ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି ସହ ମାଟି ହୋଇ କରିବାକୁ ହୁଏ କର୍ଷଣ। ମାଟି ସହ ଜଡ଼ିତ ବ୍ୟକ୍ତି ହିଁ ମାଟି ହେବାକୁ ଧାଇଁ ଆସେ। କାରଣ ସେ ମାଟିର ମହତ୍ତ୍ୱ ବୁଝିଥାଏ। ପଙ୍କ କାଦୁଅ ଜମିରେ ଫୁଟାଏ ପଦ୍ମ ରୂପକ ଶସ୍ୟ। ଶସ୍ୟରୁ ଜୀବନ। ଜୀବନ ଥିଲେ ମିଳେ ସମୃଦ୍ଧି ଓ ସମ୍ମାନ। ସେ ସମୃଦ୍ଧି ଓ ସମ୍ମାନ ମାଟି ସହ ମାଟି ହେଉଥିବା ବ୍ୟକ୍ତିବିଶେଷଙ୍କୁ କେତେ ମିଳେ ଆଉ ଅନ୍ୟ ବୃତ୍ତିରେ ଥିବା ବ୍ୟକ୍ତିଙ୍କୁ କେତେ ମିଳେ ତାହା ସଭିଁଙ୍କୁ ଜଣା। କିନ୍ତୁ ମାଟି ସହ ମାଟି ହେଉଥିବା ବ୍ୟକ୍ତି ମାଟି, ମଞ୍ଜି, ମଗଜର ଅଙ୍କ କଷିଦିଏ ଅନ୍ନ। ଏଣୁ ଅନ୍ନଦାତା ଓ ଅନ୍ୟମାନଙ୍କ ମଧ୍ୟରେ ଆକାଶ ପାତାଳ ପାର୍ଥକ୍ୟ। କାରଣ ଅନ୍ନଦାତା ହିଁ କୃଷକ ବାକି ସବୁ ଅନ୍ୟ ବୃତ୍ତିର ଗ୍ରାହକ।
ଅର୍ଥନୀତି କହିଲେ କୃଷି ଓ କୃଷି ଉଦ୍ୟୋଗର ସିଂହଭାଗକୁ ବୁଝାଏ। କାରଣ କୃଷି ହିଁ ଖାଦ୍ୟ, ଶସ୍ୟର ଜନ୍ମଦାତା। ଆଉ ଖାଦ୍ୟ ବିନା ମଣିଷ ବଞ୍ଚତ୍ପାରେନା। ୧ଲକ୍ଷ ୩୨ ହଜାର କୋଟିରୁ ଊର୍ଦ୍ଧ୍ୱ ବଜେଟ ବ୍ୟବସ୍ଥାରେ କୃଷି ଓ କୃଷକ କଲ୍ୟାଣ ପାଇଁ କାର୍ଯ୍ୟକାରୀ ହେଉଛି ଅନେକ ଯୋଜନା। ଉପତ୍ାଦନ ଅଭିବୃଦ୍ଧିର ଅଙ୍କ ବି ବେଶ୍‌ ଭଲ। ତେବେ ପିଲାଦିନୁ ଗାଁରେ ବଢ଼ିଥିବା ବିଜୟବାବୁ ଅବସର ପରେ ସହରରେ ରୁହନ୍ତି ସିନା ନିଜ ଭିଟାମାଟି ଓ ଗଁା ଭାଇମାନଙ୍କ ପ୍ରତି ମୋହରେ ପଡ଼ି ମାସକୁ ଚାରିଥର ଗଁାକୁ ଧାଇଁଯାଆନ୍ତି। ଯାଆନ୍ତି ସତ କିନ୍ତୁ ମୁହଁ ଶୁଖାଇ ବସି କୁହନ୍ତି, କାହିଁ ଆମ ପିଲାଦିନର ଶାଗୁଆ କ୍ଷେତ? ଜମି ତ ବଢୁନାହିଁ ବଢୁଛି ଘରଡିହ। ଯେଉଁଠି ଚାଷ ଜମି ଥିଲା ଆଜି ସେଠି କଂକ୍ରିଟ ଘରଦ୍ୱାର ସହରର ଭ୍ରମ ସୃଷ୍ଟି କରୁଛି। ନଈକୂଳିଆ ପଠାଜମିରେ ଘାସ ମାଡ଼ିଯିବା ଦେଖି ଦେହ ସହୁନାହିଁ। ଯେଉଁ ନଦୀପଠାରେ ଫସଲ ଦେଖି ପିଲାବେଳେ ମନ ଖୁସି ହୋଇଯାଉଥିଲା ସେଠି ଘାସ ବୁଦାମୟ। ଧାନ ଖଳାଗୁଡ଼ିକ କେଉଁଠି ହଜିଗଲାଣି ଯେ ଜାଣି ହେଉନାହିଁ। କେଉଁଠି କେମିତି ମେରିକୁ ଦେଖି ସ୍ମୃତି ସାଉଁଟିବାର କଥା। ନା ଆଉ ବେଙ୍ଗଳା ପଡୁଛି ନା ପାଳଗଦା ଅଛି। ମେଶିନରେ ଧାନକଟା ଯୋଗୁ ଛଣବିଡ଼ାଟିଏ ବି ଦିଶୁନାହିଁ। ଗୋରୁ ଖାଉଥିବେ କ’ଣ? ଗଁାରେ ଗୁହାଳ ତ ନାହିଁ, ରହୁଥିବେ ସେମାନେ କେଉଁଠି? ଏଣୁ ରାସ୍ତାରେ ଗୋରୁ କାହିଁକି ବା ନ ବୁଲିବେ? ଏକଥା ସ୍ପଷ୍ଟ ଯେ ଆଜିବି ସବୁ ଚାଷୀଙ୍କ ପାଖରେ ଗୁହାଳ ନାହିଁ କି ଶସ୍ୟ ସାଇତା କୋଠି ନାହିଁ। ଏଣୁ ଅସମୟ ପାଇଁ ଶସ୍ୟ ସଞ୍ଚୟ ହେବ କେମିତି? ଆଉ ଶୀତଳଭଣ୍ଡାର କଥା ପଚାରୁଛି କିଏ? ଗୋଷ୍ଠୀ ସହଭାଗିତାର ଶୀତଳଭଣ୍ଡାର ଦେଖାଯାଉନାହିଁ। ବିଜୟବାବୁଙ୍କ ସମବୟସ୍କ କୃଷକଭାଇଙ୍କ ପିଲାମାନେ ଆଉ ଜମି ଆଡ଼କୁ ଯାଉନାହାନ୍ତି। ଦୁଃଖର କଥା, ପରିଣତ ବୟସରେ ବିଜୟବାବୁଙ୍କ ଅଧିକାଂଶ କୃଷକସାଙ୍ଗ ହିଁ ଚାଷ କରୁଛନ୍ତି। ଗଁା ମୁଣ୍ଡ ବରଗଛ ମୂଳରେ ଯୁବଗୋଷ୍ଠୀଙ୍କ ମେଳି ନା କୃଷିକୁ ବଳିଷ୍ଠ କରୁଛି ନା ଅର୍ଥନୀତିକୁ। ବିଚରା ବିଜୟବାବୁ ଚାଷୀ ପରିବାରରୁ ବୋଲି ସିନା ଗଁାର ଏପରି ଚିତ୍ର ଦେଖି ତାଙ୍କ ମନଟା ଗୋଳେଇଘାଣ୍ଟି ହେଉଛି। ଆର ଗଁାର ସାଙ୍ଗଙ୍କ ସହ ଏସବୁ କଥା ଆଲୋଚନା କରିବାବେଳେ ଜଣାପଡ଼ିଲା ଯେ ସେ ଗଁାରେ ବି ସମଦଶା। ବିଜୟବାବୁଙ୍କ ସାଙ୍ଗ କହିଲେ, ଆରେ ତୁମ ଗାଁ ଛାଡ଼, ଆମ ଗଁାରେ ଗାଈ ସଂଖ୍ୟା କମ୍‌ କିନ୍ତୁ ଗାଈକ୍ଷୀରର ଅଭାବ ନାହିଁ। ଅନେକ ଜମି ପଡ଼ିଆ ପଡ଼ିଛି। ବାହାରୁ ପନିପରିବା ଆସୁଛି। ଏଣୁ ଆମ ଗଁା ମୁଣ୍ଡ ଛକରେ ସବୁବେଳେ ପନିପରିବା ଉପଲବ୍ଧ। ଏବେ କେତେଜଣ ଲୋକ ପନିପରିବା ଦୋକାନ କରୁଛନ୍ତି, ଧାନର ବିକ୍ରିବଟା କରୁଛନ୍ତି କିନ୍ତୁ ଚାଷଜମିକୁ ଯାଉନାହାନ୍ତି। ଆଉ ଯେଉଁ କେତେଜଣ ଯାଉଛନ୍ତି ସେମାନଙ୍କର ମୁଖ୍ୟ ବୃତ୍ତି ଅନ୍ୟ କିଛି। ସାର, କୀଟନାଶକ ପ୍ରୟୋଗ ଶସ୍ୟ ଉପତ୍ାଦନକୁ ହିତ ସିନା ଶରୀରକୁ ଅହିତ। କୀଟନାଶକ ଓ ସାର ପ୍ରଭାବରେ ଚାରିଦିନରେ ଶାଗପଟାଳିରୁ ଛନଛନିଆ ଶାଗ ବାହାରୁଛି। ବାଇଗଣ ଗଛରେ ପୋକ ଲାଗିବାର ପ୍ରଶ୍ନ ଉଠୁନାହିଁ। ଏସବୁ ଖାଇଲେ ରୋଗ ହେବନାହିଁ ତ ଆଉ କ’ଣ ହେବ ? ତଥାପି ଚାଷୀଭାଇ ତା’ର ଅର୍ଥ ରୋଜଗାରକୁ ନେଇ କୁହେ, ଯେଉଁ ପରିମାଣରେ ଖର୍ଚ୍ଚ ବଢ଼ିଲାଣି ସେହି ତୁଳନାରେ ଲାଭ ନାହିଁ ଚାଷ କାମରେ। ତଥାପି ୧ ବର୍ଷ ପାଇଁ ନିଜ ପାଇଁ ଖାଦ୍ୟ ଯୋଗାଡ଼କରି ରଖିଦେବା ଉଦ୍ଦେଶ୍ୟରେ ବାଧ୍ୟହୋଇ କରୁଛୁ। ଏଭଳି ମାନସିକତାର ବୃଦ୍ଧି ବାସ୍ତବରେ ବିପଦ। ସେ ଯାହା ହେଉନା କାହିଁକି କୃଷି ଓ କୃଷକ କଲ୍ୟାଣ ଚାଷଜମିକୁ ଘରଡିହରେ ରୂପାନ୍ତରିତ କରିବା ଦ୍ୱାରା ହୁଏ ନାହିଁ ବରଂ ଶାଗୁଆ କ୍ଷେତରେ ରୂପାନ୍ତରିତ କରିବା ଦ୍ୱାରା ହୁଏ। ଯୁବକ ଚାଷ ପାଇଁ ଆଗ୍ରହୀ ହୋଇ କ୍ଷେତମୁହଁା ହେଲେ ଗଁାର ଉପତ୍ାଦ ସ୍ଥାନୀୟ ଅଞ୍ଚଳରେ ଉପଲବ୍ଧ, ବିକ୍ରିବଟା ହୋଇପାରିବ ଓ ସୁଚିନ୍ତିତ ବଜାର ବ୍ୟବସ୍ଥାରେ କୃଷକ ଯଥେଷ୍ଟ ଲାଭ ପାଇବ। ସାର କୀଟନାଶକ ପରିବର୍ତ୍ତେ ଜୈବିକ ଚାଷର ବହୁଳ ପ୍ରସାର ହେଲେ, ବଳକା ଚାଷ ଦ୍ରବ୍ୟର ମାର୍କେଟିଂ ହେଲେ, ଅର୍ଥତ୍କ ପ୍ରୋତ୍ସାହନକୁ ପ୍ରାଥମିକତା ଦେଲେ ଓ ଦଲାଲଙ୍କୁ ଦୂରେଇ ଶସ୍ୟ, ଫଳ, ପନିପରିବା ଆଦି ସବୁ ଚାଷର ଚାଷୀଙ୍କୁ ସିଧାସଳଖ ଓ ସର୍ବାଧିକ ସୁବିଧା ପ୍ରଦାନକଲେ ଚାଷୀର ମୁହଁରେ ହସ ଫୁଟିପାରନ୍ତା ଓ ଚାଷୀ ସଂଖ୍ୟା ସହ ଆଗ୍ରହ ଆହୁରି ବଢ଼ନ୍ତା। ଚାଷ ଓ ଚାଷୀ ପାଇଁ ଲାଭ ଏବଂ ସମ୍ମାନ ସ୍ତର ଏପରି ହେବା ଉଚିତ ଯେପରି ସହରରୁ ଯୁବଗୋଷ୍ଠୀ ଗଁାକୁ ଚାଷ କରିବାକୁ ଧାଇଁ ଆସିବେ। ଚାଷରୁ ଲାଭ ପ୍ରଚୁର ପାଇବେ ଓ ତାହାକୁ ବୃତ୍ତିଭାବରେ ଗ୍ରହଣକଲେ ସମ୍ମାନ ଓ ମର୍ଯ୍ୟାଦା ମିଳୁଛି ବୋଲି ସଭିଁଏ ଭାବିବେ। ସେତେବେଳେ ହିଁ ଚାଷ ଓ ଚାଷୀର ବୃତ୍ତିଗତ ଚାହିଦା ବଢ଼ିଛି ବୋଲି ଅନୁଭବ ହେବ ଓ ଗ୍ରାମୀଣ ବିକାଶର ଅର୍ଥନୀତି ଅଧିକ ସୁଦୃଢ଼ ହେବ।
ବିଜିପୁର, ବ୍ରହ୍ମଗିରି, ପୁରୀ
ମୋ:୯୪୩୮୪୩୨୦୨୩

ଶୁଭନାରାୟଣ ଶତପଥୀ

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri