ଏଲ୍‌ଆଇସି ଆଣିଲା ପ୍ରଧାନମନ୍ତ୍ରୀ ବୟ ବନ୍ଧନ ଯୋଜନା

ନୂଆଦିଲ୍ଲୀ,୨୭।୫: ଭାରତୀୟ ଜୀବନ ବୀମା ନିଗମ(ଏଲ୍‌ଆଇସି) ପକ୍ଷରୁ ସଂଶୋଧିତ ପ୍ରଧାନମନ୍ତ୍ରୀ ବୟ ବନ୍ଧନ ଯୋଜନା(ପିଏମ୍‌ଭିଭିଓ୍ବାଇ)କୁ ଶୁଭାରମ୍ଭ କରାଯାଇଛି। ଏହି ଯୋଜନା ୨୬ ମେ ୨୦୨୦ ଠାରୁ ୩ ଆର୍ଥତ୍କ ବର୍ଷ ଅର୍ଥାତ୍‌ ୩୧ ମାର୍ଚ୍ଚ ୨୦୨୩ ଯାଏ ବିକ୍ରି ପାଇଁ ଉପଲବ୍ଧ ହେବ ବୋଲି ଏଲ୍‌ଆଇସି ପକ୍ଷରୁ ଏକ ବିବୃତିରେ କୁହାଯାଇଛି। ଏହି ସ୍କିମ୍‌କୁ ଏଲ୍‌ଆଇସି ଇଣ୍ଡିଆର ଅନ୍‌ଲାଇନ ବା ଅଫ୍‌ଲାଇନ ମାଧ୍ୟମ ଦ୍ୱାରା କ୍ରୟ କରାଯାଇ ପାରିବ। କେନ୍ଦ୍ର କ୍ୟାବିନେଟ ପକ୍ଷରୁ ଚଳିତ ମାସ ପ୍ରଥମାର୍ଦ୍ଧରେ ଉକ୍ତ ଯୋଜନାର ବିସ୍ତାର କରାଯାଇଛି। ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ ଏହାକୁ ଆଗକୁ ବଢାଇବା ଲାଗି ଘୋଷଣା କରାଯାଇଛି। ଏହା ବରିଷ୍ଠ ନାଗରିକଙ୍କ ଲାଗି ଏକ ସାମାଜିକ ସୁରକ୍ଷା ଯୋଜନା। ସରକାରଙ୍କ ଯୋଜନାକୁ ପରିଚାଳନା କରିବା ଲାଗି ଏଲ୍‌ଆଇସିକୁ ଦାୟିତ୍ୱଭାର ପ୍ରଦାନ କରାଯାଇଛି। ଏହା ଏକ ନନ୍‌ ଲିଙ୍କ୍‌ଡ ଏବଂ ନନ୍‌ ପାର୍ଟିସିଂପେଟିଂ ପେନ୍‌ସନ ସ୍କିମ୍‌। ଯୋଜନା ଅଧୀନରେ କେନ୍ଦ୍ର ସରକାର ସବ୍‌ସିଡି ପ୍ରଦାନ କରିଥାନ୍ତି। ଏଥିରେ ପଲିସି ଅବଧି ୧୦ ବର୍ଷ ରହିବ। ବାର୍ଷିକ ୭.୪୦ ହାରରେ ଲୋକଙ୍କୁ ସୁନିଶ୍ଚିତ ରିଟର୍ନ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ସାଧାରଣ ଲୋକଙ୍କୁ ପୁଣି ବଡ଼ ଝଟ୍‌କା! ପେଟ୍ରୋଲ ୫ଟଙ୍କା ପ୍ରତି ଲିଟର…

ନୂଆଦିଲ୍ଲୀ,୨୧।୫: ଯଦି ଆପଣ ଭାବୁଛନ୍ତି ଯେ ଗତ ସପ୍ତାହରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ପ୍ରତି ଲିଟର 4 ବୃଦ୍ଧି ପରେ ଆପଣଙ୍କୁ କିଛି ଆଶ୍ୱସ୍ତି ମିଳିବ,…

ଏବେ କେବଳ  Hello ପଠାଇବା ମାତ୍ରେ ମିଳିଯିବ PF  ଆକାଉଣ୍ଟର ସମସ୍ତ ସୂଚନା, ବଡ଼ ପଦକ୍ଷେପ ନେଲା… 

ନୂଆଦିଲ୍ଲୀ,୨୦।୫: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ଖୁବଶୀଘ୍ର କୋଟି କୋଟି ଆକାଉଣ୍ଟଧାରୀଙ୍କ ପାଇଁ ଏକ ବଡ଼ ଡିଜିଟାଲ ସୁବିଧା ଆରମ୍ଭ କରିବାକୁ ଯାଉଛି । ଏବେ…

କେବେ ମାର୍କେଟକୁ ଆସିଥିଲା Melody Toffees? ଯାହାକୁ ମେଲୋନିଙ୍କୁ ଗିଫ୍ଟ ଦେଲେ ମୋଦି

ନୂଆଦିଲ୍ଲୀ,୨୦।୫: ପ୍ରଧାନମନ୍ତ୍ରୀ ମୋଦୀ ବର୍ତ୍ତମାନ ପାଞ୍ଚଟି ଦେଶ ଗସ୍ତରେ ଅଛନ୍ତି: ନରୱେ, ସୱିଡେନ, ନେଦରଲ୍ୟାଣ୍ଡ, ୟୁଏଇ ଏବଂ ଇଟାଲୀ। ଏହି ଯାତ୍ରାର ଶେଷ ପର୍ଯ୍ୟାୟରେ, ସେ ଇଟାଲୀର…

ବ୍ୟାଙ୍କ୍‌ରୁ ଟଙ୍କା ଟ୍ରାନ୍ସଫର ପାଇଁ ଆସିବ ଦୁଇଟା OTP, ଜାଣନ୍ତୁ କ’ଣ କରିବେ…

ନୂଆଦିଲ୍‌ଲୀ,୨୦।୫: ଏବେ, ବ୍ୟାଙ୍କିଙ୍ଗ କାରବାର ସମୟରେ, ଏକ ପ୍ରମାଣୀକରଣ OTP କେବଳ ଆକାଉଣ୍ଟଧାରୀଙ୍କୁ ନୁହେଁ ବରଂ ସେମାନଙ୍କ ବିଶ୍ୱସ୍ତ ସମ୍ପର୍କ ଏବଂ ପରିବାର ସଦସ୍ୟଙ୍କ ମୋବାଇଲ ଫୋନକୁ…

ମୋଦି ସରକାରଙ୍କ ବଡ଼ ପ୍ଲାନ, ପେଟ୍ରୋଲରେ ଏବେ ମିଶିବ ୩୦% ଇଥାନଲ!

ନୂଆଦିଲ୍‌ଲୀ,୧୯।୫: ଭାରତ ଏବେ ପେଟ୍ରୋଲରେ ଇଥାନଲର ମିଶ୍ରଣ ବୃଦ୍ଧି କରିବା ଦିଗରେ ଦ୍ରୁତ ଗତିରେ ଅଗ୍ରସର ହେଉଛି। ବିଦ୍ୟମାନ E20 ଯୋଜନାରୁ ଆଗକୁ ବଢ଼ି, ସରକାର E22,…

ରୁଷରୁ ତେଲ କିଣିବା ପାଇଁ ପୁଣି ଥରେ ସମୟସୀମା ବଢାଇଲା ଆମେରିକା, ଭାରତ ପାଇଁ କେତେ ଲାଭ?

ନୂଆଦିଲ୍ଲୀ,୧୯।୫: ଆମେରିକା ସମୁଦ୍ର ପଥରେ ପରିବହନ ହେଉଥିବା ରୁଷୀୟ ତୈଳ ଉପରେ କଟକଣାରୁ ମୁକ୍ତିକୁ ଗୋଟିଏ ମାସ ପାଇଁ ବୃଦ୍ଧି କରିଛି। ସୋମବାର ରାତିରେ ଆମେରିକାର ଟ୍ରେଜେରୀ…

କମିବ କି ପେଟ୍ରୋଲ ରେଟ୍‌? ଅଶୋଧିତ ତୈଳ ଦରରେ ବଡ଼ ହ୍ରାସ!

ନୂଆଦିଲ୍ଲୀ,୧୯।୫: ବିଶ୍ୱ ବଜାର ଏବଂ ଘରୋଇ ଗ୍ରାହକ ଉଭୟଙ୍କ ପାଇଁ ଅନ୍ତର୍ଜାତୀୟ ବଜାରରୁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ପଶ୍ଚିମ ଏସିଆ (ମଧ୍ୟପ୍ରାଚ୍ୟ)ରେ ଦୀର୍ଘ ସମୟ…

SBI ୟୁଜର୍ସ ଆଲର୍ଟ: ୬ଦିନ ଠପ୍‌ ପଡିବ ବ୍ୟାଙ୍କ୍‌ କାମ! ଏଇ ସପ୍ତାହରୁ ସାରନ୍ତୁ କାମ…

ନୂଆଦିଲ୍ଲୀ,୧୯।୫: ଦେଶର ସର୍ୱବୃହତ ସରକାରୀ ବ୍ୟାଙ୍କ, ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI)ର ଲକ୍ଷ ଲକ୍ଷ ଗ୍ରାହକଙ୍କ ପାଇଁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଖବର ଅଛି। ଯଦି ଆପଣଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

ପିଲାଙ୍କ ଧରିତ୍ରୀ

Why Dharitri