ଏମ୍‌ସିଏଲ୍‌ ଖଣି ପରିଦର୍ଶନ କଲେ ସିଆଇଏଲ୍‌ ଅଧ୍ୟକ୍ଷ: ଉତ୍ପାଦନ ସହ ସୁରକ୍ଷାକୁ ଅଧିକ ପ୍ରାଧାନ୍ୟ

ତାଳଚେର,୨୮ା୨(ନି.ପ୍ର.) – ଦେଶ ଅଗ୍ରଗତି କରୁଥିବା ବେଳେ କୋଇଲାର ଚାହିଦା ଦିନକୁ ଦିନ ବଢୁଛି। ତେଣୁ କୋଇଲା ଉତ୍ପାଦନ ଓ ସୁରକ୍ଷାକୁ ଅଧିକ ପ୍ରାଧାନ୍ୟ ଦିଆଯିବ ବୋଲି ଶୁକ୍ରବାର ତାଳଚେର ଗସ୍ତ ଅବସରରେ କୋଲ୍‌ ଇଣ୍ଡିଆ ଲିମିଟେଡ (ସିଆଇଏଲ୍‌) ଅଧ୍ୟକ୍ଷ ପ୍ରମୋଦ ଅଗ୍ରୱାଲ ପ୍ରକାଶ କରିଛନ୍ତି।
ଦୁଇଦିନିଆ ଏମ୍‌ସିଏଲ୍‌ ଗସ୍ତରେ ଆସିଥିବା ସିଆଇଏଲ୍‌ ଅଧ୍ୟକ୍ଷ ଶୁକ୍ରବାର ତାଳଚେରରେ ଥିବା ଏମ୍‌ସିଏଲ୍‌ର ବିଭିନ୍ନ ଖଣି ପରିଦର୍ଶନ କରିଥିଲେ। ଏହି ଅବସରରେ ସେ କହିଥିଲେ ଯେ, ଚଳିତ ଆର୍ଥତ୍କ ବର୍ଷରେ କୋଲ୍‌ ଇଣ୍ଡିଆ ଲିମିଟେଡ ପକ୍ଷରୁ ୬୬୦ ମିଲିୟନ ଟନ୍‌ କୋଇଲା ଉତ୍ତୋଳନ ନିମନ୍ତେ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲା। ଫେବୃୟାରୀ ୨୬ ସୁଦ୍ଧା ସେଥିରୁ ୫୧୦.୩୦ ମିଲିୟନ ଟନ୍‌ ଉତ୍ତୋଳନ ସରିଛି। ଗତବର୍ଷ ତୁଳନାରେ ଏହା ୨.୫ ପ୍ରତିଶତ ପଛରେ ରହିଛି। କାରଣ ବର୍ଷା ଯୋଗୁ ଗତ ଜୁଲାଇରୁ ନଭେମ୍ବର ପର୍ଯ୍ୟନ୍ତ ଉତ୍ତୋଳନ ହ୍ରାସ ପାଇଥିଲା। ତେବେ ଡିସେମ୍ବର ଠାରୁ ଉପତ୍ାଦନ ବୃଦ୍ଧି ପାଇଛି। ଆଗାମୀ ୨୦୨୩-୨୪ରେ ସିଆଇଏଲ୍‌ ୧୦୦୦ ମିଲିୟନ ଟନ୍‌ କୋଇଲା ଉପତ୍ାଦନ କରିବାର ଯୋଜନା କରିଥିବା ଅଧ୍ୟକ୍ଷ ପ୍ରକାଶ କରିଥିଲେ। ଏହି ଅବସରରେ ଅଧ୍ୟକ୍ଷ ଅଗ୍ରଓ୍ବାଲ ପ୍ରଥମେ କଣିହାଁ ଓପନକାଷ୍ଟ ଖଣି ପରିଦର୍ଶନ କରିଥିଲେ। ପରେ ହିଙ୍ଗୁଳା ଓ ଭରତପୁର କୋଇଲା ଖଣି ମଧ୍ୟ ପରିଦର୍ଶନ କରିଥିଲେ। ଅପରାହ୍ନରେ ଗଣମାଧ୍ୟମ ପ୍ରତିନିଧି, ୟୁନିୟନ ପ୍ରତିନିଧିଙ୍କୁ ଭେଟିବା ସହ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। କୋଲ୍‌ ଇଣ୍ଡିଆ ଅଧ୍ୟକ୍ଷଙ୍କ ଏହି କାର୍ଯ୍ୟକ୍ରମ ବେଳେ ସିଆଇଏଲ୍‌ ଟେକ୍ନିକାଲ ଡାଇରେକ୍ଟର ଏସ୍‌.ଏନ୍‌. ତିଓ୍ବାରି, ଏମ୍‌ସିଏଲ୍‌ ସିଏମ୍‌ଡି ଭୋଳାନାଥ ଶୁକ୍ଳା, ଏମ୍‌ସିଏଲ୍‌ ଟେକ୍ନିକାଲ ଡାଇରେକ୍ଟର ଓ.ପି. ସିଂହ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ମା’ ହିଙ୍ଗୁଳାଙ୍କୁ କଲେ ଦର୍ଶନ

ଏମ୍‌ସିଏଲ୍‌ର ବିଭିନ୍ନ ଖଣି ପରିଦର୍ଶନରେ ଆସିଥିବା ସିଆଇଏଲ୍‌ ଅଧ୍ୟକ୍ଷ ପ୍ରମୋଦ ଅଗ୍ରୱାଲ ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳା ମନ୍ଦିରକୁ ଯାଇ ଦର୍ଶନ କରିଥିଲେ। ଏହି ଅବସରରେ ତାଳଚେର ଉପଜିଲାପାଳ ତଥା ମା’ ହିଙ୍ଗୁଳା ଠାକୁରାଣୀ ଟ୍ରଷ୍ଟ ମ୍ୟାନେଜିଂ ଟ୍ରଷ୍ଟି ପରେଶ ଚନ୍ଦ୍ର ନାୟକ, ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ସହ ସମସ୍ତ ସଦସ୍ୟ ଉପସ୍ଥିତ ରହି ଅଧ୍ୟକ୍ଷ ଅଗ୍ରୱାଲଙ୍କୁ ସ୍ବାଗତ ଜଣାଇଥିଲେ।
ବିଧାୟକ ପ୍ରଧାନ ଅଞ୍ଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ କୋଲ୍‌ ଇଣ୍ଡିଆ ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ୧୩ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲେ। ସେହିପରି ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ମା’ ହିଙ୍ଗୁଳାଙ୍କ ପାରିପାର୍ଶ୍ୱିକ କାର୍ଯ୍ୟର ଉନ୍ନତୀକରଣ ନିମନ୍ତେ ୧୨୯ କୋଟି ଟଙ୍କାର ଏକ ବ୍ୟୟ ଅଟକଳ ଅଧ୍ୟକ୍ଷଙ୍କୁ ପ୍ରଦାନ କରାଯାଇଥିଲା। ଏମ୍‌ସିଏଲ୍‌ର ଅଧ୍ୟକ୍ଷ ଭୋଳାନାଥ ଶୁକ୍ଳା, କୋଲ ଇଣ୍ଡିଆ ନିର୍ଦ୍ଦେଶକ(ବିପଣୀ) ସତ୍ୟେନ୍ଦ୍ରନାଥ ତିଓ୍ବାରୀ, ଜଗନ୍ନାଥ କ୍ଷେତ୍ର ମହାପ୍ରବନ୍ଧକ ଏମ୍‌.ଜି. ବ୍ରହ୍ମପୁରକର, ହିଙ୍ଗୁଳା କ୍ଷେତ୍ର ମହାପ୍ରବନ୍ଧକ ପି.ବି. ରେଡ୍ଡୀଙ୍କ ସମେତ ବିଭିନ୍ନ କୋଇଲା କ୍ଷେତ୍ରର ବହୁ ଉଚ୍ଚପଦସ୍ଥ ଅଧିକାରୀ, ବିଭିନ୍ନ ଶ୍ରମିକ ନେତା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରେ ଅଘଟଣ: ଦ୍ରୁତଗତିରେ ଆସି ମହିଳାଙ୍କୁ ଧକ୍କା ଦେଲା କାର୍‌, ୧୦ ମିଟର ଦୂରରେ ଯାଇ…

ଲାଞ୍ଜିଗଡ଼,୧ା୧(ରମେଶ ଚନ୍ଦ୍ର ନାୟକ): ବର୍ଷ ଆରମ୍ଭରୁ ଏକ ଦୁଃଖଦ ଘଟଣା ଘଟିଛି। କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ ଆଶ୍ରମପଡ଼ା ନିକଟରେ ଏକ ଅଜଣା ଗାଡ଼ି...

ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇଲେ ଯୁବ ସମିତି ସଭ୍ୟ, ନିଜ ଦରମାରୁ ଦେଇଦେଲେ ଟଙ୍କା

ଗଞ୍ଜାମ,୧।୧(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ପଞ୍ଚାୟତର ବୋରିଗାଁ ଗ୍ରାମର ଗାଣ୍ଡୁ ଗୌଡ଼ ଦୀର୍ଘ ଦିନ ହେବ ଅଜଣା ରୋଗରେ ପୀଡିତ ଅଛନ୍ତି...

ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ମିଡିୟୁବାନ୍ଦା ଜଳପ୍ରପାତ: VIDEO ଦେଖିଲେ ଲାଖି ଯିବ ଲାଖି

ଦାରିଙ୍ଗବାଡି,୧।୧(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଅନେକ ଜଳ ପ୍ରପାତ ରହିଛି। ସେଥିମଧ୍ୟରେ ଅନ୍ୟତମ ଜଳପ୍ରପାତ ହେଉଛି ମିଡିୟୁାନ୍ଦା ଜଳପ୍ରପାତ, ଯାହାକି ପର୍ଯ୍ୟଟକଙ୍କ ପାଇଁ ମୁଖ୍ୟ...

ଲିଟିଲ ମିସ ଗ୍ଲୋବାଲ ଇଣ୍ଟରନ୍ୟାଶନାଲ ବିଜେତାଙ୍କୁ ଭବ୍ୟ ସାଗତ: ଡିଜେ ବଜାଇ ପାଛୋଟି ନେଲେ..

ଲୋଇସିଂହା,୧।୧(ସୁଶାନ୍ତ ବାରିକ):ମହାରାଷ୍ଟ୍ରର ସାଙ୍ଗଲୀ ସହରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ତରଫରୁ ଆୟୋଜିତ ଲିଟିଲ ମିସ ଇଣ୍ଡିଆ ଜାତୀୟ ମଡେଲିଂ ପ୍ରତିଯୋଗିତାରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା...

ବିଧାୟକଙ୍କ ହୋଡିଂରେ ନାହିଁ ଟାଣୁଆ ନେତା ରାମଚନ୍ଦ୍ର ପଣ୍ଡାଙ୍କ ଫଟୋ, ସହରରେ ଚର୍ଚ୍ଚା

ଗଞ୍ଜାମ,୧।୧(ବିଦ୍ୟାଧର ସାହୁ ): ଆଜି ହେଉଛି ବର୍ଷର ପ୍ରଥମ ଦିବସ ତଥା ନୂଆବର୍ଷ। ଏହି ଦିନକୁ ଗାଁଠୁ ସହର ସବୁଠି ଧୂମଧାମର ପାଳନ କରୁଛନ୍ତି ସମସ୍ତେ।...

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ନୂଆବର୍ଷରେ ଚିଲିକାରେ ବଡ଼ ଅଘଟଣ: ମଝି ଚିଲିକାରେ ଫସିଲା ଭସାପୋଲ

କୃଷ୍ଣପ୍ରସାଦ,୧।୧(କୈଳାଶ ଚନ୍ଦ୍ର ପଟନାୟକ ): ନୂଆବର୍ଷରେ ଚିଲିକାରେ ଏକ ଅଘଟଣ ଘଟିଯାଇଛି। ଏଠାରେ ଏକ ଯାତ୍ରୀବାହୀ ଭସାପୋଲ ଫସିଯାଇଛି। ଫଳରେ ମଝି ଚିଲିକାରେ ୫୦ ଯାତ୍ରୀ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri