ଏମାନେ କଲେଜ ବେଳର ବନ୍ଧୁ

ରୂପ୍‌ସା, ୬।୩(ବାଞ୍ଛାନିଧି ଦେ)-ସେମାନେ ଥିଲେ କଲେଜ ବେଳର ବନ୍ଧୁ। ବିଏ ପାସ୍‌ ପରେ ଚାକିରି କରିବାକୁ ମନ ବଳାଇଥିଲେ। ମାତ୍ର ପରିବାରର ଅଭାବ, ଅନଟନ ସେମାନଙ୍କୁ ରୋଜଗାର କରିବାକୁ ବାଧ୍ୟ କଲା। ସେମାନେ ପ୍ରଥମେ କଦଳୀ ଚାଷ କରିବାକୁ ସ୍ଥିର କଲେ। ହେଲେ ଏହି ଚାଷରୁ ବେଶି କିଛି ଲାଭ ପାଇଲେ ନାହିଁ। କ୍ଷତି ସହିବା ପରେ ମଧ୍ୟ ନିରାଶ ନ ହୋଇ ମାଛ ଚାଷ କରିବାକୁ ଇଚ୍ଛା କଲେ। ଏବେ ଏହି ମାଛଚାଷରୁ ବର୍ଷକୁ ୩୦ଲକ୍ଷ ଟଙ୍କା ରୋଜଗାର କରିବା ସହ ଶହେରୁ ଊର୍ଦ୍ଧ୍ୱ ପରିବାରକୁ ଆର୍ଥିକ ମାନଦଣ୍ଡ ବୃଦ୍ଧି କରିବାର ରାହା ଦେଖାଇ ଉଦାହରଣ ସୃଷ୍ଟି କରିଛନ୍ତି।
ବାଲେଶ୍ୱର ଜିଲା ସଦର ବ୍ଲକ ରୂପ୍‌ସା ଥାନା ଅଞ୍ଚଳରେ ଏହି ଦୁଇବନ୍ଧୁ ପ୍ରସନ୍ନ କୁମାର ସାହୁ ଓ ବଂଶୀଧର ପଣ୍ଡାଙ୍କ ଘର। ପ୍ରସନ୍ନଙ୍କ ଘର ପିଞ୍ଛାବଣିଆ ଓ ବଂଶୀଧରଙ୍କ ଘର ତାହାରପୁର ଗ୍ରାମରେ। ଉଭୟେ ୨୦୦୦ମସିହାରେ ନୀଳମଣି କଲେଜରୁ ବିଏ ପାସ୍‌ କଲେ। ଅଭାବ, ଅନଟନ ଯୋଗୁ ସେମାନଙ୍କୁ ଅର୍ଥ ଚିନ୍ତା ଘାରିଲା। ଚାକିରି ନ ପାଇ ୨୦୦୨ ମସିହାରେ ଲିଜ୍‌ ସୂତ୍ରରେ ୭ ଏକର ଜମିରେ କଦଳୀ ଚାଷ କରି ଦି ପଇସା ଲାଭ ପାଇଥିଲେ। ମାତ୍ର ୨୦୦୩ରେ ଘୂର୍ଣ୍ଣିଝଡ଼ ଓ କୁଆପଥର ମାଡ଼ ଯୋଗୁ କଦଳୀ ଚାଷରେ ବ୍ୟାପକ କ୍ଷତି ହେଲା। କ୍ଷତିଭରଣା କରି ନ ପାରି ସେମାନେ ନିରାଶ ହେଲେ। ଧାରଉଧାର, କରଜ କରି ୨୦୧୧ରେ ପ୍ରସନ୍ନଙ୍କ ନିଜସ୍ବ ଦେଢ଼ ଏକର ଜମିରେ ମାଛ ଚାଷ ଆରମ୍ଭ ହେଲା। ଲଗାତର ୩ବର୍ଷ ଲାଭବାନ ହେବା ପରେ ଦୁହେଁ ମିଶି ୨୦୧୩ରୁ ‘ଫ୍ରେଣ୍ଡସ୍‌ ଫିସାରୀ ଫାର୍ମ’ ଗଠନ କରି ୩ ଏକର ପୋଖରୀରେ ମାଛ ଚାଷ କରି ସଫଳତା ପାଇଲେ। ଏକର ପ୍ରତି ୭୦ କୁଇଣ୍ଟାଲ ମାଛ ଆମଦାନି ହେବାରୁ ସେମାନଙ୍କର ଉତ୍ସାହ ଆହୁରି ବଢ଼ିଲା। ୨୦୧୪ରେ ବାଲେଶ୍ୱର ଆଇଟିଆଇ ପଡ଼ିଆରେ ଆୟୋଜିତ କୃଷି ମହୋତ୍ସବରେ ମୁଖ୍ୟମନ୍ତ୍ରୀଙ୍କଠାରୁ ସଫଳ ମାଛଚାଷୀ ଭାବେ ମାନପତ୍ର ଓ ପୁରସ୍କାର ଗ୍ରହଣ କରିଥିଲେ। ୩ଲକ୍ଷ ଟଙ୍କାର ସରକାରୀ ପ୍ରୋତ୍ସାହନ ରାଶି ସେମାନଙ୍କ ମନୋବଳକୁ ସଫଳତାର ଶୀର୍ଷରେ ପହଞ୍ଚାଇଥିଲା। ଏବେ ସେମାନେ ନିଜସ୍ବ ଓ ଲିଜ୍‌ ସୂତ୍ରରେ ୧୭ ଏକର ପୋଖରୀରେ ଭାକୁର, ରୋହି, ବାହୁଲ, ପଙ୍ଗାସ, ମିଢ଼ ଆଦି ମାଛ ଚାଷ କରୁଛନ୍ତି। ଏଥିସହ ପୋଖରୀ ହୁଡ଼ାରେ କଦଳୀ, ଅମୃତଭଣ୍ଡା, ଭେଣ୍ଡି, ବିଲାତି, ବାଇଗଣ, ଶାଗ ଆଦି ପନିପରିବା ଚାଷକୁ ମଧ୍ୟ ଆଦରିଛନ୍ତି। ଏହି ଫାର୍ମରେ ୫ଜଣ ମଜୁରିଆଙ୍କୁ ରୋଜଗାର ଯୋଗାଇଛନ୍ତି। ପ୍ରସନ୍ନ-ବଂଶୀ କଲିକତା, ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ଭୁବନେଶ୍ୱରରେ ଯାଆଁଳ, ମତ୍ସ୍ୟ ଉପତ୍ାଦନ ପାଇଁ ମତ୍ସ୍ୟବିଭାଗ ପକ୍ଷରୁ ଆଧୁନିକ ଜ୍ଞାନକୌଶଳ ଲାଭ ପାଇଁ ପ୍ରଶିକ୍ଷଣ ଗ୍ରହଣ କରିଛନ୍ତି। ଏମାନଙ୍କ ଚାଷ ଶୈଳୀରେ ଅନୁପ୍ରାଣିତ ହୋଇ ପିଞ୍ଛାବଣିଆ ଗ୍ରାମର ୨୫ ପରିବାର ସମେତ ସଦର ବ୍ଲକ ଓ ମୟୂରଭଞ୍ଜ ଅଞ୍ଚଳର ଶହେରୁ ଊର୍ଦ୍ଧ୍ୱ ପରିବାର ଏବେ ୫ଶହ ଏକର ପୋଖରୀରେ ମାଛ ଚାଷ କରି ପରିବାର ପ୍ରତିପୋଷଣ କରୁଛନ୍ତି। ଦୁଇବନ୍ଧୁ ମତ୍ସ୍ୟଚାଷୀମାନଙ୍କୁ ପରାମର୍ଶ ଦେବା ସହ ଔଷଧ, ଦାନା, ଯାଆଁଳ ଯୋଗାଇ ଆସୁଛନ୍ତି।
ପ୍ରସନ୍ନ ଓ ବଂଶୀଙ୍କ କହିବା ଅନୁଯାୟୀ, ଆଧୁନିକ ପ୍ରଣାଳୀରେ ମାଛ ଉପତ୍ାଦନ କରି ଅନ୍ୟ ରାଜ୍ୟ ଓ ଜିଲାକୁ ମାଛ ରପ୍ତାନି କରିବା ଆମର ଲକ୍ଷ୍ୟ। ମତ୍ସ୍ୟଚାଷୀଙ୍କ ପାଇଁ ସରକାର ସ୍ବତନ୍ତ୍ର ବଜାର ସୃଷ୍ଟି କରିବା ସହ ମାଛ ମଣ୍ଡି ଖୋଲିବା ଦିଗରେ ପଦକ୍ଷେପ ନେବା ଉଚିତ। ମତ୍ସ୍ୟ ଅଧିକାରୀ ଓ ବିଭାଗୀୟ ଟେକ୍‌ନିସିଆନଙ୍କ ଠାରୁ ଅଭିଜ୍ଞତା ହାସଲ କରି ବର୍ଷକୁ ୩୦ଲକ୍ଷ ଟଙ୍କା ରୋଜଗାର କରିପାରୁଛୁ। ପ୍ରତିବର୍ଷ ବିଭାଗ ପକ୍ଷରୁ ଆମ ଫାର୍ମରେ ଅନୁଷ୍ଠିତ କୃଷି ବିଦ୍ୟାଳୟରେ ଜିଲା ଅନ୍ତର୍ଗତ ଶତାଧିକ ଚାଷୀଙ୍କୁ ଆମେ ମାଛଚାଷ ସମ୍ପର୍କରେ ତାଲିମ ଦେଇଆସୁଛୁ। ନିଜର ଆମତ୍ବିଶ୍ୱାସ ଓ ପରିଶ୍ରମ ବଳରେ ଆମେ ଦୁଇବନ୍ଧୁ ସ୍ବାବଲମ୍ବୀ ହୋଇପାରିଛୁ ବୋଲି ସେମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡରେ ୨ଟି ଫୁଲମାଳା ବିନିମୟରେ ବାଛିଲେ ଜୀବନସାଥୀ… ନା ଦେଖିଥିଲେ ଜାତି, ନା ଦେଇଥିଲେ ଯୌତୁକ

ବରଗଡ଼,୧୨।୪(ପ୍ରେମାନନ୍ଦ ଖମାରୀ): ବିବାହରେ ନ ଥିଲା ଯାନି ଯୌତୁକ । ନ ଥିଲା ଜାତି ଭେଦଭାବ। ବାହାରି ନ ଥିଲା ବରାତି ଶୋଭାଯାତ୍ରା। କେବଳ ୨ଟି ଫୁଲମାଳା…

ଦୋକାନରେ ଚାଲିଥିଲା ଗଞ୍ଜେଇ ବିକ୍ରି, ପୋଲିସ ଅତର୍କିତ ଚଢ଼ାଉ କରି…

ତିହିଡ଼ି,୧୨ା୪(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବଜାରରେ ଥିବା ଏକ ବେଆଇନ ଗଞ୍ଜେଇ ଦୋକାନ ଉପରେ ତିହିଡ଼ି ପୋଲିସ ଅତର୍କିତ ଚଢ଼ାଉ କରି ଜଣେ ଗଞ୍ଜେଇ ବିକ୍ରେତା…

ରାତିରେ ଝିଅ ଡ୍ରେସ୍‌ ପିନ୍ଧି ଚୋରି କରୁଥିଲେ ଯୁବକ, ଧରାପଡ଼ିବାରୁ ହାତରେ କୋଦାଳ ଧରାଇ ଗ୍ରାମବାସୀ କଲେ…

ଚାନ୍ଦବାଲି,୧୨ା୪(ଅଶୋକ ପଣ୍ଡା): ଦିନରେ ପୁଅ ଡ୍ରେସ୍‌ ଆଉ ରାତି ହେଲେ ପିନ୍ଧୁଥିଲେ ଝିଅ ଡ୍ରେସ୍‌। ପୁଣି ଛଦ୍ମବେଶରେ କିନ୍ନର ହୋଇ ଚୋରି ସହିତ ଲୋକଙ୍କଠାରୁ ହାତ ପତାଇ…

ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି କରି ଶପଥ ନେଲା ସୁରକ୍ଷା ସମିତି

ଗୁଣପୁର,୧୨ା୪(ସୁଜାତା ପାଢ଼ୀ): ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି ନେଇ ଏକ ଅଭିନବ ଢଙ୍ଗରେ ନଦୀ ତଟବର୍ତ୍ତୀ ଗ୍ରାମ ଗଜପତି ଜିଲା ସାରା ଗ୍ରାମରେ ଜଳସଂକଳ୍ପ ଯାତ୍ରା…

୫୩ନଂ ରାଜ୍ୟ ରାଜପଥରେ ଗୋଟିଏ ପରେ ଗୋଟିଏ ହାଇଓ୍ବାକୁ ମାଡ଼ି ବସିଲା ପୋଲିସ 

ବନ୍ତ,୧୨।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ପୋଲିସ ପକ୍ଷରୁ ବେଆଇନ ବାଲି ଚାଲାଣ କରୁଥିବା ୯ଟି ହାଇଓ୍ବା ଜବତ ହୋଇଛି। ଭଦ୍ରକ-ଆନନ୍ଦପୁର ୫୩ନଂ ରାଜ୍ୟ ରାଜପଥରେ…

ଯୁବକଙ୍କୁ ଧକ୍କାଦେଇ ଫେରାର ମାରିଲେ ହାଇଓ୍ବା ଚାଳକ, ଘଟଣାସ୍ଥଳରେ ପଡ଼ିରହିଛି ମୃତଦେହ

ବାଲେଶ୍ୱର,୧୨ା୪(ବାଞ୍ଛାନିଧି ଦେ): ଏଆର୍‌ଏସ୍‌ଏସ୍‌ କମ୍ପାନୀର ହାଇଓ୍ବା ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ବାଲେଶ୍ୱର ଜିଲା ବସ୍ତା ଥାନା ଅମର୍ଦ୍ଦାରୋଡ୍‌ ରେଳ ଷ୍ଟେଶନ ପରିସରରେ ମୋରମ ବୋଝେଇ ହାଇଓ୍ବା…

କେନ୍ଦ୍ରାପଡ଼ା ଜିଲାର ଏହି ବ୍ଲକରେ ବିଜେଡିରୁ ସମସ୍ତେ ଦେଇଦେଲେ ଇସ୍ତଫା

ପାଟକୁରା,୧୨ା୪(ରବୀନ୍ଦ୍ର ନାଥ ବାରିକ): କେନ୍ଦ୍ରାପଡା ଜିଲା ପାଟକୁରା ନିର୍ବାଚନ ମଣ୍ଡଳୀ ଗରଦପୁର ବ୍ଲକ ବିଜେଡି ସମର୍ଥିତ ତଥା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ଅନୁଗତମାନେ ବିଜେଡିରୁ ସମୂହ ଇସ୍ତଫା…

ଜିଲାପାଳଙ୍କ ତଦାରଖ ପରେ ଫେରିଘାଟ ବନ୍ଦ ନିର୍ଦ୍ଦେଶ, ଡଙ୍ଗା ଇଞ୍ଜିନ ଚାବି ଜବତ କରି…

ମହାକାଳପଡ଼ା,୧୨ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପଞ୍ଚାୟତ ବାହାକୁଦ-ମୂଷଡିଆ ମହାନଦୀ ଫେରିଘାଟରେ ଲାଇଫ ଜ୍ୟାକେଟ, ସିସିଟିଭି ଆଦି ବ୍ୟବାହର ହେଉ ନ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri