ଏମ୍‌ସ୍‌ ପିଜି ଏଣ୍ଟ୍ରାନ୍ସ: ସର୍ବଭାରତୀୟ ର଼୍ୟାଙ୍କରେ ରଞ୍ଜନ ଦ୍ୱିତୀୟ

ଜଳେଶ୍ୱର, ୨୨।୬(ଡି.ଏନ.ଏ) -ଏମ୍‌ସ ପିଜି ଏଣ୍ଟ୍ରାନ୍ସରେ ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ମହମ୍ମଦନଗରପାଟଣା ଗ୍ରାମର ଡା.ରଞ୍ଜନ ମୋହନ କୁମାର ସାହୁ ସର୍ବଭାରତୀୟ ର଼୍ୟାଙ୍କରେ ଦ୍ୱିତୀୟ ସ୍ଥାନ ଅଧିକାର କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ରଞ୍ଜନ ଭୁବନେଶ୍ୱରସ୍ଥିତ ଏମ୍‌ସରେ ଏମବିବିଏସ୍‌ ପାଠ୍ୟକ୍ରମ ଶେଷ କରିବା ପରେ ପିଜି ପାଇଁ ଏଣ୍ଟ୍ରାନ୍ସ ଦେଇଥିଲେ। ତାଙ୍କର ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ପୋଷ୍ଟମାଷ୍ଟର ଭାବେ କାର୍ଯ୍ୟରତ ତାଙ୍କ ବାପା ସୂର୍ଯ୍ୟନାରାୟଣ ସାହୁ ପୁଅର ସଫଳତା ପାଇଁ ଗର୍ବିତ ବୋଲି କହିଛନ୍ତି।