ଋତୁ ଶାଗ୍‌ କୁଲେରର ଚାହିଦା କାହିଁରେ କେତେ

ପଦ୍ମପୁର, ୨୪।୪ (ଡି.ଏନ.ଏ)-  ପଶ୍ଚିମ ଓଡ଼ିଶାର ଅନେକ ଜିଲା ଆଦିବାସୀ ବହୁଲ। ଇଠାନେ ଭିନେ ଭିନେ ସମିଆରେ ଅନେକ କିସମର ସାଗ୍‌, ଫଲମୂଲ, କଁଦା ଖାଏବାକେ ମିଲସି। ଯେନ୍‌ଥିର ସୁଆଦ୍‌ ବି ଭିନେ କିସମର। ଏନ୍‌ତା ଖରାଦିନେ ମିଲୁଥିବାର ଗୁଟେ ଶାଗ୍‌ ହେଲା କୁଲେର। ଜାଗା ଜାନି ଲୋକ୍‌ ଇ ଶାଗ୍‌କେ ବରଡ଼ା ଶାଗ୍‌ ବଲି ବି କହେସନ୍‌। ଇ ଶାଗ୍‌ଟା ଖାଲି ଖରାଦିନେ ମିଲ୍‌ସି। ସେନ୍‌ତା ଇତାର କଢ଼ୋ ବି ଲୋକ୍‌ ତୁନ୍‌ ତରକାରି କରି ଖାଏସନ୍‌। ବଛରକ ଥରେ ଇ ଶାଗ୍‌ ମିଲୁଥିବାର ଲାଗି ଇତାର ଚାହିଦା ବି କାହିଁରେ କେତେ। ହେଲେ ଇ ଶାଗ୍‌ର ମିଠା ଯେ ଥରେ ପାଇଛେ ସେ ଯେତେ ଟଁକା ହେଲେ ବି ପଛ୍‌ଘୁଁଚା ନାଇଁଦିଏ। କୁଲେର ଗଛ୍‌ ଗଁାଗଁଲିରେ କଁା ଭଁା ଲୁକ୍‌କର ବାରିରେ ଥିଲେ ବି ବଡ଼ଭାରି ଝାର ଜଂଗଲରେ ଦେଖ୍‌ବାକେ ମିଲସି। ଇ ଗଛ୍‌ଟା ଉନିଆ ଶାଗ୍‌ ମିତାନ୍‌ ଛୋଟ ଗଛ୍‌ ନୁହେ, ଗଛଟା ବନେ ବଡ଼ ହେସି। ଲୋକ୍‌ ଗଛ୍‌କେ ଚଢ଼ି ଶାଗ୍‌ ତୁଲସନ୍‌। ଖରାଦିନ୍‌ ଆଏଲେ ଗଛର ପୁରନା ପତର ଝଡ଼ି ନୂଅଁାପତର କଁଲିସି। ଇ ନୂଅଁା କଁଲି ପତରକେ କୁଲେର ଶାଗ୍‌ ବଲି କହେସନ୍‌। ପଶ୍ଚିମ ଓଡ଼ିଶାବାସୀକର ଇଟା ହେଉଛେ ଗୁଟେ ମନ୍‌ପସନର ଶାଗ୍‌। ଜଂଗଲ ପାସର ଗଁାଗଁଲିର ଲୋକ୍‌ ଇ ଶାଗ୍‌ ଆନି ବଜାରରେ ବିକାଭଂଗା କରସନ୍‌। ପଦ୍ମପୁର ଅଂଚଲର ଗନ୍ଧମାର୍ଦ୍ଧନ, ବୁଢ଼ା ଡଂଗର ଆଦି ପାହାଡ଼ି ଇଲାକାରୁ ଲୋକ୍‌ ଇ ଶାଗ୍‌ ଆନି ପାସର ଆସର ବଜାରମାନକେ ବିକ୍‌ରି କରସନ୍‌। ପଦ୍ମପୁର ଅଂଚଲରେ ଏହେଦ୍‌କା ଇ ଶାଗ୍‌ କେ.ଜି. ପିଛା ୧୨୦ ଟଁକା ଭାଉରେ ବିକ୍‌ରି ହେଉଛେ। ଇ ବାବ୍‌ଦେ ଝନେ ଥାନୀୟ ବାସିନ୍‌ଦା ଦେବରାଜ ମଲ୍ଲିକକୁଁ ପଚରାଲାରୁ ଯେ ଥରେ ଇ ଶାଗର ମିଠା ପାଇଛେ ସେ କେଭେ ପାସରି ନାଇଁପାରେ ବଲି କହିଥିଲେ। ଏହେଦେ ଦିନୁ ଦିନ୍‌କେ ଜଂଗଲ ସଫା ହେଇଗଲା ବେଲେ ଇ କୁଲେର ଗଛ୍‌ ସଂଖ୍ୟା ବି କମ୍‌ତେଲ ଯାଉଛେ। ଯେନ୍‌ଥିରଲାଗି ଇ ଶାଗ୍‌ର ଦାମ୍‌ ବି ଫିବଛର ବଢ଼ତେଲ ଯାଉଛେ। ଆଘ ଯେନ୍‌ତା ଜଂଗଲେ ଯାହାକୁ ଯେତେ କୁଲେର ଗଛ୍‌ ଦେଖ୍‌ବାକେ ମିଲୁଥିଲା ଏହେଦେ ଭାଉଁରେ କିଁଦିରଲେ ଗୁଟେ କି ଜୁଡ଼େ ଗଛ୍‌ ଦେଖ୍‌ବାକେ ମିଲୁଛେ। ଜଂଗଲରେ ଇ ଗଛ୍‌ର ବଢ଼ତି ଲାଗି ସଭେ ଚେଷ୍‌ଟା କରବାର କଥା ବଲି ଆମ୍ବବାହାଲ ଗଁାର ରୂପଧର ନେଗୀ କହିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ହନୁମାନ ଜୟନ୍ତୀ ପାଇଁ ସମ୍ବଲପୁରରେ ସୁରକ୍ଷା କଡ଼ାକଡ଼ି: ଡଗ ସ୍କ୍ବାଡ ସହ ବୁଲୁଛି ପୋଲିସ

ସମ୍ବଲପୁର,୧୦।୪(ପ୍ରମୋଦ ବହିଦାର): ସମ୍ବଲପୁରରେ ଅନୁଷ୍ଠିତ ହେବାକୁ ଥିବା ହନୁମାନ ଜୟନ୍ତୀ ସହ ବାଇକ ରାଲି ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସହରର ଶାନ୍ତିଶୃଙ୍ଖଳା…

ପରିବେଶ ନିୟମ ଉଲ୍ଲଂଘନ, ସିପିସିବି ନିର୍ଦ୍ଦେଶରେ ରେଙ୍ଗାଲି ଶ୍ୟାମ ମେଟାଲିକ୍ସ ସିଲ୍

ସମ୍ବଲପୁର/ରେଙ୍ଗାଲି,୬୲୪(ପ୍ରମୋଦ ବହିଦାର/ଦେବବ୍ରତ ପଣ୍ଡା): ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକ ପାଣ୍ଡଲୋଇ ସ୍ଥିତ ଶ୍ୟାମ ମେଟାଲିକ୍ସ ଏଣ୍ଡ ଏନର୍ଜି ଲିମିଟେଡ ବିରୋଧରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)…

ସମ୍ବଲପୁରର ଗୌରବକୁ ଲୋକଲୋଚନକୁ ଆଣିବା ପାଇଁ ପ୍ରୟାସ

ସମ୍ବଲପୁର,୫।୪(ପ୍ରମୋଦ ବହିଦାର): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଚାଲିଥିବା ‘ଓଡ଼ିଆ ପକ୍ଷ’ ପାଳନ ଅବସରରେ ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଏକ…

ଅବକାରୀ ବିଭାଗରେ ମହାଘୋଟାଲା: ଏତିକି କୋଟି ଟଙ୍କା ଚଳୁ କରି ୨ ଗିରଫ

ସମ୍ବଲପୁର,୩ା୪(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଅବକାରୀ ବିଭାଗରେ ଏକ ବଡ଼ ଧରଣର ଆର୍ଥିକ ଅନିୟମିତତା ଘଟଣା ସାମ୍ନାକୁ ଆସିଛି। ଜାଲିଆତି କରି ବିଭାଗରୁ ପ୍ରାୟ ୩.୬୭ କୋଟି…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…

ଦ୍ରୁତଗାମୀ ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ଅଟୋ, ଚାଲିଗଲା ମହିଳାଙ୍କ ଜୀବନ

ସମ୍ବଲପୁର,୩୦ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର ଫୁଲଝରଣ ନିକଟରେ ସୋମବାର ସକାଳୁ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଯାଇଛି।…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri