ଉପକୂଳ ସୁରକ୍ଷାକୁ ଅଣଦେଖା

ଭୁବନେଶ୍ୱର,୨୭ା୯(ବ୍ୟୁରୋ) : ଭୁବନେଶ୍ୱର ସମେତ ଦେଶର ୩୦ଟି ପ୍ରମୁଖ ସହର ଆତଙ୍କବାଦୀମାନଙ୍କ ଟାର୍ଗେଟ ଥିବା କେନ୍ଦ୍ର ଗୋଇନ୍ଦା ସଂସ୍ଥା ବୁଧବାର ସୂଚନା ଦେବା ପରେ ବିଭିନ୍ନ ସ୍ଥାନରେ ହାଇ ଆଲର୍ଟ ଜାରି ହୋଇଛି। ଭୁବନେଶ୍ୱରକୁ ଟାର୍ଗେଟରେ ଥିବା ନେଇ କୌଣସି ସୂଚନା ନ ଥିବା ରାଜ୍ୟ ପୋଲିସ ପକ୍ଷରୁ କୁହାଯାଉଛି। ଅପରପକ୍ଷରେ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲାରେ ପୋଲିସର ଯେଭଳି ସୁରକ୍ଷା ବ୍ୟବସ୍ଥା ରହିଛି ତାହା କୌଣସି ପ୍ରକାର ଆକ୍ରମଣକୁ ସମ୍ମୁଖୀନ ହେବାରେ ସଫଳ ହୋଇ ନ ପାରେ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି। ଆତଙ୍କବାଦୀ ଟାର୍ଗେଟ ନେଇ ଗୋଇନ୍ଦା ସୂଚନା ପାଇବା ପରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପରିବର୍ତ୍ତେ ପୋଲିସ ଏବେ ମୋ ସରକାର କାର୍ଯ୍ୟକ୍ରମରେ ଲୋକଙ୍କୁ ସଚେତନତା କରିବାରେ ବ୍ୟସ୍ତ ରହୁଛି। ଏକଥା ଖୋଦ୍‌ ଉପକୂଳବର୍ତ୍ତୀ ଅଞ୍ଚଳର ଏକ ଥାନାର ମୁଖିଆ କହିଛନ୍ତି। ଆମ ରାଜ୍ୟର ସୁଦୀର୍ଘ ୪୮୫କିମି ଲମ୍ବର ଉପକୂଳର ସୁରକ୍ଷାକୁ ନେଇ ବିଭିନ୍ନ ସମୟରେ ଅନେକ ପ୍ରଶ୍ନ ଉଠିଛି। ରାଜ୍ୟର ସାମୁଦ୍ରିକ ସୀମା କେତେମାତ୍ରାରେ ସୁରକ୍ଷିତ ସେ ସମ୍ପର୍କରେ ଗତ କିଛିଦିନ ତଳେ ଧରିତ୍ରୀରେ ଏକ ସବିଶେଷ ତଥ୍ୟ ପ୍ରକାଶ ପାଇଥିଲା। ରାଜ୍ୟର ୭ ଉପକୂଳବର୍ତ୍ତୀ ଜିଲାରେ ୧୮ଟି ସାମୁଦ୍ରିକ ଥାନାରେ ଆବଶ୍ୟକ ଭିତ୍ତିଭୂମି ଓ ପ୍ରଶିକ୍ଷିତ କର୍ମଚାରୀଙ୍କ ଅଭାବ ରହିଥିବା ଜାଣିବାକୁ ମିଳିଛି। ଏପରି କି ଆବଶ୍ୟକ ଅସ୍ତ୍ରଶସ୍ତ୍ର, ସ୍ପିଡ୍‌ ବୋଟ, ଉପକୂଳରେ ଜେଟିର ନିର୍ମାଣର ମଧ୍ୟ ଘୋର ଅଭାବ ରହିଛି। ଯାହାର ଫାଇଦା ଉଠାଇ ଅନେକ ସମୟରେ ଅନୁପ୍ରବେଶ ଓ ଚୋରା କାରବାର ମଧ୍ୟ ଚାଲିଛି। ଏପରି କି ଅନେକ ସମୟରେ ସମୁଦ୍ର ଭିତରେ ସ୍ପିଡ୍‌ ବୋଟ ଓ ଟ୍ରଲରରେ ବାଂଲାଦେଶ ସମେତ ବିଭିନ୍ନ ଦେଶର ମତ୍ସ୍ୟଜୀବୀମାନେ ବୁଲୁଛନ୍ତି। ମାଛ ଧରିବାକୁ ସମୁଦ୍ର ଭିତରକୁ ମାସମାସ ଧରି ଓଡ଼ିଆ ମତ୍ସ୍ୟଜୀବୀ ଯିବା ସମୟରେ ସେମାନଙ୍କର ଅନ୍ୟ ଦେଶର ମତ୍ସ୍ୟଜୀବୀଙ୍କ ସହ ଭେଟ ହେଉଛି। ଢିଲା ସୁରକ୍ଷା ବ୍ୟବସ୍ଥା ସହ କଟକଣା ରହୁ ନ ଥିବାରୁ ସାମୁଦ୍ରିକ ପଥରେ ବାଂଲାଦେଶରୁ ବ୍ରାଉନ୍‌ସୁଗାର ଚୋରା କାରବାର ହେଉଛି। ନିକଟରେ ଅନ୍ତରାଷ୍ଟ୍ରୀୟ ଡ୍ରଗ୍ସ ଡିଲର ସେକ୍‌ ରାଜା ଗିରଫ ହେବା ପରେ ଏହି ଘଟଣା ସ୍ପଷ୍ଟ ହୋଇଛି। ଏଭଳି ସ୍ଥିତିରେ ଉପକୂଳବର୍ତ୍ତୀ ଅଞ୍ଚଳରେ କୌଣସି ପ୍ରକାର ସମ୍ଭାବ୍ୟ ଆକ୍ରମଣକୁ ଅଣଦେଖା ନ କରି ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ପଡ଼ିବ। ଆବଶ୍ୟକ ଭିତ୍ତିଭୂମି ସହ ପର୍ଯ୍ୟାପ୍ତ ପରିମାଣର ପୋଲିସ କର୍ମଚାରୀ ନିୟୋଜିତ କରିବା ସହ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ପଡ଼ିବ ବୋଲି ପୂର୍ବତନ ପୋଲିସ ମହାନିର୍ଦ୍ଦେଶ ବି. ବି. ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri