Posted inଖେଳ

ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ: ବିଜୟ ସହ ମେକ୍ସିକୋ ୭ମ

ଭୁବନେଶ୍ୱର, ୧୩।୬(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍‌ଆଇଏଚ୍‌୍‌ ସିରିଜ ଫାଇନାଲ୍ସ ହକି ଟୁର୍ନାମେଣ୍ଟରେ ବିଜୟ ସହ ଅଭିଯାନ ଶେଷ କରିଛି ମେକ୍ସିକୋ। ଯୁବ ମେକ୍ସିକୋ ଦଳ ବୁଧବାର ଅନୁଷ୍ଠିତ ପ୍ଲେସିଂ ମ୍ୟାଚରେ ଉଜ୍‌ବେକିସ୍ତାନକୁ ୪-୩ ଗୋଲରେ ହରାଇ ୭ମ ସ୍ଥାନ ଅଧିକାର କରିଛି। ଗ୍ରୁପ ପର୍ଯ୍ୟାୟରେ ୩ଟି ଯାକ ମ୍ୟାଚରେ ପରାଜିତ ହୋଇଥିବା ମେକ୍ସିକୋ ଶେଷରେ ସମ୍ମାନର ସହ ସ୍ବଦେଶ ଫେରିଛି। ଅନ୍ୟପକ୍ଷରେ ସମସ୍ତ ୪ ମ୍ୟାଚ୍‌ ପରାଜୟ ସହ ଉଜ୍‌ବେକିସ୍ତାନ ଏହାର ଅଭିଯାନ ଶେଷ କରିଛି।
ମ୍ୟାଚ ଆରମ୍ଭରୁ ସଂଘର୍ଷପୂର୍ଣ୍ଣ ହୋଇଥିଲା। ଉଭୟ ଦଳ ଏକାଧିକ ସୁଯୋଗ ପାଇଥିଲେ ହେଁ ପ୍ରଥମ କ୍ବାର୍ଟର ଗୋଲଶୂନ୍ୟ ରହିଥିଲା। ଦ୍ୱିତୀୟ କ୍ବାର୍ଟରରେ ମଧ୍ୟ କଡ଼ା ଟକ୍କର ହୋଇଥିଲା। ତେବେ ଏହାର ଶେଷଭାଗରେ ଅର୍ଥାତ୍‌ ୨ ମିନିଟ ମଧ୍ୟରେ ୨ଟି ଗୋଲ ଦେଇ ମେକ୍ସିକୋ ପ୍ରଥମାର୍ଦ୍ଧ ଶେଷସୁଦ୍ଧା ୨-୦ ଗୋଲରେ ଅଗ୍ରଣୀ ହାସଲ କରିଥିଲା। ୨୯ତମ ମିନିଟରେ ଦଳକୁ ମିଳିଥିବା ପେନାଲ୍ଟି କର୍ନରକୁ ମାକ୍ସିମିଲିଆନୋ ମେଣ୍ଡେଜ ଗୋଲରେ ପରିଣତ କରିଥିବାବେଳେ ୩୦ତମ ମିନିଟରେ ଆଲେକଜାଣ୍ଡର ପାଲ୍‌ମା ଫିଲ୍ଡ ଗୋଲ ଦେଇ ଉଜ୍‌ବେକିସ୍ତାନ ଉପରେ ଚାପ ପ୍ରୟୋଗ କରିଥିଲେ।
ଦ୍ୱିତୀୟାର୍ଦ୍ଧ ଆରମ୍ଭରେ ଗୋଲ ପରିଶୋଧ ଚକ୍କରରେ ରହିଥିଲା ଉଜ୍‌ବେକିସ୍ତାନ। ତୃତୀୟ କ୍ବାର୍ଟର ଶେଷଭାଗରେ ୩ ମିନିଟ ମଧ୍ୟରେ ୩ ଗୋଲ ଦେଇ ସଫଳ ପ୍ରତ୍ୟାବର୍ତ୍ତନ କରିଥିଲା ଏହି ଦଳ। ଉଜ୍‌ବେକିସ୍ତାନ ପକ୍ଷରୁ ୪୧ତମ ମିିନିଟରେ ଗୟବୁଲୋ ଖ୍ୟାତବୋୟେଭ ଓ ୪୨ତମ ମିନିଟରେ ଓଖୁନଜନ ମିର୍ଜାକରିମୋଭ ଗୋଟିଏ ଲେଖାଏ ଫିଲ୍ଡ ଗୋଲ ଦେଇ ମ୍ୟାଚକୁ ସମାନ ସ୍ତରକୁ ନେଇ ଆସିଥିଲେ। ୪୪ତମ ମିନିଟରେ ମେକ୍ସିକୋ ଖେଳାଳିଙ୍କ ବିପଜ୍ଜନକ ପ୍ରଦର୍ଶନ ଯୋଗୁ ଉଜ୍‌ବେକିସ୍ତାନକୁ ପେନାଲ୍ଟି ଷ୍ଟ୍ରୋକ୍‌ ମିଳିଥିଲା। ରୁସଲାନ ସାଟ୍‌ଲିକୋଭ ଏହାକୁ ଗୋଲରେ ପରିଣତ କରିବାରୁ ୩ୟ କ୍ବାର୍ଟର ଶେଷସୁଦ୍ଧା ଉଜ୍‌ବେକିସ୍ତାନ ୩-୨ରେ ଅଗ୍ରଣୀ ହୋଇଥିଲା। ଅନ୍ତିମ କ୍ବାର୍ଟରରେ କଡ଼ା ସଂଘର୍ଷ ହୋଇଥିବାବେଳେ ଭାଗ୍ୟ ମେକ୍ସିକୋ ସପକ୍ଷରେ ରହିଥିଲା। ୫୪ତମ ମିନିଟରେ ମିଳିଥିବା ପେନାଲ୍ଟି ଷ୍ଟ୍ରୋକ୍‌କୁ ଗୋଲରେ ପରିଣତ କରି ୟାମିଲ ମେଣ୍ଡେଜ ମ୍ୟାଚକୁ ସମାନ ସ୍ତରକୁ ନେଇ ଆସିଥିଲେ। ମ୍ୟାଚ ଶେଷ ହେବାର ୧ ମିନିଟ ପୂର୍ବରୁ ମେକ୍ସିକୋ ଏକ ପେନାଲ୍ଟିି କର୍ନର ପାଇଥିଲା। ଏହି ସୁବର୍ଣ୍ଣ ସୁଯୋଗର ଭରପୂର ସଦ୍‌ବ୍ୟବହାର କରି ଅଧିନାୟକ ରୋବେର୍ଟୋ ଗାର୍ସିଆ ଗୋଲ ଦେବାରୁ ମେକ୍ସିକୋ ବିଜୟ ପଥ ପରିଷ୍କାର ହୋଇଥିଲା। ମେକ୍ସିକୋ ଏକ ଯୁବ ଦଳ। ତେଣୁ ପ୍ରତିଯୋଗିତାରୁ ଅଭିଜ୍ଞତା ହାସଲ କରିବା ମୁଖ୍ୟ ଲକ୍ଷ୍ୟ ବୋଲି ଟୁର୍ନାମେଣ୍ଟ ପୂର୍ବରୁ ପ୍ରକାଶ କରିଥିଲେ ଦଳର ମୁଖ୍ୟ କୋଚ୍‌ ହେକ୍ଟର ଚାଭିରା। ଶେଷରେ ଦଳ ବିଜୟୀ ହେବାସହ ନିଜ ଲକ୍ଷ୍ୟରେ ସଫଳ ହୋଇଛି ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହେଲେ ଅଷ୍ଟ୍ରେଲିଆର ଏହି ଖେଳାଳି

ଆଡିଲେଡ୍‌,୨୮ା୧୨: ପୂର୍ୱତନ ଅଷ୍ଟ୍ରେଲିଆନ୍‌ ଫାଷ୍ଟ ବୋଲର ବ୍ରେଟ୍‌ ଲି’ଙ୍କୁ ରବିବାର ଅଷ୍ଟ୍ରେଲିଆନ କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ କରାଯାଇଛି। ଘାତକ ପେସ୍‌ ସାଙ୍ଗକୁ ଆଦର୍ଶ...

କୋଚ ପଦ ଛାଡିବେ କି ଗୌତମ ଗମ୍ଭୀର, BCCI କହିଲା…

ନୂଆଦିଲ୍ଲୀ,୨୮।୧୨: ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ନେଇ ଏକ ବଡ଼ ଖବର ପ୍ରସାରିତ ହୋଇଥିଲା । ଏହାକୁ ନେଇ ଅନେକ କଳ୍ପନାଜଳ୍ପନାର ଲହରୀ...

T୨୦ ପରେ ଏବେ ଦିନିକିଆରୁ ବି ବାଦ ପଡ଼ିବେ ପନ୍ତ, BCCI ନେଲା ବଡ଼ ପଦକ୍ଷେପ! ଜାଣନ୍ତୁ କିଏ…

ନୂଆଦିଲ୍ଲୀ,୨୮।୧୨: ଭାରତୀୟ କ୍ରିକେଟ ଦଳର ଦିନିକିଆ ଟିମ୍‌ରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ୨୦୨୫-୨୬ ସିଜନର ଶେଷ ଘରୋଇ ଓଡିଆଇ ସିରିଜ ଅର୍ଥାତ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

ବାମଣ୍ଡା କପ୍‌ କ୍ରିକେଟ: ଫାଇନାଲରେ ୟୁନିୟନ ସ୍ପୋର୍ଟିଂ କଟକ

ଦେବଗଡ଼, ୨୭ା୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଇନ୍ଦିରାଗାନ୍ଧୀ ଷ୍ଟାଡିୟମଠାରେ ଚାଲିଥିବା ୩୫ତମ ବାମଣ୍ଡା କପ କ୍ରିକେଟ ଟୁର୍ନାମେଣ୍ଟର ଶନିବାର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ ଅରୁଣୋଦୟ ରାଞ୍ଚି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri