ଏଟିଏମ୍‌ ଲୁଟ୍‌, ଘସିପୁରା ଥାନାରେ ଅଭିଯୋଗ

ଆନନ୍ଦପୁର,୧୩।୭(ସ୍ବ.ପ୍ର.)- କେନ୍ଦୁଝର ଜିଲା ଘସିପୁରା ଥାନା ଶାଳପଡା ବାଇପାସ୍‌ ଛକ ନିକଟରେ ଥିବା ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଶାଖାର ଏକ ଏଟିଏମ୍‌ କାଉଣ୍ଟରରୁ ଶୁକ୍ରବାର ବିଳମ୍ବିତ ରାତିରେ ଲୁଟ୍‌ ଉଦ୍ୟମ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଏନେଇ ଶାଖା ପରିଚାଳକ ଗଙ୍ଗାଧର ଘସିପୁରା ଥାନାରେ ଅଭିଯୋଗ କରିଛନ୍ତି। ଦୁର୍ବୃତ୍ତମାନେ ଏଟିଏମ୍‌ ଲୁଟ୍‌ ଉଦ୍ୟମ କରିଥିଲେ ସୁଦ୍ଧା ସେଥିରୁ ଟଙ୍କା ବାହାର କରିବାରେ ସଫଳ ହୋଇଥିବା ଜଣାପଡିଛି। ଘସିପୁରା ଥାନା ଅଧିକାରୀ ବାଗ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଥାନାରେ ମାମଲା(ନଂ. ୧୧୧/୧୯) ରୁଜୁ କରାଯାଇଛି। ଏଟିଏମ୍‌ରେ ଲଗାଯାଇଥିବା ସିସିଟିଭିକୁ ଦୁର୍ବୃତ୍ତମାନେ ନଷ୍ଟ କରିଦେଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି।