Posted inଫୁରସତ

ଉପହାର କାଟିଲା ସମ୍ପର୍କ

ବାହାଘରରେ ଅତିଥି ତଥା ସମ୍ପର୍କୀୟମାନଙ୍କୁ ନିମନ୍ତ୍ରଣ କରାଯାଏ ସମ୍ପର୍କକୁ ଆଗକୁ ବଢ଼େଇବା ପାଇଁ। ସେମାନେ ବି ଖାଲି ହାତରେ ଆସି ନ ଥାନ୍ତି। କିଛି ନା କିଛି ଉପହାର ଆଣି ଆସନ୍ତି। ଆଉ ତାହାକୁ ଦେଇ ସେମାନେ ବରକନ୍ୟାଙ୍କ ଆଗାମୀ ଭବିଷ୍ୟତର ଶୁଭକାମନା କରିଥାନ୍ତି। ତେବେ ବେଳେବେଳେ ଏହି ଉପହାର ହିଁ ସମ୍ପର୍କକୁ ସବୁଦିନ ପାଇଁ ଶେଷ କରିଦେବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ଏଇ ଘଟଣାଟିକୁ ତାହାର ଏକ ନଜିର ଭାବରେ ନିଆଯାଇପାରେ। ‘ସନ୍‌’ ଖବରକାଗଜର ତଥ୍ୟ ଅନୁଯାୟୀ ଗୋଟିଏ ବାହାଘରକୁ ଆସି ନ ପାରି ବରର ମାମୁ ଓ ମାଈଁ ଉପହାର ପଠେଇ ଦେଇଥିଲେ। ବାହାଘର ପରେ ଉପହାର ଖୋଲାଯିବାରୁ ସେଥିରେ ୧୬୦ ପାଉଣ୍ଡର ଏକ ଚେକ୍‌ ଥିବା ଦେଖିବାକୁ ମିଳିଥିଲା। ଉପହାର ବାବଦକୁ ଏହା କିଛି କମ୍‌ ପରିମାଣ ନ ଥିଲା। ଚେକ୍‌ଟିକୁ ସେମାନେ ବ୍ୟାଙ୍କରେ ଡିପୋଜିଟ୍‌ କରିଦେଲେ ଓ ତାହାର ଅର୍ଥ ମଧ୍ୟ ସେମାନଙ୍କ ବ୍ୟାଙ୍କ ଖାତାକୁ ଆସିଗଲା। ତେବେ ଏଇଠି ଆରମ୍ଭ ହେଲା ସମସ୍ୟା। ଚେକ୍‌ଟି ଏନ୍‌କ୍ୟାଶ୍‌ ହୋଇ ବ୍ୟାଙ୍କ ଖାତାରେ ଜମା ହେବା ପରେ ମାମୁଙ୍କଠାରୁ ଏକ ପତ୍ର ଆସିଲା। ସେ ସେଥିରେ ଲେଖିଥିଲେ ଯେ, ସେ ଉପହାର ବାବଦକୁ ୧୬ ପାଉଣ୍ଡ ଦେବା କଥା। ମାତ୍ର ଭୁଲବଶତଃ ଗୋଟିଏ ଶୂନ (0) ଲେଖି ହୋଇଯାଇଛି। ତେଣୁ ସେମାନେ ୧୬ ପାଉଣ୍ଡର ଅର୍ଥ ରଖି ବଳକା ଅର୍ଥ ତାଙ୍କୁ ଫେରସ୍ତ କରିଦେବା ଉଚିତ। ଏହି ପତ୍ରଟି ପାଇବା ମାତ୍ରେ ବରପାତ୍ରଙ୍କ ମୁଣ୍ଡ ଲାଜରେ ନଇଁଗଲା। କାରଣ ତାଙ୍କର ମାମୁ ହିଁ ତାଙ୍କ ନବ ବିବାହିତା ସ୍ତ୍ରୀଙ୍କୁ ଉପହାର ଦେଇ ପୁଣି ଏଭଳି ଏକ ପତ୍ର ଲେଖିଛନ୍ତି। ବର ମା’ଙ୍କ ମୁହଁରେ ଆଉକିଛି କଥା ନ ଥିଲା। କାରଣ ତାଙ୍କ ଭାଇ ଯେ ଏଭଳି ଏକ ଛୋଟ କାଣ୍ଡ ଘଟେଇବ ସେ ଚିନ୍ତା ମଧ୍ୟ କରିପାରୁ ନଥିଲେ। ସମସ୍ତେ ନିଷ୍ପତ୍ତି ନେଲେ ଯେ, ମାମୁ ଦେଇଥିବା ସବୁତକ ଉପହାର ଅର୍ଥ ତାଙ୍କୁ ଫେରସ୍ତ କରିଦିଆଯିବ ଆଉ ସବୁଦିନ ଲାଗି ତାଙ୍କ ଘର ସହିତ ସମ୍ପର୍କ କାଟି ଦିଆଯିବ। ପରିଶେଷରେ ତାହା ହିଁ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସକାଳର ପ୍ରଥମ କିରଣ ଛୁଇଁଥିଲା ଶ୍ରୀସୂର୍ଯ୍ୟଙ୍କ ବିଗ୍ରହଙ୍କୁ…

କୋଶୋଦାସର ଶ୍ରୀପଦ୍ମକେଶର ମନ୍ଦିର ଆକ୍ରମଣର ସବିଶେଷ ଇତିହାସ ଆଲୋଚନା ଆଢ଼ୁଆଳରେ ଅଛି। ଆମେ କେବଳ ଗତ ସଂଖ୍ୟାରେ ସୂଚନା ଦେଇଥିଲୁ। ଅନୁସନ୍ଧାନ ଆମର ନୀରବ ହୋଇନାହିଁ। ଶ୍ରୀପଦ୍ମକେଶର…

ସାପ ଲାଞ୍ଜକୁ ଧରି ଦଉଡ଼ି ପରି ଘୂରାଉଥିଲେ ଯୁବକ, ହଠାତ୍‌ ଘଟିଲା ଏମିତି…

ସାପର ନାଁ ଶୁଣିଲେ ସମସ୍ତଙ୍କୁ ଡର ଲାଗେ। ଏହାର ନାଁ ଶୁଣିଲେ ସବୁଠାରୁ ସାହସୀ ମଣିଷ ମଧ୍ୟ ଭୟରେ ଥରି ଉଠେ। ଯଦି ଜଣେ ଯୁବକ ସେହି…

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri