ଉଦ୍ୟୋଗପତି ବି.ଏମ୍‌.ଖୈତାନଙ୍କ ପରଲୋକ

କୋଲକାତା,୨-୬: ବିଶିଷ୍ଟ ଉଦ୍ୟୋଗପତି ତଥା ଡ୍ରାଇସେଲ୍‌ ବ୍ୟାଟେରି ନିର୍ମାତା ଏଭରେଡି ଇଣ୍ଡଷ୍ଟ୍ରିଜ ଗ୍ରୁପ୍‌ର ପୂର୍ବତନ ଅଧ୍ୟକ୍ଷ ବ୍ରିଜ ମୋହନ ଖୈତାନଙ୍କ ଶନିବାର ୯୨ ବର୍ଷରେ ପରଲୋକ ହୋଇଯାଇଛି। ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥାଇ ସେ ଶନିବାର ନିଜ ବାସଭବନରେ ଶେଷନିଃଶ୍ୱାସ ତ୍ୟାଗ କରିଥିଲେ। କୋଲକାତା ନିବାସୀ ଖୈତାନ ଚଳିତ ବର୍ଷ ଏପ୍ରିଲ ୨୫ରେ ଓ୍ବିଲିୟାମଶନ୍‌ ମେଗର ଗ୍ରୁପ୍‌ର କମ୍ପାନୀ ଏଭରେଡି ଏବଂ ମ୍ୟାକଲଏଡ ରସେଲର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ତେବେ ଉଭୟ କମ୍ପାନୀ ତାଙ୍କର ଯୋଗଦାନକୁ ଦୃଷ୍ଟିରେ ରଖି ତାଙ୍କୁ ଚେୟାରମ୍ୟାନ ଏମିରେଟସ୍‌ ଭାବେ ନିଯୁକ୍ତ କରିଥିଲା। ଦୀର୍ଘ ୪ ଦଶନ୍ଧି ଧରି ଚା’ ଉଦ୍ୟୋଗରେ ଖୈତାନଙ୍କର ଅଭିଜ୍ଞତା ଥିଲା। ସେ ବିଶ୍ୱନାଥ ଚା’ କମ୍ପାନୀର ଏମ୍‌ଡି ରହିଥିଲେ। ଏହାବ୍ୟତୀତ ସେ ୧୯୭୩ରେ ଇଣ୍ଡିଆନ ଚାମ୍ବର୍ସ ଅଫ୍‌ କମର୍ସର ଅଧ୍ୟକ୍ଷ ମଧ୍ୟ ଥିଲେ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟୁଇଟ୍‌ କରି ଖୈତାନଙ୍କ ପରଲୋକରେ ଶୋକବ୍ୟକ୍ତ କରିଛନ୍ତି। ବଙ୍ଗଳା ବ୍ୟବସାୟୀଙ୍କ ମଧ୍ୟରେ ସେ ବରିଷ୍ଠତମ ଥିଲେ ବୋଲି ଉଲ୍ଲେଖ କରି ମମତା କହିଛନ୍ତି ଯେ, ତାଙ୍କର ମୃତ୍ୟୁରେ ସେ ଅତ୍ୟନ୍ତ ଦୁଃଖୀ।


Enter your email to get our daily news in your inbox.

All Right Reserved By Dharitri.Com

ATM ଟଙ୍କା ଉଠାଇବା ଫେଲ୍‌ ହେଲେ ଦୈନିକ ୧୦୦ ଟଙ୍କା କ୍ଷତିପୂରଣ: RBI ବଦଳାଇଲା ୫ଟି ବଡ଼ ନିୟମ

ମୁମ୍ବାଇ,୨୮।୫: ଯଦି ଆପଣ ବ୍ୟାଙ୍କ ଋଣର ଇଏମଆଇ (EMI) ପରିଶୋଧ କରୁଛନ୍ତି, ଏଟିଏମ (ATM) ବ୍ୟବହାର କରୁଛନ୍ତି କିମ୍ବା ମୋବାଇଲ ବ୍ୟାଙ୍କିଙ୍ଗ ଜରିଆରେ ଅନଲାଇନ କାରବାର କରୁଛନ୍ତି,…

ଜୁନ୍ ୧ରୁ ବଦଳୁଛି Indane, Bharat ଏବଂ HP ଗ୍ୟାସର ୬ଟି ନିୟମ; ସିଧାସଳଖ ଆପଣଙ୍କ ପକେଟ୍ ଉପରେ ପଡ଼ିବ ପ୍ରଭାବ!

