ଏଇ ଭାରତରେ

ସ୍କୁଲ୍‌ ଫି ଦେଇ ନ ପାରି ପଢା ଛାଡି ନିଜ ଗୋଡରେ ଛିଡା ହୋଇ କୋଲକାତାର ବିଶ୍ୱନାଥ ନାରୁ ଅଭାବୀ ପିଲାମାନଙ୍କ ପାଇଁ ସ୍କୁଲ୍‌ ଗଢିଛନ୍ତି। ଦୈନନ୍ଦିନ କାର୍ଯ୍ୟରୁ ସମୟ ବାହାର କରି ସେମାନଙ୍କୁ ଶିକ୍ଷାଦାନ କରୁଛନ୍ତି। ୪୦ ବର୍ଷ ହେବ ସେ ଏହି ସେବାରେ ଲାଗିଛନ୍ତି। ମାତ୍ର ୬ ମାସର ହୋଇଥିବାବେଳେ ବିଶ୍ୱନାଥଙ୍କ ବାପାଙ୍କର ଦେହାନ୍ତ ହୋଇଥିଲା। ମା’ ଅନ୍ୟମାନଙ୍କ ଘରେ କାମ କରି ତାଙ୍କୁ ଓ ତାଙ୍କ ଭଉଣୀଙ୍କୁ ଲାଳନପାଳନ କରିଥିଲେ। ବହୁ କଷ୍ଟରେ ବିଶ୍ୱନାଥ ଓ ତାଙ୍କ ଭଉଣୀ ୧୦ମ ଯାଏ ପଢିପାରିଥିଲେ। ସ୍କୁଲ୍‌ ଫି ନ ଦେଇପାରିବାରୁ ତାଙ୍କ ପଢା ବନ୍ଦ ହୋଇଗଲା। ବିଶ୍ୱନାଥ ପ୍ରଥମେ ଏକ ମାଛ ଦେକାନରେ କାମ କରୁଥିଲେ ଓ ପରେ ନିଜେ କୋଲକାତାର ଦମ୍‌ଦମ୍‌ ପାର୍କ ବଜାରରେ ଦୋକାନ କରି ମାଛ ବିକ୍ରି କଲେ। ମାଛରୁ ଯାହା ଆୟ ହୁଏ ସେଥିରେ ପରିବାର ଚଳାଇବା ସହ ଛୋଟ ପିଲାମାନଙ୍କ ପାଇଁ ନନ୍ଦିପୁରରେ ସ୍ବାମୀ ବିବେକାନନ୍ଦ ବିଦ୍ୟାମନ୍ଦିର ଆରମ୍ଭ କରିଥିଲେ। ଏହି ସ୍କୁଲ୍‌ରେ ଏବେ ରିକ୍ସାଚାଳକ, ଦିନମଜୁରିଆ ଓ ଅନ୍ୟମାନଙ୍କ ଘରେ କାମ କରୁଥିବା ଲୋକଙ୍କ ପିଲାମାନଙ୍କୁ ହିଁ ପଢାଉଛନ୍ତି। ବିଶ୍ୱନାଥ ପିଲାମାନଙ୍କୁ ନିଜସ୍ବ ରୋଜଗାରରେ ବହି କିଣି ଯୋଗାଉଛନ୍ତି। ୬୬ ବର୍ଷୀୟ ବିଶ୍ୱନାଥ ୧୦ଟା ଭିତରେ ମାଛ ବିକ୍ରି ସାରିଦେଇ ସ୍କୁଲରେ ଠିକ୍‌ ସମୟରେ ପହଞ୍ଚିଯାନ୍ତି । ପିଲାମାନଙ୍କୁ ସେ ଗଣିତ ଓ ବିଜ୍ଞାନ ପଢାନ୍ତି। ଏହାପରେ ବଳକା ସମୟ ସେ ପିଲାମାନଙ୍କ ସହ ଖେଳନ୍ତି କିମ୍ବା ଏକ୍ସଟ୍ରା କ୍ଲାସ୍‌ ମଧ୍ୟ ନେଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri