ଏମପିଙ୍କ ଘରୁ ୩୫୧ କୋଟି ଜବତ ଘଟଣା, ପୁଣି କଂଗ୍ରେସକୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୧୨।୧୨: କଂଗ୍ରେସ ପୂର୍ବତନ ରାଜ୍ୟ ସଭା ସଦସ୍ୟ ଧୀରଜ ସାହୁଙ୍କ ଘର ଏବଂ ବିଭିନ୍ନ ପ୍ରତିସ୍ଥାନରୁ ୩୫୦ କୋଟି ଟଙ୍କା ଏବଂ ୩ କେଜି ସୁନା ଜବତ ମାମଲାରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଲୋକପ୍ରିୟ ୱେବସିରିଜ ‘ମନି ହାଇଷ୍ଟ’କୁ ଇଙ୍ଗିତ କରି ସେ କହିଛନ୍ତି କଂଗ୍ରେସ ଗତ ୭୦ ବର୍ଷ ହେଲା ଦେଶକୁ ଲୁଟ କରିଛି।

ଭାରତରେ କଂଗ୍ରେସ ଥାଉ ଥାଉ ଥାଉ ‘ମନି ହାଇଷ୍ଟ’ର ଆବଶ୍ୟକ ନାହିଁ। କାରଣ ଗଲା ୭୦ ବର୍ଷ ଧରି କଂଗ୍ରେସ ଦେଶକୁ ଲୁଟୁଛି ଏବଂ ଲୁଟି ଚାଲିଛି। ମଙ୍ଗଳବାର ଭାଜପା ପୋଷ୍ଟ କରିଥିବା ଏକ ଭିଡିଓକୁ ଶେୟାର କରି ପ୍ରଧାନମନ୍ତ୍ରୀ ଏହି କଥା କହିଛନ୍ତି।

ସୂଚନାଯୋଗ୍ୟ, କଂଗ୍ରେସର ପୂର୍ବତ୍ତନ ରାଜ୍ୟ ସଭା ସଦସ୍ୟ ଧୀରଜ ସାହୁଙ୍କ ଘର ଝାଡ଼ଖଣ୍ଡ ଏବଂ ଓଡ଼ିଶାର ବୌଦ୍ଧ ଏବଂ ବଲାଙ୍ଗୀରି ଜିଲାରେ ଥିବା ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଓ ମଦଭାଟିରୁ ୩୫୦ କୋଟି ରୁ ଅଧିକ ଟଙ୍କା ଜବତ ହେବା ପରେ ସମଗ୍ର ଦେଶରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

ଏହି ମାମଲାରେ ବିଜେଡି, ଭାଜପା ଏବଂ କଂଗ୍ରେସ ପରସ୍ପର ଉପରେ ଅଭିଯୋଗ ଲଦା ଲଦି ହେଉଛନ୍ତି। ଭାଜପାର ବରିଷ୍ଠ ନେତୃତ୍ୱମାନେ ଏହିମାମଲାରେ ବିଜେଡିର ସମ୍ପୃକ୍ତି ଥିବା ଦାବି କରୁଛନ୍ତି। ଏହାର ଜବାବରେ ବିଜେଡି କହିଛି ଯେ, ରାଜ୍ୟରେ ଭାଜପା କଂଗ୍ରେସକୁ ସୁରକ୍ଷା ଦେଉଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡିର ରଣନୀତି: ବିଧାୟକଙ୍କ ସହ ନବୀନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର,୨୧।୧: ଓଡ଼ିଶାର ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବିଜୁ ଜନତା ଦଳ ପ୍ରସ୍ତୁତି ଜୋରଦାର କରିଛି। ବୁଧବାର ସନ୍ଧ୍ୟାରେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri