ଉପେନ୍ଦ୍ରନାଥ କଲେଜରେ ଗଣ୍ଡଗୋଳ, ୬ ଛାତ୍ର ଗୁରୁତର ୨ ଅଣଛାତ୍ର ଅଟକ

ସୋର, ୧୯ା୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ସୋର ଉପେନ୍ଦ୍ରନାଥ କଲେଜ କ୍ୟାମ୍ପସ ବାହାରେ ଦୁଇ ଅଣଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳକୁ କେନ୍ଦ୍ର କରି କ୍ୟାମ୍ପସ ମଧ୍ୟରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଏଥିରେ ୬ ଜଣ ଛାତ୍ର ଗୁରୁତର ହୋଇଛନ୍ତି। ସୋର ପୋଲିସ କଲେଜ ପରିସରରେ ପହଞ୍ଚି ଆହତ ଛାତ୍ରଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଇଥିଲା। ଏହି ଗଣ୍ଡଗୋଳ ପରେ କଲେଜରେ କ୍ଲାସ ତୁରନ୍ତ ବାତିଲ କରାଯାଇଥିଲା। ଗଣ୍ଡଗୋଳ ଆଶଙ୍କା ଥିବାରୁ କ୍ୟାମ୍ପସରେ ପୋଲିସ ମୁତୟନ ହୋଇଛନ୍ତି। ଗଣ୍ଡଗୋଳକାରୀ ୨ ଅଣଛାତ୍ରଙ୍କୁ ଅଟକ ରଖାଯାଇ ପଚରାଉଚୁରା କରାଯାଉଛି।
ସୋମବାର ପୂର୍ବାହ୍ନରେ କଲେଜ ଗେଟ୍‌ ନିକଟରେ ଦୁଇ ରାଜନୈତିକ ଦଳର ଅଣଛାତ୍ର ଜୟନ୍ତ କୁମାର ଧଡା ଓ ମନୀଷ କୁମାର ଗୁପ୍ତାଙ୍କ ମଧ୍ୟରେ ବାକ୍‌ବିତଣ୍ଡାରୁ ମାରପିଟ୍‌ ହୋଇଥିଲା। ଏହାର ପ୍ରଭାବରେ କଲେଜ ପରିସରରେ ଥିବା ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ କଲେଜ କ୍ୟାଣ୍ଟିନ୍‌ ଓ ବୟଜ୍‌ କମନରୁମ୍‌ରେ ଗଣ୍ଡଗୋଳ ମାରପିଟ୍‌ ହୋଇଥିଲା। ଏଥିରେ ଯୁକ୍ତ ୩ କଳା ଶେଷ ବର୍ଷର ଛାତ୍ର ଭବାନୀ ଶଙ୍କର ପରିଡା, ଯୁକ୍ତ ୩ କଳା ୧ମ ବର୍ଷର ଛାତ୍ର ସୌରଭ କୁମାର ବେହେରା, ଯୁକ୍ତ ୩ କଳା ୧ମ ବର୍ଷର ଛାତ୍ର ଚନ୍ଦନ କୁମାର ଦାସ ଓ ଶରତ କୁମାର ମଲ୍ଲିକ, ଯୁକ୍ତ ୩ କଳା ୨ୟ ବର୍ଷର ଛାତ୍ର ନଗେନ୍‌ କୁମାର ସାହୁ ଓ ଯୁକ୍ତ ୩ ବିଜ୍ଞାନ ୩ୟ ବର୍ଷ ଛାତ୍ର ଜ୍ୟୋତି ରଞ୍ଜନ ପଣ୍ଡା ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଗୁରୁତର ଥିବା ୩ ଜଣ ଛାତ୍ର ଜୀବନବିକଳରେ ରକ୍ତାକ୍ତ ଅବସ୍ଥାରେ ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ପଶିଯାଇଥିଲେ। ସେଠାରେ ଅଧ୍ୟକ୍ଷଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ପୁଣି ମାରପିଟ୍‌ ହୋଇଥିଲା। ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ଏ ସମ୍ପର୍କରେ କଲେଜ ଅଧ୍ୟକ୍ଷ ଡ. ଶ୍ରୀକାନ୍ତ ସାମଲଙ୍କୁ ପଚାରିବାରୁ କହିଛନ୍ତି, ଏହି ଘଟଣା ପରେ ଷ୍ଟାଫ୍‌ କାଉନ୍‌ସିଲ ବୈଠକ ଡକାଯାଇଥିଲା। ତାହାର ନିଷ୍ପତ୍ତି ଅନୁଯାୟୀ କଲେଜ ପରିସରରେ ଶୈଖିକ ବାତାବରଣ ବଜାୟ ରଖିବାକୁ କଲେଜ ପକ୍ଷରୁ ସୋର ଥାନା ସହ ଜିଲାପାଳ ଓ ଏସ୍‌ପିଙ୍କୁ ଲିଖିତ ଭାବେ ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri