ଅନୁଗୋଳ ଅଫିସ, ୨୬।୭-ଅନୁଗୋଳ ଜିଲା ବନ୍ତଳା ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ପୋଲିସ ତାଙ୍କ ପ୍ରେମିକଙ୍କ ଘରୁ ଉଦ୍ଧାର କରିଛି। ପରିବାର ଲୋକଙ୍କ ଅଭିଯୋଗ କ୍ରମେ ବନ୍ତଳା ପୋଲିସ ନାବାଳିକାଙ୍କୁ ଉଦ୍ଧାର କରି ଜିଲା ଶିଶୁ ମଙ୍ଗଳ ସମିତିରେ ହାଜର କରିଥିଲା। ହେଲେ ନାବାଳିକା ଜଣକ ଘରକୁ ଫେରିବାକୁ ରାଜି ହୋଇ ନ ଥିଲେ। ପରିବାର ଲୋକେ ତାଙ୍କୁ ନିର୍ଯାତନା ଦେବା ସହ ପ୍ରେମିକଙ୍କୁ ଫସାଇ ଜେଲ୍ ପଠାଇଥିବାରୁ ସେ ଏବେ ପ୍ରେମିକଙ୍କ ଘରେ ରହିବେ ବୋଲି ଜିଦ୍ ଧରିଥିଲେ। ଶେଷରେ ତାଙ୍କୁ ଏକ ବାଳାଶ୍ରମକୁ ପଠାଇ ଦିଆଯାଇଛି।
ନାବାଳିକା ଜଣକ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ବେଳେ ଯୁକ୍ତ ୨ ରେ ପଢ଼ୁଥିବା ତାଙ୍କ ଗଁାର ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଦୀର୍ଘ ଦିନ ହେବ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଥିଲେ ବି ଉଭୟ ପରିବାର ଲୋକେ କିଛି ଜାଣି ନ ଥିଲେ। କିନ୍ତୁ ପ୍ରେମିକା ମାଟ୍ରିକ ପାସ୍ କରିବା ପରେ ଗତ ଏପ୍ରିଲରେ କୌଣସି କାରଣରୁ ସେମାନଙ୍କ ମଧ୍ୟରେ ମନୋମାଳିନ୍ୟ ହୋଇ ଘଟଣା ପଦାକୁ ଆସିଥିଲା। ଏପରି କି ନାବାଳିକା ଜଣକ ପ୍ରେମିକ ତାଙ୍କୁ ହଇରାଣ କରୁଥିବା ଘର ଲୋକଙ୍କ ଆଗରେ ପ୍ରକାଶ କରିଥିଲେ। ଏହାପରେ ନାବାଳିକାଙ୍କ ଭାଇ ସମ୍ପୃକ୍ତ ପ୍ରେମିକଙ୍କୁ ତାଗିଦ୍ କରିଥିଲେ। ପ୍ରେମିକ ଜଣକ ରାଗରେ ମୋବାଇଲରେ ଥିବା ନାବାଳିକାଙ୍କ ଅଶ୍ଲୀଳ ଫଟୋକୁ ତାଙ୍କ ଭାଇଙ୍କ ମୋବାଇଲକୁ ପଠାଇ ଦେଇଥିଲେ। ଏହାପରେ ନାବାଳିକା ପରିବାର ଲୋକମାନେ ଝିଅକୁ ପ୍ରେମିକ ବଳାତ୍କାର କରିଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏ ନେଇ ନଂ. ୮୦/୧୯ରେ ପୋଲିସ ଏକ ମାମଲା ରୁଜୁ କରି ପ୍ରେମିକଙ୍କୁ କୋର୍ଟଚାଲାଣ କରିଥିଲା। କିନ୍ତୁ ୮ ଦିନ ତଳେ ହଠାତ୍ ନାବାଳିକା ନିଜ ଘର ଛାଡ଼ି ପ୍ରେମିକଙ୍କ ଘରକୁ ଚାଲି ଆସିଥିଲେ। ଏ ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ବନ୍ତଳା ପୋଲିସ ତାଙ୍କୁ ଉଦ୍ଧାର କରିଥିଲା। ହେଲେ ଜିଲା ଶିଶୁ ମଙ୍ଗଳ ସମିତିରେ ହାଜର ପରେ ନାବାଳିକା ଜଣକ ନିଜ ପରିବାର ବିରୋଧରେ ଅନେକ ଅଭିଯୋଗ କରିଥିଲେ। ସେ ଏବେ ବି ସମ୍ପର୍କରେ ଥିଲେ ବି ପରିବାର ଲୋକେ ଜାଣିଶୁଣି ପ୍ରେମିକଙ୍କୁ ଫସାଇ ଦେବା ସହ ତାଙ୍କୁ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ କରିଥିଲେ। ତେଣୁ ସେ ନିର୍ଯାତନା ସହି ନ ପାରି ପ୍ରେମିକଙ୍କ ଘରକୁ ଚାଲି ଆସିଥିବା କହିଥିଲେ। ସେ ଆଉ ଘରକୁ ଫେରିବାକୁ ଚାହୁଁନାହାନ୍ତି ବୋଲି ଶୁଣାଇଦେବା ପରେ ପରିବାର ଲୋକମାନେ ମଧ୍ୟ ନାବାଳିକାଙ୍କୁ ଆଉ ସାଥିରେ ନେବା ପାଇଁ ମନା କରିଦେଇଥିଲେ। ଫଳରେ ଶିଶୁ ମଙ୍ଗଳ ସମିତିର ଭାରପ୍ରାପ୍ତ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ନାବାଳିକାଙ୍କୁ ବନ୍ତଳା ଥାନାର ଜଣେ ମହିଳା ଅଧିକାରୀ ଏକ ବାଳାଶ୍ରମକୁ ପଠାଇ ଦେଇଥିବା ଖବର ମିଳିଛି।
ଏ ସମ୍ପର୍କରେ ସମିତିର ଭାରପ୍ରାପ୍ତ ଅଧ୍ୟକ୍ଷ କହିଛନ୍ତି, ଘରକୁ ଯିବାକୁ ସମ୍ପୃକ୍ତା ନାବାଳିକା ରାଜି ନ ହେବାରୁ ତାଙ୍କୁ ଅନ୍ୟତ୍ର ଥଇଥାନ କରାଯାଇଛି।
ଗୋଡ଼ ମଧ୍ୟରେ ଲୁଚାଇ ନେଇଗଲେ ୭ ଲକ୍ଷ ଟଙ୍କାର ଶାଢ଼ି, ସିସିଟିଭିରେ କଏଦ ଲୁଟ୍ର କୌଶଳ…
ଅନୁଗୋଳ,୧୩।୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଅମଲାପଡ଼ା ଅଞ୍ଚଳରେ ଥିବା ବୟନିକା ଶୋ’ରୁମ୍ରୁ ଏକ ବଡ଼ ଧରଣର ଚୋରି ହୋଇଛି। ଗ୍ରାହକ ବେଶରେ ଆସିଥିବା ୭ ଜଣ ମହିଳା…
ଆମ୍ବ ଗୋଟାଉଥିବା ନାବାଳିକାଙ୍କୁ ବଳାତ୍କାର କଲେ ୧୪ ବର୍ଷର ନାବାଳକ, ଘଟଣା ବିଷୟରେ କାହାକୁ କହିଲେ…
ଅନୁଗୋଳ, ୪ା୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଉପକଣ୍ଠରେ ଗତ ବୁଧବାର ଘଟିଛି ଏକ ଲଜ୍ଜାଜନକ ଘଟଣା। ୭ ବର୍ଷର ଜଣେ ନାବାଳିକାଙ୍କୁ ୧୪ ବର୍ଷର ନାବାଳକ ବଳାତ୍କାର…
ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଆରମ୍ଭ: ପୂଜାର୍ଚ୍ଚନା କଲେ କେନ୍ଦ୍ରମନ୍ତ୍ରୀ
ତାଳଚେର,୩୧।୩(ମନୋଜ ନନ୍ଦ): ମଙ୍ଗଳବାର ଆରମ୍ଭ ହୋଇଛି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନବଦିନାତ୍ମକ ବାର୍ଷିକ ଯାତ୍ରା ଏବଂ ଲୋକ ମହୋତ୍ସବ। ଏନେଇ ଅଞ୍ଚଳ ଚଳଚଞ୍ଚଳ ହୋଇପଡିଛି।…
ମା’ ଅଗ୍ନିରୁପାଙ୍କ ଆବର୍ଭାବ: ଭକ୍ତଙ୍କ ପ୍ରବଳ ଭିଡ଼, ଅଧରାତିରେ ଦେହୁରୀ ଯାଇ…
ତାଳଚେର,୨୩/୩(ମନୋଜ ନନ୍ଦ):ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳା ମନ୍ଦିରର ପୂର୍ବ ଦିଗ ହିଙ୍ଗୁଳା ମନ୍ଦିର ପଛ ପାଖରେ ପ୍ରାୟ ୨ ସହ ମିଟର ଦୂରରେ ଚଳିତ ବର୍ଷ…
ଡ୍ୟୁଟି ସାରି ଫେରୁଥିଲେ ସୁମନ୍ତ, ଧକ୍କା ଦେଲା ଟ୍ରକ୍: ଆଉ ତା’ପରେ…
କଣିହାଁ,୨୩/୩(ନିରୋଜ ପ୍ରଧାନ):ଅନୁଗୋଳ ଜିଲା କଣିହାଁ ବ୍ଲକ ଗୋଡିବନ୍ଧଠାରୁ କଣିହାଁ ଯାଇଥିବା ଜାତୀୟ ରାଜପଥ ୫୩ର ନୂଆଁ ବଲାଙ୍ଗି ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ଟ୍ରକ ଚକା…
ଭାରସାମ୍ୟ ହରାଇ ଓଲଟିଲା ପିଚୁ ବୋଝେଇ ଟ୍ୟାଙ୍କର, ନିଆଁ ଲାଗି ଡ୍ରାଇଭର ଜୀବନ୍ତ ଦଗ୍ଧ
ପାଲଲହଡା,୧୩।୩(ଦିବ୍ୟଜ୍ୟୋତି ଦାଶ): ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା । ଟ୍ୟାଙ୍କର ସହ ଜୀଅନ୍ତା ଜଳିଗଲେ ଡ୍ରାଇଭର । ବିଳମ୍ବିତ ରାତିରେ ଅନୁଗୁଳ ଜିଲା ଖମାର ଥାନା ଅନ୍ତର୍ଗତ…
ବନ୍ତଳାରେ ଭୟାବହ ଅଗ୍ନିକାଣ୍ଡ: ଗ୍ୟାସ ଟାଙ୍କି ଫାଟି ଜଳିଗଲା ୧୦ ଦୋକାନ, ୫ ଦମକଳ ଗାଡ଼ି…
ବନ୍ତଳା, ୧୨।୩(ସୁଶିତ ସାହୁ): ଅନୁଗୋଳ ଜିଲା ଶଙ୍ଖପୁର ମଦନମୋହନ ଛକସ୍ଥିତ ବନ୍ତଳା ବଜାରରେ ଗୁରୁବାର ଅପରାହ୍ନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗ୍ୟାସ ଟାଙ୍କି ବିସ୍ଫୋରଣ ଯୋଗୁ…
ବାଇକ୍ ଆରୋହୀଙ୍କୁ ଧକ୍କା ଦେଲା ଟ୍ରଲର : ଘଟଣାସ୍ଥଳରେ ଚପା ଉତ୍ତେଜନା
ପାଲଲହଡ଼ା,୮।୩(ଦିବ୍ୟଜ୍ୟୋତି ଦାଶ : ଟ୍ରଲର ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ। ୧୪୯ ନ ଜାତୀୟ ରାଜପଥ ଅବରୋଧ ସହିତ ଘଟଣାସ୍ଥଳରେ ଚପା ଉତ୍ତେଜନା। ଏଭଳି ଘଟଣା ଘଟିଛି…
Archives

