Posted inରାଜ୍ୟ

ଉନ୍ମୋଚିତ ହେଲା ଜୀବନୀ ପୁସ୍ତକ ‘ନନ୍ଦିନୀ ଶତପଥୀ: ଦ ଆଇରନ ଲେଡି ଅଫ୍‌ ଓଡ଼ିଶା’

ଭୁବନେଶ୍ୱର,୧୧।୫(ଶର୍ମିଷ୍ଠା ପାଣିଗ୍ରାହୀ): ନନ୍ଦିନୀ ଶତପଥୀ ଯାହା ସବୁ କରିଯାଇଛନ୍ତି ସେ ତୁଳନାରେ ତାଙ୍କୁ କିଛି ମିଳିନି। ତାଙ୍କ ସମ୍ପର୍କରେ ଅଧିକ ତଥ୍ୟ ନାହିଁ, ପାଠ୍ୟପୁସ୍ତକରେ ମଧ୍ୟ ତାଙ୍କ ନାମ ନାହିଁ। ବର୍ତ୍ତମାନର ପିଢ଼ୀ ତାଙ୍କୁ ପଢ଼ିଲେ, ତାଙ୍କ ସମ୍ପର୍କରେ କଥା ହେଲେ, ତାଙ୍କୁ ଜାଣିଲେ ହିଁ ତାଙ୍କ ତ୍ୟାଗକୁ ଉପଯୁକ୍ତ ସମ୍ମାନ ମିଳିବ। ସେ ଜଣେ ଭୁଲିଯିବା ଭଳି ବ୍ୟକ୍ତିତ୍ୱ ନୁହନ୍ତି। କେବଳ ଆଜିର ପିଢ଼ୀ ନୁହନ୍ତି ସବୁବେଳେ ପାଇଁ ସେ ମନେ ରହିବା ଉଚିତ୍‌। ନନ୍ଦିନୀ କେବଳ ସ୍ମରଣୀୟ ନୁହନ୍ତି ସମ୍ମାନସ୍ପଦ ମଧ୍ୟ। ତାଙ୍କୁ ଜାଣିବା ଆଜିର ପିଢ଼ୀର ଉତ୍ତରଦାୟିତ୍ୱ ବୋଲି ଲେଖିକା ପଲ୍ଲବୀ ରେବପ୍ରଗଡ଼ା କହିଛନ୍ତି।

ଶନିବାର ବକୁଳ ଫାଉଣ୍ଡେଶନ ପକ୍ଷରୁ ପଲ୍ଲବୀଙ୍କ ଦ୍ୱାରା ଲିଖିତ ନନ୍ଦିନୀଙ୍କ ଆତ୍ମଜୀବନୀ ‘ନନ୍ଦିନୀ ଶତପଥୀ: ଦ ଆଇରନ ଲେଡି ଅଫ୍‌ ଓଡ଼ିଶା’ ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ ଲେଖିକା ପଲ୍ଲବୀ ଦେବପ୍ରଗଡ଼ା, ଧରିତ୍‌ୀ ଏବଂ ଓଡ଼ିଶା ପୋଷ୍ଚର ସମ୍ପାଦକ ତଥାଗତ ସତପଥି, ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ଶତପଥୀ, ସାମ୍ବାଦିକ ତଥା ଲେଖକ ରୁବେନ ବାନାର୍ଜୀ, ଭାଷାବିତ୍‌ ଦେବୀପ୍ରସନ୍ନ ପଟ୍ଟନାୟକ, ଫାଉଣ୍ଡେଶନର ପ୍ରତିଷ୍ଠାତା ସୁଜିତ ମହାପାତ୍ର ଉପସ୍ଥିତ ରହି ପୁସ୍ତକ ଉନ୍ମୋଚନ କରିଥିଲେ। ଏହା ପରେ ସୁଜିତ ମହାପାତ୍ର ଓ ଲେଖିବା ପଲ୍ଲବୀଙ୍କ ମଧ୍ୟରେ ପୁସ୍ତକ ସମୀକ୍ଷା ଭିତ୍ତିକ ଏକ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା।

ଆଲୋଚନାରେ ପଲ୍ଲବୀ କହିଥିଲେ, ଯେବେ ନନ୍ଦିନୀଙ୍କୁ ପ୍ରଥମେ ଜାଣଇବାର ଅବସର ମିଳିଥିଲା ତାଙ୍କୁ ନିର୍ଦ୍ଧାରିତ ଶବ୍ଦ ମଧ୍ୟରେ ତାଙ୍କ ଜୀନବୀ ବର୍ଣ୍ଣନା କରିବାକୁ କୁହାଯାଇଥିଲା। ଏକାଧାରରେ ଜଣେ ସୁଦକ୍ଷ ରାଜନେତ୍ରୀ, କଳାପ୍ରେମୀ, ସଙ୍ଗଠିକା ଭାବେ ପରିଚୟ ସୃଷ୍ଟି କରିପାରିଥିବା ନନ୍ଦିନୀଙ୍କୁ ସେ ମାତ୍ର କେତୋଟି ଶବ୍ଦରେ ସୀମିତ ରଖିବାକୁ ଚାହିଁ ନଥିଲେ। ଏହା ପରେ ସେ ନନ୍ଦିନୀଙ୍କ ଉପରେ ଗବେଷଣା କରିଥିଲେ ଓ ଲେଖିବା ଆରମ୍ଭ କରିଥିଲେ। ଏତେ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ହୋଇ ମଧ୍ୟ ତାଙ୍କ ବିଷୟରେ ବହୁତ କମ ତଥ୍ୟ ସହ ଲେଖା ମଧ୍ୟ କମ ପ୍ରକାଶ ପାଇଥିଲା।

ପାଖାପାଖି ୫ବର୍ଷ ଲାଗିଗଲା ପୁସ୍ତକଟି ଲେଖିବାକୁ। ନନ୍ଦିନୀ ଆମ ଦେଶର ଝିଅ ହୋଇଥିଲେ ମଧ୍ୟ ତାଙ୍କ ସମ୍ପର୍କରେ ଅଧିକ ଲେଖା ବିଦେଶ ପତ୍ରିକାରେ ଅଧିକ ପ୍ରକାଶ ପାଇଛି। ରାଜନୀତିରେ ଥିବା ବେଳେ ତାଙ୍କୁ ଅନେକ ଆହ୍ବାନର ସମ୍ମୁଖୀନ ହେବାକୁ ପଡ଼ିଥିଲା। ମାତ୍ର ସେ ସବୁ ପରିସ୍ଥିତିକୁ ବେଶ୍‌ ସାଧାରଣ ଭାବେ ସାମ୍ନା କରୁଥିଲେ। ସେହିପରି ଲାଠି ଚାର୍ଜ ସମୟରେ ନନ୍ଦିନୀ ତାଙ୍କର ପ୍ରଥମ ସନ୍ତାନକୁ ଗର୍ଭରେ ଧରି ରାଜନୀତିରେ ସକ୍ରିୟ ଥିଲେ। ତେଣୁ ତାଙ୍କ ବିଷୟରେ ଯେବେ ମୁଁ ଲେଖିବା ଆରମ୍ଭ କଲି ମୁଁ ମଧ୍ୟ ପ୍ରେଗନାଣ୍ଟ ଥିଲି। ସେତେବେଳେ ମନରେ ଗୋଟିଏ କଥା ଆସୁଥିଲା ଯଦି ସେ କରିପାରୁ ଥିଲେ ମୁଁ କାହିଁକି ନୁହେଁ। ଏଭଳି ପ୍ରେରଣା ସେ ନନ୍ଦିନୀଙ୍କଠାରୁ ପାଇଥିବା ସେ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ଯୋଗଦେଇ ବିଶିଷ୍ଟ ଲେଖକ, ଗବେଷକ, ଛାତ୍ରୀଛାତ୍ର ଭାବବିନିମୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri