ଏନ୍‌ଆଇଏନ୍‌ଏଲ୍‌ରୁ ପୁଞ୍ଜି ପ୍ରତ୍ୟାହାରକୁ କ୍ୟାବିନେଟ୍‌ ମଞ୍ଜୁରୀ

ନୂଆଦିଲ୍ଲୀ,୯-୧: ନୀଳାଚଳ ଇସ୍ପାତ ନିଗମ ଲିମିଟେଡ(ଏନ୍‌ଆଇଏନ୍‌ଏଲ୍‌)ରେ ରହିଥିବା ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଅଂଶଧନରୁ ପୁଞ୍ଜି ପ୍ରତ୍ୟାହାର କରାଯିବ। ଏ ସମ୍ପର୍କିତ ପ୍ରସ୍ତାବକୁ କେନ୍ଦ୍ର ସରକାର ବୁଧବାର ନୀତିଗତ ମଞ୍ଜୁରୀ ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ଆର୍ଥତ୍କ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (ସିସିଇଏ) ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡିକ ମଧ୍ୟରେ ଖଣିଜ ଏବଂ ଧାତବ ବ୍ୟବସାୟ ନିଗମ ଲିମିଟେଡ(ଏମ୍‌ଏମ୍‌ଟିସି) ୪୯.୭୮%, ଜାତୀୟ ଖଣିଜ ବିକାଶ ନିଗମ(ଏନ୍‌ଏମ୍‌ଡିସି) ୧୦.୧୦%, ମେକନ ୦.୬୮% ଏବଂ ଭାରତ ହେଭି ଇଲେକଟ୍ରିକାଲ୍ସ ଲିମିଟେଡ(ଭେଲ୍‌)ର ୦.୬୮% ଅଂଶଧନ ରହିଛି। ଏହାବାଦ ଓଡ଼ିଶା ସରକାରଙ୍କ ୨ଟି ଉଦ୍ୟୋଗ ଯଥା- ଶିଳ୍ପ ପ୍ରୋତ୍ସାହନ ଓ ନିବେଶ ନିଗମ ଲିମିଟେଡ(ଇପିକଲ)ର ୧୨%, ଓଡ଼ିଶା ଖଣି ନିଗମ(ଓଏମ୍‌ସି)ର ୨୦.୪୭% ଅଂଶଧନର ମଧ୍ୟ ପୁଞ୍ଜି ପ୍ରତ୍ୟାହାର କରାଯିବ ବୋଲି ଜଣାପଡିଛି। ଦ୍ୱିସ୍ତରୀୟ ନିଲାମି ପ୍ରକ୍ରିୟା ଦ୍ୱାରା ଚୟନ କରାଯାଇଥିବା ଷ୍ଟ୍ରାଟେଜିକ କ୍ରେତାଙ୍କୁ ପୁଞ୍ଜି ହସ୍ତାନ୍ତର କରାଯିବ। ନୀଳାଚଳ ଇସ୍ପାତ ନିଗମ ଲିମିଟେଡ ଏକ ଯୌଥ ଉଦ୍ୟୋଗ ହୋଇଥିବା ବେଳେ ଏଥିରେ ୪ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏବଂ ଓଡ଼ିଶା ସରକାରଙ୍କ ୨ ସରକାରୀ ଉଦ୍ୟୋଗର ଅଂଶଧନ ରହିଛି। ଏନ୍‌ଆଇଏନ୍‌ଏଲ୍‌ରୁ ଏହି ପୁଞ୍ଜି ପ୍ରତ୍ୟାହାର ଦ୍ୱାରା ଏଥିରେ ନିଷ୍କ୍ରିୟ ହୋଇ ପଡି ରହିଥିବା ସମ୍ବଳ ମୁକ୍ତ ହେବ। ଏହାର ଉପଯୋଗ ସରକାରଙ୍କ ସାମାଜିକ କ୍ଷେତ୍ର ତଥା ବିକାଶ ମୂଳକ କାର୍ଯ୍ୟକ୍ରମ ଲାଗି ଅର୍ଥଯୋଗାଣ ଉଦ୍ଦେଶ୍ୟରେ କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁନା-ରୂପା ମୂଲ୍ୟ ହ୍ରାସ ପାଇବ ନା ବୃଦ୍ଧି ପାଇବ? ବିଶେଷଜ୍ଞ କହିଲେ….

ନୂଆଦିଲ୍ଲୀ,୧୨।୭: ନିବେଶକମାନେ ଆମେରିକା-ଇରାନ ମଧ୍ୟରେ ନୂତନ ଉତ୍ତେଜନା, ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ ଏବଂ ମୁଦ୍ରାସ୍ଫୀତି ତଥ୍ୟ ଉପରେ ତୀକ୍ଷ୍ଣ ନଜର ରଖିଥିବାରୁ ଆସନ୍ତା ସପ୍ତାହରେ ସୁନା…

ଫର୍ଚ୍ୟୁନ୍‌ର ସବୁଠୁ ପ୍ରଭାବଶାଳୀ ମହିଳା ତାଲିକାର ୧ମ ସ୍ଥାନରେ ନୀତା ଅମ୍ବାନୀ

ଫର୍ଚ୍ୟୁନ୍‌ ଇଣ୍ଡିଆ ଦ୍ୱାରା ଶୁକ୍ରବାର ଦିନ ମୁମ୍ବାଇସ୍ଥିତ ଫୋର୍‌ ସିଜନ୍ସ ହୋଟେଲଠାରେ ଏହାର ପ୍ରମୁଖ କାର୍ଯ୍ୟକ୍ରମ ‘ମୋଷ୍ଟ୍‌ ପାଓ୍ବାରଫୁଲ୍‌ ଓ୍ବିମେନ୍‌ (ଏମ୍‌ପିଡବ୍ଲ୍ୟୁ), ୨୦୨୬’ ଅନୁଷ୍ଠିତ ହୋଇଯାଇଛି ।…

E-20 ସହିତ ସାଧାରଣ ପେଟ୍ରୋଲ୍ ମଧ୍ୟ… ଏବେ ଗ୍ରାହକଙ୍କୁ ପେଟ୍ରୋଲ ପମ୍ପରେ ମିଳିବ ପେଟ୍ରୋଲର ବିକଳ୍ପ?

ନୂଆଦିଲ୍ଲୀ,୧୧ା୭: E-20 ଇନ୍ଧନ (ଫ୍ୟୁଏଲ୍‌)କୁ ନେଇ ଏବେ ସାରା ଦେଶରେ ହଙ୍ଗାମା ମାତିଛି। ଏଥାନଲ୍ ବ୍ଲେଣ୍ଡେଡ୍ ପେଟ୍ରୋଲ୍ (ଏଥାନଲ୍ ମିଶ୍ରିତ ପେଟ୍ରୋଲ୍‌)କୁ ନେଇ ଆଲୋଚନା ଓ ବିବାଦର…

ଇ୨୦ରୁ ପ୍ରିମିୟମ ପେଟ୍ରୋଲ ଆଡ଼କୁ ମୁହାଁଉଛନ୍ତି ଖାଉଟି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୧ା୭: ଇଥାନଲ ମିଶ୍ରିତ ଇ୨୦ ପେଟ୍ରୋଲ ବ୍ୟବହାରକୁ ନେଇ ଖାଉଟି ସ୍ତରରେ ଚିନ୍ତା ବଢ଼ିବା ପରେ ଏବେ ଦିଲ୍ଲୀ ସମେତ ବିଭିନ୍ନ ସହରରେ ଗାଡ଼ି ମାଲିକମାନେ ବିକଳ୍ପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri