ଏକାମ୍ର କ୍ଷେତ୍ରରେ ଆମ୍‌ସାର ଆକ୍ଟ କଡ଼ାକଡ଼ି ଲାଗୁ ହେବ: ଏଡିଜି ଏଏସ୍‌ଆଇ

ପୁରୁଣା ଭୁବନେଶ୍ୱର, ୧୫।୧୨(ଡି.ଏନ.ଏ.): ଏକାମ୍ର କ୍ଷେତ୍ର ସହ ଅନ୍ୟ ଐତିହ୍ୟସ୍ଥଳରେ କଡ଼ାକଡ଼ି ଭାବେ ଆମ୍‌ସାର ଆକ୍ଟ ଲାଗୁ କରାଯିବ। ଏ ନେଇ ଖୁବ୍‌ଶୀଘ୍ର ରାଜ୍ୟ ସରକାରଙ୍କୁ ଅବଗତ କରାଯିବା ସହ କାର୍ଯ୍ୟାନୁଷ୍ଠାନ ନିଆଯିବ। ଅବୈଧ ନିର୍ମାଣଗୁଡ଼ିକୁ ଭାଙ୍ଗିବାକୁ ଆବଶ୍ୟକ ସ୍ଥଳେ ଅଦାଲତ ଆଶ୍ରୟ ନିଆଯିବ। ଅତ୍ୟାବଶ୍ୟକ ପଡ଼ିଲେ ଫତେପୁର ସିକ୍ରି ଭଳି ମନ୍ଦିରର ୧୦୦ ମିଟର ପରିଧି ମଧ୍ୟରେ କୌଣସି ସ୍ଥାୟୀ, ଅସ୍ଥାୟୀ ନିର୍ମାଣ କାମ ଆଦି ନ କରାଇବାକୁ ପଦକ୍ଷେପ ନିଆଯିବ। ଘଟଣାସ୍ଥଳରେ ଏଏସ୍‌ଆଇ ପକ୍ଷରୁ ସ୍ବତନ୍ତ୍ର ଅଧିକାରୀ ନିୟୋଜିତ କରାଯିବ ବୋଲି ଏଏସ୍‌ଆଇ ଅତିରିକ୍ତ ମହାନିର୍ଦ୍ଦେଶକ ରାକେଶ ସିଂ ଲାଲ କହିଛନ୍ତି।

ଏକାମ୍ରକ୍ଷେତ୍ରରେ ଥିବା ବିଭିନ୍ନ ଐତିହ୍ୟସ୍ଥଳରେ ଥିବା ଅବୈଧ ନିର୍ମାଣର ଉଚ୍ଛେଦ ପ୍ରସଙ୍ଗରେ ନିଜ ମତ ରଖି ଅତିରିକ୍ତ ମହାନିର୍ଦ୍ଦେଶକ ଲାଲ କହିଥିଲେ, ଐତିହ୍ୟସ୍ଥଳରେ ଜବରଦଖଲ ଓ ଅବୈଧ ନିର୍ମାଣ ଦିନକୁ ଦିନ ବୃଦ୍ଧି ପାଉଛି। ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ରାଜ୍ୟ ସରକାରଙ୍କୁ ଚିଠି ମାଧ୍ୟମରେ ଅବୈଧ ନିର୍ମାଣ ବନ୍ଦ କରିବାକୁ ଅବଗତ କରାଇଥିଲା। ହେଲେ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ହିଁ ପ୍ରଥମେ ନିଜର ଅବୈଧ ନିର୍ମାଣ ଜାରି ରଖିଛି। ଦୀର୍ଘବର୍ଷ ବିତିଯାଇଥିଲେ ମଧ୍ୟ ବିଡ଼ିଏ କିମ୍ବା ବିଏମ୍‌ସି କର୍ତ୍ତୃପକ୍ଷ କୌଣସି ଐତିହ୍ୟ ସ୍ଥଳ ପ୍ରୋଟେକ୍ଟେଡ଼ ଏରିୟା କିମ୍ବା ପ୍ରୋହିବିଟେଡ ଏରିୟା ମଧ୍ୟରେ ଗଢି ଉଠିଥିବା ବେଆଇନ ନିର୍ମାଣ ଉଚ୍ଛେଦ କରିପାରିନାହାନ୍ତି ବୋଲି ସେ କହିଛନ୍ତି।

ଅକ୍ଟୋବର ୨୧ରୁ ଆମ୍‌ସାର ଆକ୍ଟ ବିରୋଧରେ ହେଉଥିବା ଅବୈଧ ନିର୍ମାଣ ନେଇ କମିଶନରେଟ୍‌ ପୋଲିସଙ୍କ ବଡ଼ଗଡ଼ ଥାନାରେ ନଂ. ୨୧/୦୯ରେ ଏକ ମାମଲା ରୁଜୁ ହୋଇଥିଲା। ବିଜେବିନଗର ମୌଜାର ପ୍ଲଟ ନଂ. ୬୫୯ ଉପରେ ନିର୍ମାଣ ହେଉଥିବା ଉକ୍ତ ଏତଲାନାମାରେ ଉଲ୍ଲେଖଥିଲା। ଉକ୍ତ ଏତଲାର ଏକକିତା ନକଲକୁ ଏଏସ୍‌ଆଇ ଭୁବନେଶ୍ୱର ସର୍କଲ ପ୍ରତ୍ନତତ୍ତ୍ୱ ଅଧୀକ୍ଷଣ ଅଧିକାରୀଙ୍କୁ ପଠାଯିବା ସହ ସମସ୍ତ ଘଟଣା ବାବଦରେ ଅବଗତ କରାଯାଇଥିଲା। ପରେ ଏଏସ୍‌ଆଇ ପକ୍ଷରୁ ସଂରକ୍ଷଣ ଅଧିକାରୀ ସୋ-କଜ୍‌ ନୋଟିସ୍‌ ଜାରିକରି ନିଜର କର୍ତ୍ତବ୍ୟ ସାରିଦେଲେ। ଏ ନେଇ ସମ୍ପୃକ୍ତ ଅଧିକାରୀ ନିର୍ମଳ ମହାପାତ୍ରଙ୍କୁ ପଚାରିବାରୁ କାର୍ଯ୍ୟ ବନ୍ଦ କରିବାକୁ ଏଏସ୍‌ଆଇ ତରଫରୁ ଆଇନ୍‌ଗତ ପଦକ୍ଷେପ ନିଆଯାଉଛି। ଆଗକୁ କାମ ବନ୍ଦ ନ କଲେ ଏଏସ୍‌ଆଇ ନିୟମାନୁଯାୟୀ ଅଦାଲତ ଯିବ ବୋଲି କହିଥିଲେ। ଏ ନେଇ ମହାନିର୍ଦ୍ଦେଶକ ଲାଲ ଏହି ପ୍ରତିକ୍ରିୟା ଦେବା ସହ ଏଏସ୍‌ଆଇ ତା’ କାମ କରୁଛି। ଆଗକୁ ଆଉ କ’ଣ ହୋଇପାରିବ ତା’ କରିବ। ଏହାଛଡା ସେ ତତ୍‌କାଳ ଭୁବନେଶ୍ୱର ସର୍କଲ ମୁଖ୍ୟଙ୍କ ସହ ଏ ନେଇ ଆଲୋଚନା କରିବେ ଓ ଓଡ଼ିଶା ପ୍ରତି ସ୍ବତନ୍ତ୍ର ଦୃଷ୍ଟିଦେବା ସହ ଭୁବନେଶ୍ୱର ସର୍କଲ ଏଏସ୍‌ଆଇ କର୍ତ୍ତୃପକ୍ଷଙ୍କ ସହ ବିଚାରବିମର୍ଷ କରିବେ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

ପୁରୀ ହେଲା ମହାନଗର ନିଗମ: ଚଣ୍ଡିଖୋଲ ସମେତ ଏସବୁ ସହର ହେଲା NAC

ଭୁବନେଶ୍ବର,୩୧ା୧୨: ନୂଆ ବର୍ଷ ପୂର୍ବରୁ ରାଜ୍ୟର ପୌର ପ୍ରଶାସନ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ପବିତ୍ର ପୁରୀ ସହରକୁ ସରକାର ମହାନଗର ନିଗମର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri