ଏପ୍ରିଲ ୧୩ରୁ ଆରମ୍ଭ ହେବ ନବମ ଶ୍ରେଣୀ ପରୀକ୍ଷା

ଭୁବନେଶ୍ୱର,୧୪।୩(ବ୍ୟୁରୋ): ଏପ୍ରିଲ ୧୩ରେ ଆରମ୍ଭ ହେବ ନବମ ଶ୍ରେଣୀ ସମେଟିଭ୍‌-୨ ପରୀକ୍ଷା। ଏ ନେଇ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ପରୀକ୍ଷା ସକାଳ ୮ଟାରୁ ଆରମ୍ଭ ହେବ। ତେବେ ୧୩ରୁ ପରୀକ୍ଷା ଆରମ୍ଭ ହୋଇ ୨୧ରେ ସରିବ। ସେହିପରି ଏପ୍ରିଲ ୧୮ରୁ ୨୬ ପର୍ଯ୍ୟନ୍ତ ଅନ୍ୟ ଏକ ସ୍କୁଲ୍‌ରେ ମୂଲ୍ୟାୟନ ହେବ।