ନୂଆଦିଲ୍ଲୀ,୨୮।୫: ଯଦି ଆପଣଙ୍କ ପରିବାର Indane, Bharat ଗ୍ୟାସ, କିମ୍ୱା HP ଗ୍ୟାସର ଏକ LPG ସିଲିଣ୍ଡର ବ୍ୟବହାର କରନ୍ତି, ତେବେ ଆଗାମୀ ମାସଟି ଆପଣଙ୍କ ପାଇଁ…

ହଠାତ୍ କାହିଁକି ବନ୍ଦ ହେଲା LPG ସବସିଡି? ଜାଣନ୍ତୁ ଏହା ପଛର ପ୍ରକୃତ କାରଣ

ନୂଆଦିଲ୍ଲୀ,୨୮।୫: ଭାରତରେ ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ଶ୍ରେଣୀର କୋଟି କୋଟି ପରିବାର ପାଇଁ ଏଲପିଜି ସିଲିଣ୍ଡର (LPG Cylinder) ଉପରେ ମିଳୁଥିବା ସବସିଡି ଏକ ବଡ଼…

ବିନା ପେଟ୍ରୋଲ୍‌ରେ ଚାଲିବ ବାଇକ୍‌! Hero ଆଣୁଛି ଦେଶର ପ୍ରଥମ ଇଥାନଲ୍ ଚାଳିତ ଫ୍ଲେକ୍ସ-ଫ୍ୟୁଏଲ୍ ବାଇକ୍‌; ଜାଣନ୍ତୁ…

ନୂଆଦିଲ୍ଲୀ,୨୮।୫: ଭାରତରେ ପରିବେଶ ଅନୁକୂଳ ତଥା ବିକଳ୍ପ ଜାଳେଣିର ବ୍ୟବହାରକୁ ପ୍ରୋତ୍ସାହନ ଦେବା ଦିଗରେ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛି ଦେଶର ସବୁଠାରୁ ବଡ଼ ଦୁଇଚକିଆ ଯାନ…

JIOର ଟେନ୍‌ସନ୍‌ ବଢ଼ାଇଲା BSNL, ନୂଆ ପ୍ଲାନ୍‌ରେ ୨୮ ଦିନ ପାଇଁ ୨-ଜିବି ଡାଟା ସହ…

ନୂଆଦିଲ୍ଲୀ,୨୮ା୫: ସରକାରୀ ଟେଲିକମ୍‌ କମ୍ପାନୀ BSNL ନୂତନ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଏକ ଅତ୍ୟନ୍ତ ସୁଲଭ ପ୍ରିପେଡ୍‌ ପ୍ଲାନ ପ୍ରଚଳନ କରିଛି। କମ୍ପାନୀ ୫୧ରେ ଏକ…

ମେଟାର ବଡ଼ ଘୋଷଣା: ଏବେ ମାଗଣାରେ ଚାଲିବନି Instagram, WhatsApp, Facebook; ମୋବାଇଲ ଭଳି ହେବ ମାସିକ ରିଚାର୍ଜ!

ନୂଆଦିଲ୍ଲୀ:୨୮।୫: ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଫେସବୁକ, ଇନଷ୍ଟାଗ୍ରାମ ଏବଂ ହ୍‌ବାଟସଆପର ମାଲିକାନା କମ୍ପାନୀ ‘ମେଟା’ (Meta) ଏକ ବଡ଼…

Rule Change 1st June: ଜୁନ ୧ରୁ ବଦଳିଯିବ ୬ଟି ବଡ଼ ନିୟମ ପରିବର୍ତ୍ତନ ହେବ, ଆପଣଙ୍କ ପକେଟକୁ କରିବ ପ୍ରଭାବିତ

ନୂଆଦିଲ୍ଲୀ, ୨୮।୫: ମେ ମାସ ଶେଷ ହେବାକୁ ଯାଉଛି, ଏବଂ ଏହା ସହିତ, ଜୁନ ୧ ରୁ ଅନେକ ବଡ଼ ଆର୍ଥିକ ପରିବର୍ତ୍ତନ କାର୍ଯ୍ୟକାରୀ ହେବାର ଆଶା…

ପେଟ୍ରୋଲ ପମ୍ପରେ ତେଲ ବଳିଥିବାବେଳେ ଯଦି ଦାମ୍ ବଢ଼େ; ତେବେ କାହା ପକେଟ୍‌କୁ ଯାଏ ବର୍ଦ୍ଧିତ ଟଙ୍କା, ମାଲିକ ନା କମ୍ପାନୀ?

ନୂଆଦିଲ୍‌ଲୀ,୨୭।୫: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଉତ୍ତେଜନା ଯୋଗୁଁ ଗତ କିଛି ଦିନ ହେବ ପେଟ୍ରୋଲ ଏବଂ ଡିଜେଲ ଦର ଅନେକ ଥର ବୃଦ୍ଧି ପାଇଛି। ନିକଟରେ ପେଟ୍ରୋଲ ଲିଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri