ଏମ୍‌ଏମ୍‌ଡିଆର୍‌ ଆକ୍ଟ , କୋଇଲା ଖଣି କ୍ଷେତ୍ର ନିୟମ ସଂଶୋଧନକୁ କ୍ୟାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ,୯-୧: ମାଇନ୍ସ ଆଣ୍ଡ ମିନେରାଲ୍ସ ଡେଭଲପମେଣ୍ଟ ରେଗୁଲେସନ ଆକ୍ଟ(ଏମ୍‌ଏମ୍‌ଡିଆର୍‌) ଏବଂ କୋଲ୍‌ ମାଇନ୍ସ( ସ୍ପେଶିଆଲ ପ୍ରୋଭିଜନ) ନିୟମରେ ପରିବର୍ତ୍ତନକୁ କେନ୍ଦ୍ର କ୍ୟାବିନେଟ ବୈଠକରେ ମଞ୍ଜୁରୀ କରାଯାଇଛି। ଏହା ଦ୍ୱାରା କୋଇଲା କ୍ଷେତ୍ରରେ ପୁଞ୍ଜି ନିବେଶ ଏବଂ କୋଇଲା ଉତ୍ପାଦନ ବୃଦ୍ଧି ଲାଗି ବ୍ୟବସ୍ଥାକୁ ସରଳୀକରଣ କରାଯାଇଛି। କୋଇଲା କ୍ଷେତ୍ରରେ ବିଦେଶୀ ନିବେଶ କଟକଣାକୁ ମଧ୍ୟ ହଟାଯାଇଛି। ଏହି ନିୟମ ଦ୍ୱାରା କୋଲ୍‌ ବ୍ଲକ ଆବଣ୍ଟନରେ ସୁବିଧା ହେବ। ସେହିଭଳି ବାଣିଜି୍ୟକ କୋଇଲା ଅଧିକ ମାତ୍ରାରେ ଉତ୍ପାଦନ କରାଯାଇ ପାରିବ। ଇନ୍ଦ୍ରଧନୁଷ ଗ୍ୟାସ ଗ୍ରୀଡ ଲିମିଟେଡର ଉତ୍ତର ପୂର୍ବ ଗ୍ୟାସ ଗ୍ରୀଡ ପ୍ରକଳ୍ପକୁ ମଧ୍ୟ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି। ଦେଶର ପୂର୍ବ ଭାଗରେ ଥିବା ୮ଟି ରାଜ୍ୟରେ ଗ୍ୟାସ୍‌ ଗ୍ରୀଡ ସ୍ଥାପନ କରାଯିବାର କ୍ୟାବିନେଟ ନିଷ୍ପତ୍ତି ହୋଇଛି। ଉକ୍ତ ପ୍ରକଳ୍ପ ଅଧିନରେ ୧୬୫୬ କିମି ଗ୍ୟାସ ଗ୍ରୀଡରେ ୯,୨୬୫ କୋଟି ଟଙ୍କା ନିବେଶ ହେବ ବୋଲି ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ତେଲ ବଜାରରେ ହଇଚଇ: ପେଟ୍ରୋଲ ୫ ଓ ଡିଜେଲ ୩ଟଙ୍କା ବଢିଲା; ଜାଣନ୍ତୁ ନୂଆ ରେଟ୍‌

ନୂଆଦିଲ୍‌ଲୀ,୩।୧୦: ଦେଶର ପ୍ରମୁଖ ଘରୋଇ ଇନ୍ଧନ କମ୍ପାନୀ ‘ନାୟରା ଏନର୍ଜି’ ପୁଣି ଥରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି କରିଛି। କମ୍ପାନୀ ପେଟ୍ରୋଲ ଦରରେ ଲିଟର…

୩ ଦିନରେ ପ୍ରତ୍ୟାହାର ହେଲାଣି ୨୯,୬୦୦ କୋଟି

ମୁମ୍ବାଇ,୩ା୧୦: ପଶ୍ଚିମ ଏସିଆ ସଙ୍କଟକୁ ନେଇ ପରିବର୍ତ୍ତିତ ଭୂ-ରାଜନୈତିକ ସ୍ଥିତିରେ ବୈଶ୍ୱିକ ଶେୟାର ବଜାର ମାତ୍ରାଧିକ ପ୍ରଭାବିତ ହେବାରେ ଲାଗିଛି। ଅଶୋଧିତ ତୈଳର ଯୋଗାଣ ଶୃଙ୍ଖଳ ବ୍ୟାହତହେବା…

ରେନୋଇଣ୍ଡିଆ ନୂଆ ଟ୍ରାଇବର ୧୦୦ ପିଏସ୍‌ର ବଜାର ପ୍ରବେଶ

ଭୁବନେଶ୍ୱର, ୩ା୧୦:ରେନୋଇଣ୍ଡିଆ ପକ୍ଷରୁ ନୂଆ ଟ୍ରାଇବର ୧୦୦ ପିଏସ୍‌ ଉନ୍ମୋଚନ ହୋଇଯାଇଛି। ଏଥିସହ ଭାରତରେ କମ୍ପାନୀର ରେନୋ ଗ୍ରୁପ୍‌ ଏଣ୍ଟ୍ରି ପ୍ଲାଟ୍‌ଫର୍ମ (ଆର୍‌ଜିଇପିି)ର ଶୁଭାରମ୍ଭ ହୋଇଛି। ଗ୍ରାହକମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?