ଏମ୍‌ଏସ୍‌ଏମ୍‌ଇ ଅନ୍ତର୍ଜାତୀୟ ଟ୍ରେଡ ଫେୟାର ଆରମ୍ଭ;ଶିଳ୍ପ ପ୍ରତିଷ୍ଠା ଲାଗି ଯୁବ ଉଦ୍ୟୋଗୀଙ୍କୁ ଆହ୍ବାନ

ଭୁବନେଶ୍ୱର,୯-୧(ବ୍ୟୁରୋ): ବହୁ ପ୍ରାଚୀନ ସମୟରୁ ଓଡିଶା ଉଦ୍ୟୋଗ ବିକାଶକୁ ପ୍ରାଥମିକତା ଦେଇଆସିଛି। ପୂର୍ବ କାଳର ଏହି ଐତିହ୍ୟ ଏବେ କଳିଙ୍ଗ ଏବଂ ଉତ୍କଳ ବ୍ରାଣ୍ଡ ନାମରେ ପରିଚିତ। ଓଡିଆମାନେ ସେମାନଙ୍କ ଉଦ୍ୟମୀ ଗୁଣପାଇଁ ବୟନ, ଖାଦ୍ୟ ପ୍ରକ୍ରିୟାକରଣ, ସୂଚନା ପ୍ରଯୁକ୍ତି ଏବଂ ହସ୍ତଶିଳ୍ପ କ୍ଷେତ୍ରରେ ନିଜର ସ୍ବତନ୍ତ୍ରତା ବଜାୟ ରଖିଛନ୍ତି। ରାଜ୍ୟ ଏହାର ପ୍ରାକୃତିକ ସମ୍ବଳ ସହ ଗତ କିଛି ବର୍ଷ ଧରି ଶିଳ୍ପ କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ହାସଲ କରି ପାରିଛି। ଏହାକୁ ଅଗ୍ରାଧିକାରୀ ଦେଇ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ପାଇଁ ଉପଯୁକ୍ତ ପରିବେଶ, ଭିତ୍ତିଭୂମି ଏବଂ ଶିଳ୍ପ ନୀତି ଭଳି ବିଭିନ୍ନ ସୁବିଧା ସୁଯୋଗ ସରକାର ଯୋଗାଇ ଦେଉଛନ୍ତି ବୋଲି ସ୍ଥାନୀୟ ପ୍ରଦର୍ଶନୀ ପଡିଆଠାରେ ବୁଧବାର ଆରମ୍ଭ ହୋଇଥିବା ଏମ୍‌ଏସ୍‌ଏମ୍‌ଇ ଅନ୍ତର୍ଜାତୀୟ ଟ୍ରେଡ ଫେୟାରକୁ ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି।
ଏଥିରେ ଯୁବ ଉଦ୍ୟୋଗୀଙ୍କୁ ଆହ୍ବାନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୨୦୧୬ ଏବଂ ୨୦୧୮ର ମେକ୍‌ ଇନ୍‌ ଓଡିଶା କନକ୍ଲେଭରେ ରାଜ୍ୟ ସରକାର ୫ ଲକ୍ଷ କୋଟି ଟଙ୍କାର ନିବେଶ ଆକୃଷ୍ଟ କରିବାକୁ ସକ୍ଷମ ହୋଇଛନ୍ତି। ଶିଳ୍ପ ପ୍ରତିଷ୍ଠା ଦ୍ୱାରା ରାଜ୍ୟରେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ସରକାରଙ୍କ ବିଭିନ୍ନ ପଦକ୍ଷେପ ଦ୍ୱାରା ଅଣୁ,କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ) ଲାଗି ନୂଆ ସୁଯୋଗ ସୃଷ୍ଟି କରିବ। ନୂଆ ଉଦ୍ୟୋଗୀମାନେ ଏହାର ସୁଯୋଗ ନେବା ଉଚିତ। ଶିଳ୍ପ ପ୍ରତିଷ୍ଠା ଦିଗରେ ନୂଆ ଆହ୍ବାନକୁ ଯୁବକମାନେ ଗ୍ରହଣ କରିବା ଆବଶ୍ୟକତା ରହିଛି ବୋଲି ସେ ମତ ଦେଇଛନ୍ତି। ନିଯୁକ୍ତି ସୃଷ୍ଟି ଏବଂ ରାଜ୍ୟର ଜିଡିପିକୁ ଏମ୍‌ଏସ୍‌ଏମ୍‌ଇର ଯୋଗଦାନ ଗୁରୁତ୍ୱ ବହନ କରୁଥିବାରୁ ଏହି ପ୍ରସଙ୍ଗକୁ ସରକାର ପ୍ରାଥମିକତା ଦେଇଛନ୍ତି। ଏହାକୁ ଧ୍ୟାନରେ ରଖି ସରକାର ଏମ୍‌ଏସ୍‌ଏମ୍‌ଇ ଇଣ୍ଟରନ୍ୟାଶନାଲ ଟ୍ରେଡ ଫେୟାର ୨୦୨୦ ଆୟୋଜନ କରିଛନ୍ତି।
ସେ ଆହୁରି କହିଛନ୍ତି, ଏହି କାର୍ଯ୍ୟକ୍ରମରେ ୩୫୦ ଏମ୍‌ଏସ୍‌ଏମ୍‌ଇ ଯୋଗ ଦେଇ ଥିବାରୁ ଏହାକୁ ନେଇ ଅତ୍ୟନ୍ତ ଖୁସି। ଏଥିରେ ଇରାନର ୨୦ ଉଦ୍ୟୋଗୀ ଏବଂ ବାଲାଂଦେଶର ୧୨ ଉଦ୍ୟୋଗୀଙ୍କୁ ମୁଖ୍ୟମନ୍ତ୍ରୀ ଟ୍ରେଡ ଫେୟାରକୁ ସ୍ବାଗତ କରିଛନ୍ତି। ଏଥିରେ କଳାହାଣ୍ଡି, ନୂଆପଡା, ମାଲକାନଗିରି, ଗଜପତି ଏବଂ କନ୍ଧମାଳର ମହିଳା ଉଦ୍ୟୋଗୀମାନେ ଯୋଗ ଦେଇଛନ୍ତି। ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ ରାଜ୍ୟ ସରକାରଙ୍କ ସହଯୋଗ ଧାରା ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ଇରାନ ଏବଂ ବାଂଲାଦେଶର ବାଣିଜ୍ୟ ପ୍ରତିନିଧିଙ୍କୁ ମୁଖ୍ୟମନ୍ତ୍ରୀ ଏହି ଅବସରରେ ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମ ଅବସରରେ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର କହିଛନ୍ତି ଯେ, ଉଦ୍ୟୋଗ ବିକାଶକୁ ଗୁରୁତ୍ୱ ଦେଇ ସରକାର ରାଜ୍ୟର ପଛୁଆ ଅଞ୍ଚଳରେ ଏମ୍‌ଏସ୍‌ଏମ୍‌ଇ ସ୍ଥାପନ କରିବେ। ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ଏମ୍‌ଏସ୍‌ଏମ୍‌ଇ ପାର୍କ ସ୍ଥାପନ କରାଯିବ। କଳାହାଣ୍ଡି ଏବଂ ହିଞ୍ଜିଳୀରେ ଏଭଳି ପାର୍କ ସ୍ଥାପନ ଲାଗି ରାଜ୍ୟ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏନେଇ କାର୍ଯ୍ୟକ୍ରମ ଶୀଘ୍ର ଆରମ୍ଭ ହେବ ବୋଲି ମିଶ୍ର ମତ ରଖିଛନ୍ତି। ଏଥିରେ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ଅଧ୍ୟକ୍ଷ ଚିନ୍ମୟ କୁମାର ସାହୁ, ଏମ୍‌ଏସ୍‌ଏମ୍‌ଇ ବିଭାଗୀୟ ସଚିବ ହେମନ୍ତ କୁମାର ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।
ଟ୍ରେଡ ଫେୟାରରେ ୨୮୦ ଷ୍ଟଲ
ଚଳିତ ମାସ ୧୨ ତାରିଖ ଯାଏ ଚାଲିବାକୁ ଥିବା ଏହି ଏକ୍ସପୋରେ ୪ଟି ହ୍ୟାଙ୍କର ସ୍ଥାପନ କରାଯାଇଛି। ଏଥିରେ ୨୮୦ ଷ୍ଟଲ ରହିଛି। ଚଳିତ ବର୍ଷର ଫୋକସ ରହିଛି ଏମ୍‌ଏସ୍‌ଏମ୍‌ଇ @୨୦୨୦। ଏମ୍‌ଏସ୍‌ଏମ୍‌ଇ ପ୍ରୋତ୍ସାହନ ଦେବା ନିମନ୍ତେ ବିଭିନ୍ନ ଆଲୋଚନା ଚକ୍ର ଏହି ଅବସରରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇନ୍‌ଷ୍ଟାଗ୍ରାମରୁ ପ୍ରେମ, ପରେ ପ୍ରତାରଣା ଦେଲେ କହ୍ନେଇ: ବିଧବାଙ୍କୁ ବଳାତ୍କାର ପରେ…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ. ନୂଆଗାଁ ଥାନା ପୋଲିସ କହ୍ନେଇ ମହାନ୍ତି(୨୬) ନାମକ ଜଣେ ଯୁବକଙ୍କୁ ବଳାତ୍କାର ଓ ଠକେଇ ମାମଲାରେ ଗିରଫ କରି…

ଅସନ୍ତୋଷ ଘେରରେ ଜିଲାପାଳଙ୍କ ଜନଶୁଣାଣି:ଘଣ୍ଟା ଘଣ୍ଟା ଅପେକ୍ଷା ପରେ ବି ସମସ୍ୟା ସମାଧାନ ନେଇ…

କୁନ୍ଦୁରା,୧୨।୧୦ ସନ୍ତୋଷ ପ୍ରହରାଜ: କୋରାପୁଟ ଜିଲାର କୁନ୍ଦୁରା ବ୍ଲକରେ ଅନୁଷ୍ଠିତ ଜିଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରକୁ ନେଇ ଅସନ୍ତୋଷ ଦେଖାଦେଇଛି। ନିର୍ଦ୍ଧାରିତ ସମୟରେ ଶିବିର…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅନ୍ତୋଷ, ଟିପିଏସ୍‌ଓଡିଏଲ୍‌ କାର୍ଯ୍ୟାଳୟ ଘେରାଉ ଚେତାବନୀ ତେଜିଲା

ହିଞ୍ଜିଳିକାଟୁ,୧୨।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ଅଞ୍ଚଳରେ ବିଦ୍ୟୁତ୍‌ ସେବାକୁ ନେଇ ଦିନକୁ ଦିନ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ବିନା ସୂଚନାରେ ପ୍ରତିଦିନ ୨ରୁ ୫…

୧୫୦ ବର୍ଷ ଟେଷ୍ଟ କ୍ରିକେଟ୍‌ ଇତିହାସରେ ଦ୍ୱିତୀୟଥର ଘଟିଲା ଏହି ଘଟଣା: ବିରଳ ରେକର୍ଡ କଲେ ଏହି ବ୍ୟାଟ୍ସମ୍ୟାନ୍‌

ଡର୍ବାନ,୧୨।୧୦:ଟେଷ୍ଟ କ୍ରିକେଟ୍‌ରେ ବେଳେବେଳେ ଏପରି କିଛି ବିରଳ ରେକର୍ଡ ଦେଖିବାକୁ ମିଳେ, ଯାହା କ୍ରିକେଟ୍‌ପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଦିଏ। ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଡର୍ବାନର କିଙ୍ଗ୍ସମିଡ…

ସେବା ସେତୁରେ ଲୋକଙ୍କ ଗୁହାରି ଶୁଣିଲା ପ୍ରଶାସନ, ସମାଧାନର ଭରସା ଦେଲେ ଅଧିକାରୀ

ପାଟଣା, ୧୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲାର ପାଟଣା ବ୍ଲକ ଅନ୍ତର୍ଗତ ଖିରେଇଟାଙ୍ଗିରୀ ପଞ୍ଚାୟତ ପରିସରରେ ସୋମବାର ‘ସେବା ସେତୁ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ…

ବଳାତ୍କାର ମାମଲାରେ ଆସିଲା ବଡ଼ ରାୟ: ପୀଡ଼ିତାଙ୍କୁ…

ନବରଙ୍ଗପୁର, ୧୨/୧୦ (ସଦାଶିବ ପ୍ରହରାଜ): ଏକ ବଳାତ୍କାର ମାମଲାର ବିଚାର କରି ନବରଙ୍ଗପୁର ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ବାସୁଦେବ ଆଚାର୍ଯ୍ୟ ଅଭିଯୁକ୍ତ ଡେଭିଡ୍ ଗରଡ଼ାଙ୍କୁ…

ମାତ୍ର ୩୫ ପଇସାରେ ୧୦ ଲକ୍ଷର ବୀମା କଭର୍‌! କାହାକୁ ମିଳିବ ଏହି ଲାଭ, ଜାଣନ୍ତୁ ରେଳବାଇର ନିୟମ

ନୂଆଦିଲ୍ଲୀ, ୧୨।୧୦: ଯଦି ଆପଣ ନିୟମିତ ଟ୍ରେନରେ ଯାତ୍ରା କରୁଛନ୍ତି ଏବଂ ଅନଲାଇନରେ ଟିକେଟ ବୁକ କରୁଛନ୍ତି, ତେବେ ଟିକେଟ ବୁକିଂ ସମୟରେ ମିଳୁଥିବା ରେଳ ଯାତ୍ରା…

ମୁହଁତୋଡ ଜବାବ ଦେଲେ କ୍ୟାଟ୍ରିନା: କହୁ କହୁ କହିଦେଲେ…

ପୁଣି ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌। ଓଜନ ବୃଦ୍ଧିକୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ ହେବାପରେ ଏବେ ସେ ନିଜ ଷ୍ଟାଇଲିସ ଲୁକକୁ ନେଇ ସାଉଁଟିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?