ଏଇ ଭାରତରେ

ପଞ୍ଜାବରେ କେତେକ ସରକାରୀ ସ୍କୁଲରେ ପିଲାମାନେ ପଢିବା ସହ ସ୍କୁଲ ବଗିଚାରେ ଚାଷ କରି ଉଦାହରଣ ସୃଷ୍ଟି କରିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ମନ୍‌ସା ଜିଲାର ୭୦ଟି ସରକାରୀ ବିଦ୍ୟାଳୟରେ। ଏହିସବୁ ବିଦ୍ୟାଳୟର ପାଖାପାଖି ୫୦୦ ପିଲା ବିନା କୀଟନାଶକରେ ଚାଷ କରୁଛନ୍ତି। ସେମାନେ ବାଇଗଣ, ଛତୁ, ଲଙ୍କା, କଲରା, କଖାରୁ ଏବଂ ବିଭିନ୍ନ ପ୍ରକାର ଶାଗ ଉପତ୍ାଦନ କରି ତାହାକୁ ମଧ୍ୟାହ୍ନଭୋଜନରେ ଉପଯୋଗ କରୁଛନ୍ତି। ଅନେକ ସମୟରେ ଆବଶ୍ୟକତାଠାରୁ ଅଧିକ ପରିବା ଉପତ୍ାଦିତ ହେଲେ ସେମାନେ ଗ୍ରାମବାସୀଙ୍କୁ ମାଗଣାରେ ବାଣ୍ଟି ଦେଉଛନ୍ତି। ମୁଖ୍ୟତଃ କୃଷିଭିତ୍ତିକ ବ୍ୟାବହାରିକ ଜ୍ଞାନ ହାସଲ କରିବା ପାଇଁ ୫ମରୁ ୧୦ମ ଶ୍ରେଣୀ ଯାଏ ପଢୁଥିବା ପିଲାମାନଙ୍କୁ କୃଷି ସମ୍ପର୍କରେ ଏଭଳି ଶିକ୍ଷା ଦିଆଯାଉଛି। ଜିଲା ଉଦ୍ୟାନ କୃଷି ବିଭାଗର ‘ଏଡିବଲ ଗାର୍ଡେନ’ ନାମକ ଯୋଜନାର ଏକ ଅଂଶଭାବେ ଏହି ପାଠ୍ୟକ୍ରମ ସ୍କୁଲରେ ଆରମ୍ଭ କରାଯାଇଛି। ପ୍ରତି ସପ୍ତାହରେ ପିଲାମାନଙ୍କୁ ବଗିଚାରେ ୧ ଘଣ୍ଟା କାମ କରିବା ଲାଗି ସମୟ ରଖାଯାଇଛି। ପ୍ରଥମେ ଚାଷ ସମ୍ପର୍କରେ ପଢାଯିବା ପରେ ବଗିଚାରେ ବ୍ୟାବହାରିକ ଶିକ୍ଷା ପ୍ରଦାନ କରାଯାଉଛି। ପିଲାମାନେ ଚାଷରେ ଜୈବ ଖତ ବ୍ୟବହାର କରୁଛନ୍ତି। ସବୁଜ ବର୍ଜ୍ୟବସ୍ତୁରୁ ସେମାନେ ଖତ ପ୍ରସ୍ତୁତ କରୁଛନ୍ତି। କେତେକ ସ୍କୁଲରେ ପିଲାମାନେ ଗହମ ଓ ନଡାର ଧୂସରୁ ଖତ ପ୍ରସ୍ତୁତ କରିବା ସହ ସେଥିରେ ଛତୁଚାଷ ବି କରୁଛନ୍ତି। ୧ କିଲୋ ଗହମ ଧୂସ ବ୍ୟବହାର କରି ସେମାନେ ୬୦୦ ଗ୍ରାମ୍‌ ଛତୁ ଉପତ୍ାଦନ କରୁଛନ୍ତି ବୋଲି କୁହନ୍ତି ଶିକ୍ଷକ ଡ. ଯଶବୀର ସିଂ। କୃଷି ଶିକ୍ଷା ବ୍ୟତୀତ ପିଲାମାନଙ୍କୁ ନଡାରୁ କିଭଳି ଫର୍ନିଚର ପ୍ରସ୍ତୁତ କରାଯାଇପାରିବ ସେ ସମ୍ପର୍କରେ ମଧ୍ୟ ଶିକ୍ଷା ପ୍ରଦାନ କରାଯାଉଛି। ଅନେକ ପିଲା ସ୍କୁଲରୁ ଚାଷ ସମ୍ପର୍କରେ ଶିକ୍ଷା ପାଇବା ପରେ ଘର ବଗିଚାରେ ବି ଚାଷ ଆରମ୍ଭ କରିବା ଲକ୍ଷ୍ୟ କରାଯାଇଛି।