Posted inଖେଳ

ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ: ବିଜୟ ସହ ମେକ୍ସିକୋ ୭ମ

ଭୁବନେଶ୍ୱର, ୧୩।୬(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍‌ଆଇଏଚ୍‌୍‌ ସିରିଜ ଫାଇନାଲ୍ସ ହକି ଟୁର୍ନାମେଣ୍ଟରେ ବିଜୟ ସହ ଅଭିଯାନ ଶେଷ କରିଛି ମେକ୍ସିକୋ। ଯୁବ ମେକ୍ସିକୋ ଦଳ ବୁଧବାର ଅନୁଷ୍ଠିତ ପ୍ଲେସିଂ ମ୍ୟାଚରେ ଉଜ୍‌ବେକିସ୍ତାନକୁ ୪-୩ ଗୋଲରେ ହରାଇ ୭ମ ସ୍ଥାନ ଅଧିକାର କରିଛି। ଗ୍ରୁପ ପର୍ଯ୍ୟାୟରେ ୩ଟି ଯାକ ମ୍ୟାଚରେ ପରାଜିତ ହୋଇଥିବା ମେକ୍ସିକୋ ଶେଷରେ ସମ୍ମାନର ସହ ସ୍ବଦେଶ ଫେରିଛି। ଅନ୍ୟପକ୍ଷରେ ସମସ୍ତ ୪ ମ୍ୟାଚ୍‌ ପରାଜୟ ସହ ଉଜ୍‌ବେକିସ୍ତାନ ଏହାର ଅଭିଯାନ ଶେଷ କରିଛି।
ମ୍ୟାଚ ଆରମ୍ଭରୁ ସଂଘର୍ଷପୂର୍ଣ୍ଣ ହୋଇଥିଲା। ଉଭୟ ଦଳ ଏକାଧିକ ସୁଯୋଗ ପାଇଥିଲେ ହେଁ ପ୍ରଥମ କ୍ବାର୍ଟର ଗୋଲଶୂନ୍ୟ ରହିଥିଲା। ଦ୍ୱିତୀୟ କ୍ବାର୍ଟରରେ ମଧ୍ୟ କଡ଼ା ଟକ୍କର ହୋଇଥିଲା। ତେବେ ଏହାର ଶେଷଭାଗରେ ଅର୍ଥାତ୍‌ ୨ ମିନିଟ ମଧ୍ୟରେ ୨ଟି ଗୋଲ ଦେଇ ମେକ୍ସିକୋ ପ୍ରଥମାର୍ଦ୍ଧ ଶେଷସୁଦ୍ଧା ୨-୦ ଗୋଲରେ ଅଗ୍ରଣୀ ହାସଲ କରିଥିଲା। ୨୯ତମ ମିନିଟରେ ଦଳକୁ ମିଳିଥିବା ପେନାଲ୍ଟି କର୍ନରକୁ ମାକ୍ସିମିଲିଆନୋ ମେଣ୍ଡେଜ ଗୋଲରେ ପରିଣତ କରିଥିବାବେଳେ ୩୦ତମ ମିନିଟରେ ଆଲେକଜାଣ୍ଡର ପାଲ୍‌ମା ଫିଲ୍ଡ ଗୋଲ ଦେଇ ଉଜ୍‌ବେକିସ୍ତାନ ଉପରେ ଚାପ ପ୍ରୟୋଗ କରିଥିଲେ।
ଦ୍ୱିତୀୟାର୍ଦ୍ଧ ଆରମ୍ଭରେ ଗୋଲ ପରିଶୋଧ ଚକ୍କରରେ ରହିଥିଲା ଉଜ୍‌ବେକିସ୍ତାନ। ତୃତୀୟ କ୍ବାର୍ଟର ଶେଷଭାଗରେ ୩ ମିନିଟ ମଧ୍ୟରେ ୩ ଗୋଲ ଦେଇ ସଫଳ ପ୍ରତ୍ୟାବର୍ତ୍ତନ କରିଥିଲା ଏହି ଦଳ। ଉଜ୍‌ବେକିସ୍ତାନ ପକ୍ଷରୁ ୪୧ତମ ମିିନିଟରେ ଗୟବୁଲୋ ଖ୍ୟାତବୋୟେଭ ଓ ୪୨ତମ ମିନିଟରେ ଓଖୁନଜନ ମିର୍ଜାକରିମୋଭ ଗୋଟିଏ ଲେଖାଏ ଫିଲ୍ଡ ଗୋଲ ଦେଇ ମ୍ୟାଚକୁ ସମାନ ସ୍ତରକୁ ନେଇ ଆସିଥିଲେ। ୪୪ତମ ମିନିଟରେ ମେକ୍ସିକୋ ଖେଳାଳିଙ୍କ ବିପଜ୍ଜନକ ପ୍ରଦର୍ଶନ ଯୋଗୁ ଉଜ୍‌ବେକିସ୍ତାନକୁ ପେନାଲ୍ଟି ଷ୍ଟ୍ରୋକ୍‌ ମିଳିଥିଲା। ରୁସଲାନ ସାଟ୍‌ଲିକୋଭ ଏହାକୁ ଗୋଲରେ ପରିଣତ କରିବାରୁ ୩ୟ କ୍ବାର୍ଟର ଶେଷସୁଦ୍ଧା ଉଜ୍‌ବେକିସ୍ତାନ ୩-୨ରେ ଅଗ୍ରଣୀ ହୋଇଥିଲା। ଅନ୍ତିମ କ୍ବାର୍ଟରରେ କଡ଼ା ସଂଘର୍ଷ ହୋଇଥିବାବେଳେ ଭାଗ୍ୟ ମେକ୍ସିକୋ ସପକ୍ଷରେ ରହିଥିଲା। ୫୪ତମ ମିନିଟରେ ମିଳିଥିବା ପେନାଲ୍ଟି ଷ୍ଟ୍ରୋକ୍‌କୁ ଗୋଲରେ ପରିଣତ କରି ୟାମିଲ ମେଣ୍ଡେଜ ମ୍ୟାଚକୁ ସମାନ ସ୍ତରକୁ ନେଇ ଆସିଥିଲେ। ମ୍ୟାଚ ଶେଷ ହେବାର ୧ ମିନିଟ ପୂର୍ବରୁ ମେକ୍ସିକୋ ଏକ ପେନାଲ୍ଟିି କର୍ନର ପାଇଥିଲା। ଏହି ସୁବର୍ଣ୍ଣ ସୁଯୋଗର ଭରପୂର ସଦ୍‌ବ୍ୟବହାର କରି ଅଧିନାୟକ ରୋବେର୍ଟୋ ଗାର୍ସିଆ ଗୋଲ ଦେବାରୁ ମେକ୍ସିକୋ ବିଜୟ ପଥ ପରିଷ୍କାର ହୋଇଥିଲା। ମେକ୍ସିକୋ ଏକ ଯୁବ ଦଳ। ତେଣୁ ପ୍ରତିଯୋଗିତାରୁ ଅଭିଜ୍ଞତା ହାସଲ କରିବା ମୁଖ୍ୟ ଲକ୍ଷ୍ୟ ବୋଲି ଟୁର୍ନାମେଣ୍ଟ ପୂର୍ବରୁ ପ୍ରକାଶ କରିଥିଲେ ଦଳର ମୁଖ୍ୟ କୋଚ୍‌ ହେକ୍ଟର ଚାଭିରା। ଶେଷରେ ଦଳ ବିଜୟୀ ହେବାସହ ନିଜ ଲକ୍ଷ୍ୟରେ ସଫଳ ହୋଇଛି ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୭ ଜଣଙ୍କୁ ପଛରେ ପକାଇ ଉପରକୁ ଉଠିଲେ ଇଶାନ କିଷାନ

ନୂଆଦିଲ୍ଲୀ,୧୮।୨: ICC ଟି-୨୦ ରାଙ୍କିଙ୍ଗ ପ୍ରକାଶ ପାଇଛି। ଏଥିରେ ପ୍ରଭାବଶାଳୀ ପ୍ରଦର୍ଶନ କରିଥିବା ଇଶାନ କିଷାନଙ୍କ ତାଙ୍କୁ ଶ୍ରେଷ୍ଠ ୧୦ରେ ସ୍ଥାନ ମିଳିଛି। ସେ ୧୭ ବ୍ୟାଟସମ୍ୟାନଙ୍କୁ…

ବାସନ ଧୋଇଲେ ପାକିସ୍ତାନ ଖେଳାଳି: ହୋଟେଲରେ ହେଲେ ହଟହଟା

ଇସଲାମାବାଦ୍‌,୧୮।୨: ପାକିସ୍ତାନ ଜାତୀୟ ହକି ଦଳର ସାମ୍ପ୍ରତିକ ଅଷ୍ଟ୍ରେଲିଆ ଗସ୍ତ ପୁଣି ଥରେ ଦେଶର କ୍ରୀଡ଼ା ପ୍ରଶାସନ ପୋଲ ଖୋଲିଛି। FIH ପ୍ରୋ ଲିଗର ଦ୍ୱିତୀୟ ପର୍ଯ୍ୟାୟକୁ…

ନାମ୍ବିଆ ବିପକ୍ଷ କର-ମର ମ୍ୟାଚ୍‌ ପୂର୍ବରୁ ପାକିସ୍ତାନ ପାଇଁ ବଢ଼ିଲା ଚିନ୍ତା: ପ୍ଲେଇଂ ଇଲେଭେନରେ ବଡ଼ ପରିବର୍ତ୍ତନ ନେଇ ବିବାର

ନୂଆଦିଲ୍ଲୀ,୧୮।୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପରେ ଭାରତଠାରୁ ହାରିବା ପରେ ପାକିସ୍ତାନ ଟୁର୍ନାମେଣ୍ଟରୁ ବାଦ ପଡ଼ିବା ଆଶଙ୍କାର ସମ୍ମୁଖୀନ ହେଉଛି। ଫେବୃଆରୀ ୧୮ ତାରିଖରେ ନାମ୍ବିଆ ବିପକ୍ଷ…

ସୁପର-୮ରେ ୩ ମ୍ୟାଚ୍‌ ଖେଳିବ ଭାରତ: ଜାଣନ୍ତୁ କେଉଁଠି, କେତେବେଳେ ଖେଳାଯିବ ମ୍ୟାଚ୍‌

ନୂଆଦିଲ୍ଲୀ,୧୮।୨: ଟି୨୦ ବିଶ୍ୱକପରେ ଟିମ ଇଣ୍ଡିଆ ତା’ର ଶେଷ ଲିଗ ମ୍ୟାଚ ଖେଳିବ। ଭାରତୀୟ ଦଳ ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟରେ ଅପରାଜିତ ରହିଛି। ଟିମ ଇଣ୍ଡିଆ ସୁପର ୮…

ପାକିସ୍ତାନ ପାଇଁ BCCI ସହିବ କ୍ଷତି! ଭାରତରୁ ଛଡ଼ାଇ ନିଆଯାଇପାରେ ବଡ଼ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ,୧୭।୨: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ଚିନ୍ତାଜନକ ଖବର। ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ପ୍ରଭାବ ଏବେ କ୍ରିକେଟ୍ ମୈଦାନ ଉପରେ…

ଟି-୨୦ ବିଶ୍ୱକପ୍‌ରୁ ଅଷ୍ଟ୍ରେଲିଆ ଆଉଟ୍: ବର୍ଷା ସାଜିଲା ବାଧକ, ସୁପର-୮ରେ ଜିମ୍ବାୱେ

ନୂଆଦିଲ୍ଲୀ,୧୭।୨: ଟି-୨୦ ବିଶ୍ୱକପ୍‌ରେ ଏକ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ପାଲେକେଲେରେ ଜିମ୍ବାୱେ ଏବଂ ଆୟରଲାଣ୍ଡ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଯାଇଛି।…

କାନାଡ଼ାକୁ ପରାସ୍ତ କରି ସୁପର ୮ରେ ପହଞ୍ଚିଲା ନ୍ୟୁଜିଲ୍ୟାଣ୍ଡ

ଚେନ୍ନାଇ,୧୭।୨: ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ଟି୨୦ ବିଶ୍ୱକପ ଏକ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ କାନାଡାକୁ 8 ଉଇକେଟରେ ପରାସ୍ତ କରି ସୁପର-୮ରେ ସ୍ଥାନ ପକ୍କା କରିଛି।…

ପାକିସ୍ତାନ ସହ ତିକ୍ତତା ପରେ ବି ଇମ୍ରାନଙ୍କ ପାଇଁ ଚିଠି ଲେଖିଲେ ସୁନିଲ ଗାଭାସ୍କର, କପିଳ ଦେବଙ୍କ ସହ ୧୪ କ୍ୟାପଟେନ

ନୂଆଦିଲ୍ଲୀ,୧୭।୨: ଜେଲରେ ଥିବା ପୂର୍ବତନ ପାକିସ୍ତାନ ଅଧିନାୟକ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ନେଇ ୧୪ଜଣ ପୂର୍ବତନ ଅଧିନାୟକ ପାକିସ୍ତାନ ସରକାରଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri