Posted inଖେଳ

ଏଏଫ୍‌ସି ଚାମ୍ପିୟନ୍ସ ଲିଗ୍‌ ଫୁଟ୍‌ବଲ: ଚାଇନିଜ ଟିମ୍‌ ସହିତ ମ୍ୟାଚ ବିଳମ୍ବରେ

କୁଆଲାଲମ୍ପୁର, ୫ା୨ (ଏଏଫ୍‌ପି)-ମାରାତ୍ମକ କରୋନା ଭାଇରସ୍‌ର ପ୍ରକୋପ ଯୋଗୁ ଏଏଫ୍‌ସି ଚାମ୍ପିୟନ୍ସ ଲିଗ୍‌ ଫୁଟ୍‌ବଲ କାର୍ଯ୍ୟସୂଚୀରେ ଚାଇନିଜ କ୍ଲବଗୁଡ଼ିକ ବିପକ୍ଷ ମ୍ୟାଚଗୁଡ଼ିକ ଏପ୍ରିଲ ଓ ମେ’କୁ ଘୁଞ୍ଚାଇ ଦିଆଯାଇଛି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଏହି ମ୍ୟାଚଗୁଡ଼ିକ ଫେବୃୟାରୀ ଓ ମାର୍ଚ୍ଚରେ ପର୍ଥ ଓ ସିଡ୍‌ନୀରେ ଖେଳାଯିବା କାର୍ଯ୍ୟକ୍ରମ ରହିଥିଲା। ମଙ୍ଗଳବାର ମାଲେସିଆ ରାଜଧାନୀ କୁଆଲାଲମ୍ପୁରଠାରେ ଏସିଆନ ଫୁଟ୍‌ବଲ କନଫେଡେରେଶନର ଏକ ଜରୁରୀକାଳୀନ ବୈଠକ ବସିଥିଲା। କରୋନା ଭାଇରସର ପ୍ରକୋପ ଯୋଗୁ ଚାଇନିଜ୍‌ ଫୁଟ୍‌ବଲ୍‌ ଟିମ୍‌କୁ ନେଇ ଖେଳାଯିବାକୁଥିବା ମ୍ୟାଚ ଗୁଡ଼ିକ ବିଳମ୍ବରେ କରିବା ଲାଗି ଏଥିରେ ନିଷ୍ପତ୍ତି ନିଆଯାଇଛି। ବୈଠକରେ ୬ଟି ସଦସ୍ୟ ରାଷ୍ଟ୍ର ଅଷ୍ଟ୍ରେଲିଆ, ଚାଇନା, ଜାପାନ, ଦକ୍ଷିଣ କୋରିଆ, ମାଲେସିଆ ଏବଂ ଥାଇଲାଣ୍ଡର ପ୍ରତିନିଧିମାନେ ଯୋଗ ଦେଇଥିଲେ। ସମସ୍ତେ ଚାଇନିଜ୍‌ ଟିମ୍‌ ବିପକ୍ଷ ମ୍ୟାଚକୁ ଘୁଞ୍ଚାଇବା ସପକ୍ଷରେ ମତ ଦେଇଥିଲେ। ବାର୍ସିଲୋନାର ପୂର୍ବତନ ମହାନ ଖେଳାଳି ଆନ୍ଦ୍ରେ ଇନିଷ୍ଟାଙ୍କ କ୍ଲବ ଜାପାନର ଭିସେଲ କୋବେ ଏବଂ ଚାଇନାର ଗୁଆଙ୍ଗଝୋ ଏଭରଗ୍ରୋନଡ୍‌ ମଧ୍ୟରେ ମ୍ୟାଚ ମେ’ ୨୬ରେ ଖେଳାଯିବ। ସେହିପରି ଏପ୍ରିଲ ୨୮ରେ ପର୍ଥ ଗ୍ଲୋରି ଏବଂ ଶାଂଘାଇ ଶେନ୍‌ଜା ଦଳ ମଧ୍ୟରେ ମ୍ୟାଚ ଖେଳାଯିବାକୁ ଥିବାବେଳେ ଏପ୍ରିଲ ୨୯ରେ ସିଡ୍‌ନୀ ଏଫ୍‌ସି ବନାମ ଶାଂଘାଇ ଏସ୍‌ଆଇପିଜି ମ୍ୟାଚ ଖେଳାଯିବ। ମେ’ ୨୬ରେ ମେଲବୋର୍ନ ଭିକ୍ଟ୍ରି ଓ ବେଜିଂ ଏଫସି ପରସ୍ପରକୁ ଭେଟିବେ। କିନ୍ତୁ ଥାଇଲାଣ୍ଡ ଦଳ ଚିଆଙ୍ଗରାଇ ୟୁନାଇଟେଡ୍ସ ଓ ବେଜି ବିପକ୍ଷ ମ୍ୟାଚ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଖେଳାଯିବ। କାରଣ ବେଜିଂ ଦଳ ବର୍ତ୍ତମାନ ଦକ୍ଷିଣ କୋରିଆରେ ଏକ ଟ୍ରେନିଂ କ୍ୟାମ୍ପରେ ରହିଛି। ଚାଇନାରେ କରୋନା ଭାଇରସ ଦେଖା ଦେବା ପୂର୍ବରୁ ଏହି ଦଳ ବିଦେଶରେ ଅଭ୍ୟାସ ଚଳାଉଛି। ପୂର୍ବାଞ୍ଚଳ ପ୍ରି-କ୍ୱାର୍ଟର ରାଉଣ୍ଡ ଜୁନ୍‌ ୧୬ ଓ ୧୭ ତାରିଖରେ ଖେଳାଯିବ। ରିଟର୍ନ ଲେଗ୍‌ ଜୁନ୍‌ ୨୩ ଓ ୨୪ରେ ଆୟୋଜନ କରାଯାଇଛି। ଦେଶରେ ଇତିମଧ୍ୟରେ ୧୨ଟି କରୋନା ଭାଇରସ ସଂକ୍ରମିତ ରୋଗୀ ଚିହ୍ନଟ ହୋଇଥିବା ଅଷ୍ଟ୍ରେଲିଆନ ଅଫିସିଆଲମାନେ ସୂଚନା ଦେଇଛନ୍ତି। ଚାଇନାରୁ ଆସିଥିବା ଅଣ-ଅଷ୍ଟ୍ରେଲିଆ ନାଗରିକମାନଙ୍କୁ ପ୍ରବେଶରୁ ବଞ୍ଚତ୍ତ କରାଯାଇଛି। ଭାଇରସ ଦ୍ୱାରା ଇତିମଧ୍ୟରେ ୨୦,୦୦୦ରୁ ଅଧିକ ସଂକ୍ରମିତ ହୋଇଛନ୍ତି। କେବଳ ମଙ୍ଗଳବାର ଚାଇନାରେ ୪୨୫ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଭାଇରସ ୨୪ରୁ ଅଧିକ ଦେଶକୁ ବ୍ୟାପି ସାରିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL ମଧ୍ୟରେ ଦୁଃଖଦ ଖବର: ପରଲୋକରେ ପୂର୍ବତନ ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ,୧୦।୪: ପୂର୍ବତନ ଭାରତୀୟ କ୍ରିକେଟର ଚିଙ୍ଗଲପୁତ ଦୋରାଇକାନୁ ଗୋପୀନାଥ (ସିଡି ଗୋପୀନାଥ)ଙ୍କର ୯୬ ବର୍ଷ ବୟସରେ ପରଲୋକ ଘଟିଛି। ସେ ୧୯୫୨ରେ ଇଂଲଣ୍ଡ ବିପକ୍ଷରେ ଭାରତର ପ୍ରଥମ…

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

ଅମ୍ପାୟରଙ୍କ ଗୋଟିଏ ଆଙ୍ଗୁଠି, ଭାଙ୍ଗିଗଲା ଦିଲ୍ଲୀର ସ୍ବପ୍ନ! ଖଳନାୟକ ପାଲଟିଛି କ୍ରିକେଟର ‘ଡେଡ ବଲ’ ନିୟମ

ନୂଆଦିଲ୍ଲୀ,୯।୪: କ୍ରିକେଟ ଅନିଶ୍ଚିତତାର ଖେଳ ଭାବରେ ଜଣାଶୁଣା, କିନ୍ତୁ ଯେତେବେଳେ ଅମ୍ପାୟାର ନିଷ୍ପତ୍ତିରୁ ଅନିଶ୍ଚିତତା ସୃଷ୍ଟି ହୁଏ, ଖେଳର ରୋମାଞ୍ଚ ବିବାଦରେ ପରିଣତ ହୁଏ। ଗତକାଲି ରାତିରେ…

ଗୁଜରାଟର ରୋମାଞ୍ଚକର ବିଜୟ ପରେ ବି ଶୁବମନଙ୍କୁ ଏତେ ଟଙ୍କା ଜରିମାନା କଲା BCCI, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୯।୪: ବୁଧବାର ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧ ରନରେ ପରାସ୍ତ କରିଛି। ଶୁବମନ ଗିଲ୍‌ଙ୍କ ସମେତ ତିନି ଜଣ ଗୁଜରାଟ ବ୍ୟାଟ୍ସମ୍ୟାନ…

ସ୍ମୃତି-ପଲାଶଙ୍କ ମଧ୍ୟରେ ହୋଇଗଲା ପ୍ୟାଚ୍‌ଅପ୍‌! ଖୁବ୍‌ଶୀଘ୍ର ହେବ ବିବାହ, ଏହି VIDEO ବଢାଉଛି ଚର୍ଚ୍ଚା

ମୁମ୍ବାଇ,୯।୪: ସଂଗୀତକାର ପଳାଶ ମୁଛଲ ଏବଂ ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନାଙ୍କ ମଧ୍ୟ ପ୍ୟାଚ୍‌ଅପ୍‌ ହୋଇଯାଇଛି। ଉଭୟ ଖୁବ୍‌ଶୀଘ୍ର ବିବାହ କରିବେ ବୋଲି…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri