ଏଣ୍ଟରପ୍ରେନ୍ୟୁରଶିପକୁ ପ୍ରୋତ୍ସାହନ;ସ୍ଥାପନ ହେବ ସେଣ୍ଟର ଅଫ୍‌ ଏକ୍ସିଲେନ୍ସ

ଭୁବନେଶ୍ୱର, ୨୦-୭(ବ୍ୟୁରୋ): ଏଣ୍ଟରପ୍ରେନ୍ୟୁରଶିପକୁ ପ୍ରୋତ୍ସାହନ ଲାଗି ରାଜ୍ୟରେ ନୂଆ ସେଣ୍ଟର ଅଫ୍‌ ଏକ୍ସିଲେନ୍ସ ସ୍ଥାପନ କରାଯିବ। ଏହି ଧାରାକୁ ଆଗେଇ ନେବା ଲାଗି ରାଷ୍ଟ୍ରାୟତ୍ତ ଆଲୁମିନିୟମ କମ୍ପାନୀ ଲିମିଟେଡ୍‌(ନାଲ୍‌କୋ), ଏନ୍‌ଆଇଟି ରାଉରକେଲା ଏବଂ ଏନ୍‌ଆଇଟି ରାଉରକେଲା ଆଲୁମୁନାଇ ଆସୋସିଏଶନ(ଏନ୍‌ଆଇଟିଆର୍‌ଏଏ) ଚୁକ୍ତିରେ ସାମିଲ ହୋଇଛନ୍ତି। ଏହି ପଦକ୍ଷେପ ଅନ୍ତର୍ଗତ ଏକ ଇନ୍‌କୁବେଶନ ସେଣ୍ଟର ସ୍ଥାନୀୟ ଗୋଠପାଟଣାସ୍ଥିତ ନାଲ୍‌କୋ ରିସର୍ଚ୍ଚ ଏବଂ ଟ୍ରେନିଂ ସେଣ୍ଟରରେ ସ୍ଥାପନ କରାଯିବ। ଆଲୁମିନିୟମ କ୍ଷେତ୍ରର ବିକାଶ ଲାଗି ଏଠାରେ ନାଲ୍‌କୋ ଏକ ବିଶ୍ୱ ସ୍ତରୀୟ ଗବେଷଣା ଫାସିଲିଟି ଉନ୍ନତୀକରଣ କରୁଛି।
ଷ୍ଟାର୍ଟଅପ୍‌ଗୁଡିକର ଉତ୍ପାଦକତା ଏବଂ ସେବା ଯୋଗାଣରେ ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ଲକ୍ଷ୍ୟରେ ଏଭଳି ପଦକ୍ଷେପ ସହାୟକ ହେବ। ବୁଝାମଣାପତ୍ର ଦ୍ୱାରା ଆଇଆଇଟି, ଆଇସିଟି ଏବଂ ଡିଏସ୍‌ଟି ସହଯୋଗରେ ଉଦ୍ୟୋଗ ବିକାଶ ଲାଗି ଅନୁକୂଳ ବାତାବରଣ , ଗବେଷଣା ଅନୁଷ୍ଠାନ ଏବଂ ବିଶ୍ୱବିଦ୍ୟାଳୟ ସହ ସହଭାଗିତା ସୃଷ୍ଟି କରିବ। ଏହାଦ୍ୱାରା ସୃଜନଶୀଳତା, ନବୀନତା ସହ ବିଭିନ୍ନ ଉଦ୍ୟୋଗ ଏବଂ ଶିକ୍ଷାନୁଷ୍ଠାନଗୁଡିକରେ ବୈଷୟିକ ଆବଶ୍ୟକତା କ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ଘଟିବ। ଉକ୍ତ ପଦକ୍ଷେପକୁ କେନ୍ଦ୍ର ଖଣି ମନ୍ତ୍ରଣାଳୟର ଅତିରିକ୍ତ ସଚିବ କେ.ରାଜେଶ୍ୱର ରାଓ ପ୍ରଶଂସା କରିଛନ୍ତି। ନୂତନ ଚିନ୍ତାଧାରା ଏବଂ ଉଦ୍ଭାବନକୁ ପ୍ରୋତ୍ସାହନ ଲାଗି ୩ ଅଂଶୀଦାରଙ୍କୁ ରାଓ ଆହ୍ବାନ ଜଣାଇଛନ୍ତି। ଏହି ଅବସରରେ ନାଲ୍‌କୋ ପକ୍ଷରୁ ୫୦ କର୍ମଚାରୀଙ୍କୁ ଉତ୍କର୍ଷତା ପୁରସ୍କାର ପ୍ରଦାନ କରାଯାଇଥିଲା। କଠିନ ଅଧ୍ୟବସାୟ ଏବଂ ନିଷ୍ଠା ଯୋଗୁ ନାଲ୍‌କୋ ଉତ୍ପାଦକତା ଏବଂ ଆର୍ଥତ୍କ ଲାଭ କ୍ଷେତ୍ରରେ ସଫଳତା ହାସଲ କରିଥିବା କମ୍ପାନୀର ଅଧ୍ୟକ୍ଷ ତପନ କୁମାର ଚାନ୍ଦ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବେଦାନ୍ତ ଆଲୁମିନିୟମରେ ଓ୍ବାର୍ଲଡ ଆର୍ଥ ଡେ

ନୂଆଦିଲ୍ଲୀ,୨୩।୪: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପରିସରରେ ଓ୍ବାର୍ଲଡ ଆର୍ଥ ଡେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ...

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ନୂତନ ସିଏଚ୍‌ଡି ଉଦ୍‌ଘାଟିତ

ଭୁବନେଶ୍ୱର,୨୩।୪: ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଇଣ୍ଡିଆ ବା ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ଲିମିଟେଡର ନୂତନ କମ୍ୟୁନିଟି ହେଲ୍‌ଥ ଡିସ୍‌ପେନ୍‌ସାରି (ସିଏଚ୍‌ଡି) ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି...

ରିଲାଏନ୍ସ ଜିଓର ନେଟ ଲାଭ ୨୦,୪୬୬ କୋଟି

ନୂଆଦିଲ୍ଲୀ,୨୩।୪: ଦେଶର ସର୍ବବୃହତ୍‌ ଦୂରସଞ୍ଚାର ସେବା ପ୍ରଦାନକାରୀ କମ୍ପାନୀ ତଥା ରିଲାଏନ୍ସ ଜିଓ ଇନ୍‌ଫୋକମ ଲିମିଟେଡ୍‌ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୩ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ, ଜାଣନ୍ତୁ ବଜାର ଦାମ୍

ନୂଆଦିଲ୍ଲୀ, ୨୨।୪: ନିକଟ ଅତୀତରେ ଭାରତରେ ସୁନା ଓ ରୂପା ମୂଲ୍ୟରେ ବହୁତ ବୃଦ୍ଧି ଘଟିଛି। କିନ୍ତୁ ସୋମବାର ଏଥିରେ କିଛି ମାତ୍ରାରେ ହ୍ରାସ ପାଇଛି।...

ସର୍ବୋତ୍ତମ ପ୍ରଯୁକ୍ତିକୁ ଗୁରୁତ୍ୱ

ଭୁବନେଶ୍ୱର,୨୨ା୪: ବ୍ରିଜ୍‌ଷ୍ଟୋନ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ନୂତନ ଉତ୍ପାଦ ‘ତୁରଞ୍ଜା ୬ଆଇ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଯାତ୍ରୀବାହୀ ଯାନ ସେଗ୍‌ମେଣ୍ଟ ପାଇଁ ବ୍ରାଣ୍ଡ୍‌...

ଶ୍ରୀଲେଦର୍ସ ପ୍ରତିଷ୍ଠାତାଙ୍କ ପ୍ରତିମୂର୍ତ୍ତି ଅନାବରଣ

ଭୁବନେଶ୍ୱର,୨୨ା୪: ଦେଶର ପ୍ରମୁଖ ସୁଜ୍‌ ବ୍ରାଣ୍ଡ୍‌ ଶ୍ରୀଲେଦର୍ସର ପ୍ରତିଷ୍ଠାତା ତଥା ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ସୁରେଶ ଚନ୍ଦ୍ର ଦେଙ୍କର ୧୧୩ତମ ଜନ୍ମବାର୍ଷିକୀ ରବିବାର ପାଳିତ...

ଶପର୍ସ ଷ୍ଟପ୍‌ ସହ ଆକ୍ସିସ ବ୍ୟାଙ୍କର ସହଭାଗିତା

ଭୁବନେଶ୍ୱର,୨୨ା୪: ଆକ୍ସିସ୍‌ ବ୍ୟାଙ୍କ ଏବଂ ଶପର୍ସ ଷ୍ଟପ୍‌ସ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ନିକଟରେ ସ୍ଥାପନ ହୋଇଛି। ଏପରିକି ଉଭୟ ସଂସ୍ଥାର ମିଳିତ ସହଭାଗିତାରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri