ ସହର ଏଭିଆନରେ ଏକାଠି ହୋଇଥିଲେ। ଏହି କାର୍ଯ୍ୟକ୍ରମ ସମୟରେ,…

ଲେବାନନ୍‌ରୁ ଇସ୍ରାଏଲ୍‌ ଓହରିବା ଆବଶ୍ୟକ: ଇରାନ

ଦୁବାଇ,୧୭ା୬: ପଶ୍ଚିମ ଏସିଆରେ ଯୁଦ୍ଧ ବନ୍ଦ ଲାଗି ଆମେରିକା ଓ ଇରାନ ସହମତିରେ ପହଞ୍ଚତ୍ଥିବା ଏବଂ ଆସନ୍ତା ୧୯ର ଉଭୟ ପକ୍ଷ ଆନୁଷ୍ଠାନିକ ଭାବେ ଚୁକ୍ତିନାମା ସ୍ବାକ୍ଷର…

ଲୋଭ ଘାରୁଛି

କ୍ଷମତା ଓ ସମ୍ପତ୍ତି ଲୋଭ ମଣିଷ ଜାତିକୁ ଆଦିମ ଯୁଗରୁ ହନ୍ତସନ୍ତ କରିଆସିଛି। ଅଧିକ ଜମି ପାଇବା ପାଇଁ ବିଶ୍ୱବ୍ୟାପୀ ରାଜା ମହାରାଜାମାନେ ଯୁଗଯୁଗରୁ ଯୁଦ୍ଧ କରିଆସୁଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri