ଉଦ୍ଧାର ତୀରବିଦ୍ଧ ସମ୍ବର ମୃତ

ବାରିପଦା ଅଫିସ,୩ା୧୨- ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ ଅଧୀନ ବାରିପଦା ରେଞ୍ଜର କାଦୁଆଳବନ୍ଧ ଗ୍ରାମ ନିକଟରୁ ସୋମବାର ଏକ ତୀରବିଦ୍ଧ ସମ୍ବର ଉଦ୍ଧାର ହୋଇଥିଲା। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ବାରିପଦା ରେଞ୍ଜ ଅଧିକାରୀ ଲକ୍ଷ୍ମୀଧର ବେହେରାଙ୍କ ନେତୃତ୍ୱରେ ଏକ ଟିମ୍‌ ଘଟଣାସ୍ଥଳକୁ ଯାଇ ସମ୍ବରକୁ ଉଦ୍ଧାର କରିଥିଲା। ତେବେ ଚିକିତ୍ସା ପାଇଁ ଆଣିବା ବାଟରେ ସମ୍ବରର ମୃତ୍ୟୁ ଘଟିଥିଲା। ଏହି ସମ୍ବର ପ୍ରାୟ ୬ ବର୍ଷ ବୟସର ହୋଇଥିବା ବେଳେ ଓଜନ ୯୦ କି.ଗ୍ରା ବୋଲି ଜଣାପଡ଼ିଛି। ସମ୍ବରର ମୃତଦେହ ବ୍ୟବଚ୍ଛେଦ କରାଯିବା ପରେ ମଞ୍ଚାବନ୍ଧା ନର୍ସରି ନିକଟରେ ପୋତି ଦିଆଯାଇଛି। ଏନେଇ ବାରିପଦା ରେଞ୍ଜରେ ଏକ ମାମଲା(ନଂ.୧୦ ବିଏ/୨୦୧୯-୨୦) ରୁଜୁ କରାଯାଇଛି।