Patna: Migrants from Jaipur arrive by 'Shramik Special' train at Danapur junction, during the nationwide lockdown to curb the spread of coronavirus, in Patna, Saturday, May 02, 2020. (PTI Photo)(PTI02-05-2020_000082A)
ଭୁବନେଶ୍ୱର,୨୬।୫(ବ୍ୟୁରୋ): ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଏବେ ଓଡ଼ିଶା ମୁହାଁ। ଏହି କ୍ରମରେ ମଙ୍ଗଳବାର ସୁଦ୍ଧା ୧୦୯ ଟ୍ରେନ୍ରେ ୧,୫୩,୭୩୮ଜଣ ରାଜ୍ୟକୁ ଫେରିଲେଣି। ସେଥିରୁ ସର୍ବାଧିକ ୭୩୦୦୦ ଗଞ୍ଜାମ ଜିଲାକୁ ଫେରିଛନ୍ତି। ସେହିଭଳି ବଲାଙ୍ଗୀରକୁ ୧୧୦୦୦, ବାଲେଶ୍ୱରକୁ ୧୧୦୦୦, କେନ୍ଦ୍ରାପଡ଼ାକୁ ୭୫୭୨, କଟକକୁ ୫୬୦୩ ଜଣ ଫେରିଛନ୍ତି। ଗୁଜରାଟରୁ ୫୦, ତେଲଙ୍ଗାନାରୁ ୧୭, ତାମିଲନାଡ଼ୁରୁ ୧୩, ଆନ୍ଧ୍ରପ୍ରଦେଶରୁ ୯, ମହାରାଷ୍ଟ୍ରରୁ ୮ ଏବଂ ଅନ୍ୟାନ୍ୟ ରାଜ୍ୟରୁ ୧୨ଟି ଟ୍ରେନ୍ ଆସିଛି। ପୂର୍ବରୁ ଆସୁଥିବା ଟ୍ରେନ୍ଗୁଡ଼ିକ ରାଜ୍ୟର ଅନୁମତି ନେଇ ଆସୁଥିଲା। ଏବେ ନୂଆ ଗାଇଡ୍ଲାଇନ୍ ଅନୁସାରେ ରାଜ୍ୟର ଅନୁମତି ଦରକାର ନାହିଁ। ଏହାକୁ ନେଇ ସରକାର ସାମାନ୍ୟ ସମସ୍ୟାରେ ପଡ଼ୁଛନ୍ତି, ହେଲେ ଅଧିକ ପରିଶ୍ରମ କରାଯାଉଛି। ଜୁନ ପହିଲା ପରେ ଆଉ ୧୨ଟି ଟ୍ରେନ୍ ଓଡ଼ିଶାକୁ ଆସିବ। କରୋନା ମୁକାବିଲାରେ ଓଡ଼ିଶା ଏବେ ସାରା ଭାରତର ମଡେଲ ହୋଇଛି ବୋଲି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।