ଏମ୍‌କେସିଜିରେ ନୋଡାଲ ଅଫିସର ପ୍ରଦୀପ୍ତ ମହାପାତ୍ର: ନିରାମୟ, ନିଦାନରେ ଅବ୍ୟବସ୍ଥା ଦେଖି ହେଲେ କ୍ଷୁବ୍ଧ

ବ୍ରହ୍ମପୁର ଅଫିସ୍‌,୨୮ା୧୧- ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଗୁରୁବାର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମ୍‌କେସିଜି) ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟ ପରିଦର୍ଶନରେ କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୩୦ତାରିଖରେ ବରିଷ୍ଠ ଅଧିକାରୀ ମହାପାତ୍ରଙ୍କୁ ଏମ୍‌କେସିଜିର ନୋଡ଼ାଲ୍‌ ଅଫିସର ଭାବେ ନିଯୁକ୍ତି ଦେବା ପରେ ଏହା ଥିଲା ତାଙ୍କର ପ୍ରଥମ ଗସ୍ତ। ଏହି ଅବସରରେ ସେ ମେଡ଼ିକାଲ୍‌ କର୍ତ୍ତୃପକ୍ଷ ଏବଂ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଉନ୍ନୟନ ମୂଳକ କାର୍ଯ୍ୟ ଏବଂ ଚିକିତ୍ସା ସୁବିଧା ସମ୍ପର୍କରେ ଆଲୋଚନା କରିବା ସହ ବିଭିନ୍ନ ୱାର୍ଡ ଗସ୍ତ କରିଥିଲେ। ରୋଗୀମାନଙ୍କ ସହ କଥା ହୋଇଥିଲେ । ତେବେ ଚିକିତ୍ସାରେ ଅବହେଳାଠାରୁ ଆରମ୍ଭ କରି ଅନେକ ପ୍ରକାର ଚିକିତ୍ସା ସୁବିଧା ମିଳୁନି ବୋଲି ରୋଗୀମାନେ ଅତିରିକ୍ତ ଶାସନ ସଚିବ ମହାପାତ୍ରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ପରିଦର୍ଶନ ପରେ ଅଧିକ୍ଷକଙ୍କ ଚାମ୍ବରରେ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ସମୀକ୍ଷା କରିଥିଲେ । ଗସ୍ତ ସମ୍ପର୍କରେ ଅତିରିକ୍ତ ଶାସନ ସଚିବ ମହାପାତ୍ର କହିଥିଲେ ଯେ, ସମୀକ୍ଷା ବେଳେ ନିର୍ମାଣକାର୍ଯ୍ୟଗୁଡ଼ିକର ସମୀକ୍ଷା କରାଯାଇଥିଲା। ପିଏମ୍‌ଏସ୍‌ଏସ୍‌ୟୁ କୋଠାରେ ଅନେକ ପ୍ରକାର ଅ୍ଯଯାଧୁନିକ ଯନ୍ତ୍ରପାତି ଲାଗିଛି । କିନ୍ତୁ ବିଦ୍ୟୁତ୍‌ ସଂଯୋଗ ନ ଥିବା ଯୋଗୁ ଏହା କାର୍ଯ୍ୟକ୍ଷମ ହୋଇପାରୁନି । ଡିସେମ୍ବର ୧୫ତାରରିଖ ସୁଦ୍ଧା ବିଦ୍ୟୁତ୍‌ ସଂଯୋଗ ଏବଂ ଛୋଟମୋଟ ନିର୍ମାଣକାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯିବା ସହ ରାସ୍ତା ନିର୍ମାଣ ଏବଂ କ୍ୟାମ୍ପସ ସୌନ୍ଦର୍ଯ୍ୟକରଣକୁ ଗୁରୁତ୍ୱ ଦିଆଯାଇଥିଲା। ମୁଖ୍ୟତଃ ତିନଟି ସମସ୍ୟା ରହିଛି ପଞ୍ଜିକରଣ, ନିଦାନ ଏବଂ ନିରାମୟ। ରୋଗୀଙ୍କ ସଂଖ୍ୟା ବଢ଼ୁଥିବା ବେଳେ କମ୍‌ ସଂଖ୍ୟକ କାଉଣ୍ଟର ରହିଥିବା ଯୋଗୁ ସମସ୍ୟା ଉପୁଜଛି। କାଉଣ୍ଟର୍‌ ସଂଖ୍ୟା ବଢ଼ାଯିବା ସହ ନିଦାନରେ ଆଉଟ୍‌ସୋର୍ସିଂରେ କର୍ମଚାରୀ ନିଯୁକ୍ତି ସଂପର୍କରେ ଆଲୋଚନା ହୋଇଛି । ସମ୍ମୁଖରେ ଏକ ଅ୍ଯଯାଧୁନିକ କୋଠା ନିର୍ମାଣ କରାଯାଇ ସବୁ କାଉଣ୍ଟର୍‌କୁ ସେଠାକୁ ସ୍ଥାନାନ୍ତର କରାଯିବ । ନିରାମୟରେ ଅଧିକ ପ୍ରକାରର ଔଷଧ ଯୋଗାଇଦିଆଯିବ । ୨୪ଘଣ୍ଟିଆ ବିଦ୍ୟୁତ୍‌ ସଂଯୋଗ ଖୁବ୍‌ ଶୀଘ୍ର ଶେଷ ହେବ । ଡାଏଲସିସ୍‌ ୱାର୍ଡ଼ରେ ମାତ୍ର ୩ଟି ମଶିନ୍‌ ରହିଛି । ପିଏମ୍‌ଏସ୍‌ଏସ୍‌ୱାଇ କୋଠାରେ ୧୦ଟି ମଶିନ୍‌ ରହିଛି। ଆସନ୍ତା ୧୫ତାରିଖ ସୁଦ୍ଧା ନୂତନ କୋଠାକୁ ସ୍ଥାନାନ୍ତର ହେଲେ ଏହି ସମ୍ଯଯା ଦୂର ହେବ। ବିନା ଟଙ୍କାରେ ସମସ୍ତ ପ୍ରକାର ସୁବିଧା ମିଳିପାରୁଛି ବୋଲି ରୋଗୀମାନେ ପ୍ରକାଶ କରିଛନ୍ତି । ସମସ୍ୟାଗୁଡ଼ିକର ସମାଧାନ ପାଇଁ ଏକ ରିପୋର୍ଟ ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କୁ ପ୍ରଦାନ କରିବି ବୋଲି ମହାପାତ୍ର ପ୍ରକାଶ କରିଥିଲେ।

ଗସ୍ତ ସମୟରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ, ଉପଜିଲାପାଳ ଶିନ୍ଦେ ଦତ୍ତାତ୍ରୟ ଭାଉସାହେବ, ମେଡ଼ିକାଲ୍‌ ଡିନ୍‌ ଡା. ରାଧାମାଧବ ତ୍ରିପାଠୀ, ଭାରପ୍ରାପ୍ତ ଅଧିକ୍ଷକ ଡା. ସତ୍ୟଦର୍ଶୀ, ଡିଏମ୍‌ଇଟିର ଯୁଗ୍ମ ନିର୍ଦ୍ଦେଶକ ପ୍ରଫେସର ଉମାକାନ୍ତ ଶତପଥୀ, ପ୍ରଶାସନିକ ଅଧିକାରୀ ବିଚିତ୍ରାନନ୍ଦ ନାୟକ, ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ବିନୋଦ ପାଢ଼ି, ସାଉ୍‌ଥ୍‌କୋର ଅଧିକ୍ଷଣ ଯନ୍ତ୍ରୀ ଚନ୍ଦନ ଦାସ, ଜିଇଡି ସହକାରୀ ଯନ୍ତ୍ରୀ ସୁବାସ ଚନ୍ଦ୍ର ନାହାକ, ଜନସ୍ବାସ୍ଥ୍ୟ ବିଭାଗର ବିଘ୍ନେଶ୍ୱର ପରିଡ଼ାଙ୍କ ସମେତ ବରିଷ୍ଠ ଡାକ୍ତରମାନେ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଝିଅ ବାହାଘର ପାଇଁ ଗୁଆ ନିମନ୍ତ୍ରଣ ଦେବାକୁ ଯାଉଥିଲେ, ସାମ୍ନାରୁ ପିଟିଲା ବାଇକ୍‌; ଚାଲିଗଲା…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମ ସମବାୟ କାର୍ଯ୍ୟାଳୟ ନିକଟରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ ଟାରେ ରେ ୨…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଆବାସ କିସ୍ତି କରିଦେବାକୁ ମାଗିଥିଲେ ଲାଞ୍ଚ: ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ପିଇଓ, ୩ ବର୍ଷ ଜେଲଦଣ୍ଡ ସହ ୫୦ ହଜାର…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଗୋପାଳପୁର ପଞ୍ଚାୟତର ପୂର୍ବତନ ପିଇଓ (ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ) କ୍ଷମା ପ୍ରସାଦ ଦୁରିଆ ୨୦୨୧…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ଭଞ୍ଜନଗରରେ ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ: ବୈଜ୍ଞାନିକ ଓ କୃଷକ ସମନ୍ବୟ ରହିଲେ…

ଭଞ୍ଜନଗର,୧୭ା୨(ବାବୁଲା ପ୍ରଧାନ): ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରର ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବୈଜ୍ଞାନିକ ଏବଂ ଚାଷୀମାନେ ଯୋଗଦେଇଥିଲେ। କୃଷି…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri