Posted inରାଜ୍ୟ

ଉନ୍ମୋଚିତ ହେଲା ଜୀବନୀ ପୁସ୍ତକ ‘ନନ୍ଦିନୀ ଶତପଥୀ: ଦ ଆଇରନ ଲେଡି ଅଫ୍‌ ଓଡ଼ିଶା’

ଭୁବନେଶ୍ୱର,୧୧।୫(ଶର୍ମିଷ୍ଠା ପାଣିଗ୍ରାହୀ): ନନ୍ଦିନୀ ଶତପଥୀ ଯାହା ସବୁ କରିଯାଇଛନ୍ତି ସେ ତୁଳନାରେ ତାଙ୍କୁ କିଛି ମିଳିନି। ତାଙ୍କ ସମ୍ପର୍କରେ ଅଧିକ ତଥ୍ୟ ନାହିଁ, ପାଠ୍ୟପୁସ୍ତକରେ ମଧ୍ୟ ତାଙ୍କ ନାମ ନାହିଁ। ବର୍ତ୍ତମାନର ପିଢ଼ୀ ତାଙ୍କୁ ପଢ଼ିଲେ, ତାଙ୍କ ସମ୍ପର୍କରେ କଥା ହେଲେ, ତାଙ୍କୁ ଜାଣିଲେ ହିଁ ତାଙ୍କ ତ୍ୟାଗକୁ ଉପଯୁକ୍ତ ସମ୍ମାନ ମିଳିବ। ସେ ଜଣେ ଭୁଲିଯିବା ଭଳି ବ୍ୟକ୍ତିତ୍ୱ ନୁହନ୍ତି। କେବଳ ଆଜିର ପିଢ଼ୀ ନୁହନ୍ତି ସବୁବେଳେ ପାଇଁ ସେ ମନେ ରହିବା ଉଚିତ୍‌। ନନ୍ଦିନୀ କେବଳ ସ୍ମରଣୀୟ ନୁହନ୍ତି ସମ୍ମାନସ୍ପଦ ମଧ୍ୟ। ତାଙ୍କୁ ଜାଣିବା ଆଜିର ପିଢ଼ୀର ଉତ୍ତରଦାୟିତ୍ୱ ବୋଲି ଲେଖିକା ପଲ୍ଲବୀ ରେବପ୍ରଗଡ଼ା କହିଛନ୍ତି।

ଶନିବାର ବକୁଳ ଫାଉଣ୍ଡେଶନ ପକ୍ଷରୁ ପଲ୍ଲବୀଙ୍କ ଦ୍ୱାରା ଲିଖିତ ନନ୍ଦିନୀଙ୍କ ଆତ୍ମଜୀବନୀ ‘ନନ୍ଦିନୀ ଶତପଥୀ: ଦ ଆଇରନ ଲେଡି ଅଫ୍‌ ଓଡ଼ିଶା’ ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ ଲେଖିକା ପଲ୍ଲବୀ ଦେବପ୍ରଗଡ଼ା, ଧରିତ୍‌ୀ ଏବଂ ଓଡ଼ିଶା ପୋଷ୍ଚର ସମ୍ପାଦକ ତଥାଗତ ସତପଥି, ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ଶତପଥୀ, ସାମ୍ବାଦିକ ତଥା ଲେଖକ ରୁବେନ ବାନାର୍ଜୀ, ଭାଷାବିତ୍‌ ଦେବୀପ୍ରସନ୍ନ ପଟ୍ଟନାୟକ, ଫାଉଣ୍ଡେଶନର ପ୍ରତିଷ୍ଠାତା ସୁଜିତ ମହାପାତ୍ର ଉପସ୍ଥିତ ରହି ପୁସ୍ତକ ଉନ୍ମୋଚନ କରିଥିଲେ। ଏହା ପରେ ସୁଜିତ ମହାପାତ୍ର ଓ ଲେଖିବା ପଲ୍ଲବୀଙ୍କ ମଧ୍ୟରେ ପୁସ୍ତକ ସମୀକ୍ଷା ଭିତ୍ତିକ ଏକ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା।

ଆଲୋଚନାରେ ପଲ୍ଲବୀ କହିଥିଲେ, ଯେବେ ନନ୍ଦିନୀଙ୍କୁ ପ୍ରଥମେ ଜାଣଇବାର ଅବସର ମିଳିଥିଲା ତାଙ୍କୁ ନିର୍ଦ୍ଧାରିତ ଶବ୍ଦ ମଧ୍ୟରେ ତାଙ୍କ ଜୀନବୀ ବର୍ଣ୍ଣନା କରିବାକୁ କୁହାଯାଇଥିଲା। ଏକାଧାରରେ ଜଣେ ସୁଦକ୍ଷ ରାଜନେତ୍ରୀ, କଳାପ୍ରେମୀ, ସଙ୍ଗଠିକା ଭାବେ ପରିଚୟ ସୃଷ୍ଟି କରିପାରିଥିବା ନନ୍ଦିନୀଙ୍କୁ ସେ ମାତ୍ର କେତୋଟି ଶବ୍ଦରେ ସୀମିତ ରଖିବାକୁ ଚାହିଁ ନଥିଲେ। ଏହା ପରେ ସେ ନନ୍ଦିନୀଙ୍କ ଉପରେ ଗବେଷଣା କରିଥିଲେ ଓ ଲେଖିବା ଆରମ୍ଭ କରିଥିଲେ। ଏତେ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ହୋଇ ମଧ୍ୟ ତାଙ୍କ ବିଷୟରେ ବହୁତ କମ ତଥ୍ୟ ସହ ଲେଖା ମଧ୍ୟ କମ ପ୍ରକାଶ ପାଇଥିଲା।

ପାଖାପାଖି ୫ବର୍ଷ ଲାଗିଗଲା ପୁସ୍ତକଟି ଲେଖିବାକୁ। ନନ୍ଦିନୀ ଆମ ଦେଶର ଝିଅ ହୋଇଥିଲେ ମଧ୍ୟ ତାଙ୍କ ସମ୍ପର୍କରେ ଅଧିକ ଲେଖା ବିଦେଶ ପତ୍ରିକାରେ ଅଧିକ ପ୍ରକାଶ ପାଇଛି। ରାଜନୀତିରେ ଥିବା ବେଳେ ତାଙ୍କୁ ଅନେକ ଆହ୍ବାନର ସମ୍ମୁଖୀନ ହେବାକୁ ପଡ଼ିଥିଲା। ମାତ୍ର ସେ ସବୁ ପରିସ୍ଥିତିକୁ ବେଶ୍‌ ସାଧାରଣ ଭାବେ ସାମ୍ନା କରୁଥିଲେ। ସେହିପରି ଲାଠି ଚାର୍ଜ ସମୟରେ ନନ୍ଦିନୀ ତାଙ୍କର ପ୍ରଥମ ସନ୍ତାନକୁ ଗର୍ଭରେ ଧରି ରାଜନୀତିରେ ସକ୍ରିୟ ଥିଲେ। ତେଣୁ ତାଙ୍କ ବିଷୟରେ ଯେବେ ମୁଁ ଲେଖିବା ଆରମ୍ଭ କଲି ମୁଁ ମଧ୍ୟ ପ୍ରେଗନାଣ୍ଟ ଥିଲି। ସେତେବେଳେ ମନରେ ଗୋଟିଏ କଥା ଆସୁଥିଲା ଯଦି ସେ କରିପାରୁ ଥିଲେ ମୁଁ କାହିଁକି ନୁହେଁ। ଏଭଳି ପ୍ରେରଣା ସେ ନନ୍ଦିନୀଙ୍କଠାରୁ ପାଇଥିବା ସେ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ଯୋଗଦେଇ ବିଶିଷ୍ଟ ଲେଖକ, ଗବେଷକ, ଛାତ୍ରୀଛାତ୍ର ଭାବବିନିମୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri