Categories: Uncategorized

ଏନ୍‌ଏସି ପକ୍ଷରୁ ଚଢ଼ାଉ : ପଲିଥିନ୍‌, ପାଣିପାଉଚ ଜବତ

ଦିଗପହଣ୍ଡି,୬ା୬(ଡି.ଏନ୍‌.ଏ.): ଦିଗପହଣ୍ଡି ଏନ୍‌ଏସି ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ ପକ୍ଷରୁ ଗୁରୁବାର ସହରରେ ବେଆଇନ ପଲିଥିନ ବିକ୍ରୟ ଓ ବ୍ୟବହାର ବିରୋଧରେ ଧରପଗଡ଼ କରାଯାଇଛି। କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆଙ୍କ ଉପସ୍ଥିତିରେ ଦିଗପହଣ୍ଡି ମେଡିକାଲ ଛକସ୍ଥିତ ସନ୍ତୋଷ କୁମାର ପାତ୍ରଙ୍କ ଦୋକାନରେ ଚଢ଼ାଉ କରାଯାଇଥିଲା। ତାଙ୍କ ନିକଟରୁ ଆଇଏସ୍‌ଆଇ ମାର୍କା ବିହୀନ ପାଣିପାଉଚ, ପଲିଥିନ୍‌ ଏବଂ ପ୍ଲାଷ୍ଟିକ୍‌ ଦନା ଜବତ କରାଯିବା ସହ ୨୫୦୦ ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ସେହିପରି ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାକଡ଼ରେ ଦୋକାନ କରିଥିବା ସୁଶାନ୍ତ ପାଢ଼ୀ, ନୀଳାଞ୍ଚଳ ଚୌଧୁରୀ ଏବଂ ରାମଚନ୍ଦ୍ର ଚୌଧୁରୀଙ୍କ ନିକଟରୁ ବିକ୍ରି ଉଦ୍ଦେଶ୍ୟରେ ରଖା ଯାଇଥିବା ବହୁ ସଂଖ୍ୟକ ପଲିଥିନ୍‌ ଜବତ ହୋଇଛି। ସେମାନଙ୍କ ନିକଟରୁ ୭ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ଏହି ଚଢ଼ାଉରେ ଏନ୍‌ଏସି କର୍ମଚାରୀ ହରିକୃଷ୍ଣ ସାହୁ, ପ୍ରଭାକର ମେକାପ, ବି. ସାହେବ ରେଡ୍ଡୀ, ସନ୍ତୋଷ କୁମାର ପାଢ଼ୀ, ସିଏଚ.୍‌ ଲୋକେଶ୍ୱରୀ, ପବିତ୍ରା ପ୍ରଧାନ, ସନ୍ତୋଷ କୁମାର ମହାନ୍ତି ପ୍ରମୁଖ ସାମିଲ ଥିଲେ।