ଏଇ ଭାରତରେ

ଆଧୁନିକ ଯୁଗରେ ଅନ୍ଧବିଶ୍ୱାସକୁ ପଛରେ ପକାଇ ବିଜ୍ଞାନ ବହୁତ ଆଗକୁ ଯାଇପାରିଛି। ତଥାପି ଲୋକମାନେ ଅନ୍ଧବିଶ୍ୱାସ ଉପରେ ଭରସା ରଖୁଛନ୍ତି। ଏମିତି ଏକ ଅନ୍ଧବିଶ୍ୱାସଭିତ୍ତିକ ନାଗ ଅଦାଲତ ଆୟୋଜନ କରାଯାଉଛି ମଧ୍ୟପ୍ରଦେଶର ରାୟସେନ ତହସିଲ ଅନ୍ତର୍ଗତ ସିହୋରା ଖୁର୍ଦରେ। ତହସିଲ ମୁଖ୍ୟାଳୟ ଗୈରତଗଞ୍ଜଠାରୁ ୧୦ କିଲୋମିଟର ଦୂରରେ ଥିବା ଏହି ଗାଁ ଶ୍ରୀ ହନୁମାନ ଓ ଶ୍ରୀ ଶିବଙ୍କ ସିଦ୍ଧସ୍ଥାନ ଭାବେ ଖ୍ୟାତିଲାଭ କରିଛି। ଏହି ଗାଁ ମଝିରେ ଏକ ନାଗମଣ୍ଡପ ରହିଛି। ସେହି ମଣ୍ଡପରେ ନାଗପଞ୍ଚମୀ ଦିନ ପ୍ରତିବର୍ଷ ଆୟୋଜିତ ନାଗ ଅଦାଲତ ଉପରେ ଲୋକମାନଙ୍କର ବିଶ୍ୱାସ ରହିଛି। ବର୍ଷକ ଭିତରେ ଯେଉଁମାନଙ୍କୁ ସାପ କାମୁଡେ ସେମାନେ ସିହୋରାର ସିଦ୍ଧକ୍ଷେତ୍ରରେ ପହଞ୍ଚତ୍ ସେଠାକାର ପୂଜକଙ୍କଠାରୁ ସୂତା ବାନ୍ଧନ୍ତି। ଏହାଦ୍ୱାରା ବିଷଜ୍ଜ୍ୱାଳାରୁ ମୁକ୍ତି ବି ପାଆନ୍ତି ବୋଲି ସେମାନେ ବିଶ୍ୱାସ କରନ୍ତି। ସର୍ପଦଂଶନରେ ପୀଡିତ ବ୍ୟକ୍ତିମାନେ ନାଗ ଅଦାଲତରେ ହଁି ଭାଗ ନେଇଥାନ୍ତି। ବାରମ୍ବାର ସର୍ପ ଦଂଶନର ଶିକାର ହୋଇଥିବା ବ୍ୟକ୍ତିଙ୍କ ଶରୀରରେ ନାଗ ଦେବତାଙ୍କୁ ପୂଜକ ପ୍ରବେଶ କରାଇବା ପରେ ପୀଡିତଙ୍କୁ ଦଂଶନର କାରଣ ସମ୍ପର୍କରେ କହିଥାନ୍ତି। କେବଳ ଏତିକି ନୁହେଁ, ଶରୀରରେ ପ୍ରବେଶ କରିଥିବା ନାଗ ଭବିଷ୍ୟତରେ ଆଉ କାହାକୁ ଦଂଶନ କରି କଷ୍ଟ ନ ଦେବାକୁ ପ୍ରତିଜ୍ଞା ମଧ୍ୟ କରିଥାନ୍ତି।